କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଉପହାର, ମହଙ୍ଗା ଭତ୍ତା ହେଲା ୩୧ ପ୍ରତିଶତ

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ଆଜି ଏକ ବଡ ନିଷ୍ପତ୍ତି ନିଆଯାଇଛି । ଦୀପାବଳି ଗିଫଟ ଭାବରେ ସେମାନଙ୍କ ମହଙ୍ଗା ଭତ୍ତା ବା ଡ଼ିଏକୁ ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ମିଟିଙ୍ଗରେ ଏମାନଙ୍କ ଭତ୍ତାକୁ ୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ନେଇ ମଞ୍ଜୁରୀ ମିଳିଛି । ଡ଼ିଏ ୩ ପ୍ରତିଶତ ବଢିବା ଅର୍ଥ ହେଉଛି ଏଣିକି ମହଙ୍ଗା ଭତ୍ତା ଆକାରରେ କର୍ମଚାରୀ ତଥା ପେନସନ ଭୋଗୀଙ୍କୁ ୩୧ ପ୍ରତିଶତ ଦିଆଯିବ । ଏହି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ୧ କୋଟି ଉର୍ଦ୍ଧ୍ବ କେନ୍ଦ୍ର କର୍ମଚାରୀ ତଥା ପେନ୍ସନ ଭୋଗୀଙ୍କୁ ମିଳିବ ବୋଲି ଜଣାପଡିଛି । କହିରଖିବା ଉଚିତ ହେବକି ଚଳିତ ବର୍ଷ ଜୁଲାଇ ମାସରେ ସରକାର ମହଙ୍ଗା ଭତ୍ତା ୧୧ ପ୍ରତିଶତ ବଢ଼ାଇ ୨୮ ପ୍ରତିଶତ କରିଥିଲେ । ଏହା ପୂର୍ବରୁ କର୍ମଚାରୀ ମାନଙ୍କୁ ଡ଼ିଏ ୧୭ ପ୍ରତିଶତ ମିଳୁଥିଲା ।

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଏଆଇସିପିଆଇର ଗତ ତିନି ମାସର ହିସାବ ନିକାସ ଜାରି କରିଥିଲେ । ଯେଉଁଥିରେ ଜୁନ, ଜୁଲାଇ ଓ ଅଗଷ୍ଟ ମାସ ସାମିଲ ଥିଲା । ଏଆଇସିପିଆଇର ଇଣ୍ଡେକ୍ସ ଅଗଷ୍ଟ ମାସରେ ୧୨୩
ଅଙ୍କରେ ପହଁଚିଥିବା ନେଇ ରେକର୍ଡ ହୋଇଥିଲା । ଏଥିରୁ ଏହି ସଂକେତ ବି ମିଳୁଛିଯେ ଆଗକୁ ଆହୁରି ଅଧିକ ପରିମାଣରେ ମହଙ୍ଗା ଭତ୍ତା ବଢିପାରେ । ମହଙ୍ଗା ଭତ୍ତାକୁ ବଢିବା ପରେ ଅନ୍ୟ ଆଲାଉନ୍ସ ଗୁଡିକରେ ମଧ୍ୟ କିଛିଟା କୋହଳ ଆସିବ । ଏଥିରେ ଟ୍ରାଭେଲ ଆଲାଉନ୍ସ, ସିଟି ଆଲାଉନ୍ସ ଆଦି ସାମିଲ ଅଛି । ରିଟାୟରମେଣ୍ଟ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ, ଗ୍ରାଚୁଇଟିକୁ ମଧ୍ୟ କିଛିଟା ବୃଦ୍ଧି କରାଯିବ । ଅନ୍ୟ ପକ୍ଷରେ ଦେଖିଲେ ଦେଶରେ ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ଧୀରେ ଧୀରେ ବଢି ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.