ଏବେ ବିନା ଓଟିପିରେ କରିହେବ ଅଟୋ ଡେବିଟ ରିକରିଂ ପେମେଣ୍ଟ, ଆରବିଆଇ ଜାରି କଲା ନୂଆ ନିୟମ

ଆଜିଠୁ ଡେବିଟ୍ ଓ କ୍ରେଡିଟ୍ କାଡ୍ର ନୂଆ ନିୟମ ଲାଗୁ ହୋଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି। ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଡେବିଟ ରିକରିଙ୍ଗ ପେମେଣ୍ଟ ପାଇଁ ଏଣିକି ଆଉ OTP ଦରକାର ନାହିଁ । ପୂର୍ବରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଡେବିଟ ରିକରିଙ୍ଗ ପେମେଣ୍ଟ ପାଇଁ OTP ଆବଶ୍ୟକ ହେଉନଥିଲା । ଏବେ କିନ୍ତୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରିକରିଂ ପେମେଣ୍ଟ ପାଇଁ ଆଉ ଓଟିପିର ଆବଶ୍ୟକତା ନାହିଁ। ଏ ନେଇ ଗତ ୮ ତାରିଖରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଘୋଷଣା କରିଥିଲେ । ଅଟୋ ଡେବିଟ୍ ଟ୍ରାନଜାକସନର ୨୪ ଘଣ୍ଟା ପୂର୍ବରୁ ଗ୍ରାହକଙ୍କୁ ଡେବିଟର ସୂଚନା ଆସୁଥିଲା । ତାହା ଏବେ ବି ଆସିବ ।

ତେବେ କେବଳ ୧୫ ହଜାର ଟଙ୍କା ଠାରୁ ଅଧିକ ଅଟୋ ଡେବିଟ ରିକରିଙ୍ଗ ପେମେଣ୍ଟ ଉପରେ OTP ଦେବାକୁ ପଡିବ । ୧ ଅକ୍ଟୋବର ୨୦୨୧ ମସିହାରେ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଓ ୟୁପିଆଇର ଅଟୋ ଡେବିଟ ରିକରିଙ୍ଗ ପେମେଣ୍ଟ ପାଇଁ OTP ଦେବା ବାଧ୍ୟ ଥିଲା । ଏହି ନିୟମରେ ଏବେ ପରିବର୍ତ୍ତନ କରାଯାଇଛି ।