କରୋନା ଆକ୍ରାନ୍ତ ଶ୍ରମିକ ମାନଙ୍କୁ ସରକାର ଦେଉଛନ୍ତି ୧୦ ହଜାର ଟଙ୍କା ସହାୟତା, କେମିତି ପାଇବେ ଜାଣନ୍ତୁ

କରୋନା ସ୍ଥିତିକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ରାଜ୍ୟ ତଥା କେନ୍ଦ୍ର ସରକାର ଲକ ଡାଉନ ଜାରି କରୁଛନ୍ତି । ନିଜ ନିଜ ରୋଜଗାରର ପନ୍ଥା ଏକ ପ୍ରକାର ବନ୍ଦ ହୋଇ ଯାଇଥିବାରୁ ଘର ଠାରୁ ଦୂରରେ ଥିବା ପ୍ରବାସୀ ମାନେ ବିକଳରେ ନିଜ ନିଜ ଜନ୍ମ ମାଟିକୁ ଫେରି ଯାଉଛନ୍ତି । ଏଥର ଦେଶର ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ଏକ ପ୍ରକାର ଅସମ୍ଭବ ହୋଇଗଲାଣି । ଏମିତି ଏକ ଦୁଃସ୍ଥିତିରେ ଶ୍ରମିକ ମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସରକାର । ପ୍ରବାସୀ ତଥା ନିର୍ମାଣାଧୀନ ଶ୍ରମିକ ମାନଙ୍କ ପାଇଁ ନୂଆ ଘୋଷଣା କରିଛନ୍ତି । ଘୋଷଣାନାମା ଅନୁଯାୟୀ ନିର୍ମାଣ ଧୀନ ଶ୍ରମିକ ତଥା ସେମାନଙ୍କ ପରିବାର ଲୋକଙ୍କ ଚିକିତ୍ସା ନେଇ ସହାୟତା ରାଶିକୁ ୫ ହଜାରରୁ ବଢ଼ାଇ ଦିଆଯାଇ ୧୦ ହଜାର କରି ଦିଆଯିବ । ଏହି ଶ୍ରମିକ ମାନେ କିପରି ଭାବେ ସରକାରଙ୍କ ତରଫରୁ ଜାରି ହୋଇଥିବା ଏହି ନୂଆ ନିୟମର ଲାଭ ଉଠାଇ ପାରିବେ ସେବାବଦରେ ଜାଣି ରଖିବା ଉଚିତ । ଏନେଇ କେମିତି ଆବେଦନ କରିବେ ଜାଣି ରଖନ୍ତୁ ।

ପ୍ରଥମ ଚରଣ :

ଆବେଦକ ମାନେ ପ୍ରଥମେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅଫିସିଆଲ ୱେବ ସାଇଟକୁ ଯିବେ ।

ଦ୍ଵିତୀୟ ଚରଣ:

ସାଇଟ ଖୋଲିବା ପରେ ଇ- ଡିଷ୍ଟ୍ରିକଟ ପୋର୍ଟାଲ ଦେଖାଦେବ । ଏବେ ଏହି ପୋର୍ଟାଲ ଜରିଆରେ ନିର୍ମାଣ ଶ୍ରମିକ ମାନେ ଅନଲାଇନ ଜରିଆରେ ପଞ୍ଜିକରଣ ବା ରେଜିଷ୍ଟ୍ରେସନ କରିପାରିବେ ।

ତୃତୀୟ ଚରଣ:

ଏବେ ୱେବ ସାଇଟ ଲିଙ୍କ ଉପରେ କ୍ଲିକ କରନ୍ତୁ । ଲିଙ୍କ ଉପରେ କ୍ଲିକ କରିବା ପରେ ଏକ ନିର୍ଦ୍ଦେଶନାମା ଦେଖାଦେବ ।

ଚତୁର୍ଥ ଚରଣ:

ଏବେ ଏକ ନୂଆ ଉପଯୋଗ କର୍ତ୍ତାଙ୍କ ବିକଳ୍ପ ଉପରେ କ୍ଲିକ କରନ୍ତୁ । ଏବେ ଆପଣଙ୍କୁ ଏକ ପଞ୍ଜିକରଣ ଫର୍ମ ଭରିବାକୁ ପଡିବ । କେଉଁଥିରେ ଆଧାର ଆଇଡି କିମ୍ବା ମତଦାତା ପରିଚୟ ପତ୍ରର ଆଇଡି ଦେଇ ରେଜିଷ୍ଟ୍ରେସନ କରନ୍ତୁ ।

ପଞ୍ଚମ ଚରଣ:

ଏହି ପ୍ରକ୍ରିୟା ପୁରା ହେବା ପରେ ଆପଣଙ୍କ ପଂଜିକୃତ ମୋବାଇଲ ନମ୍ବରରେ ରେଜିଷ୍ଟ୍ରେସନ ହେବା ନେଇ ଏକ ଏସଏମଏସ ଆସିବ ।

Leave A Reply

Your email address will not be published.