ଦିଲ୍ଲୀରେ ସରକାରୀ ଚାକିରିର ସୁଯୋଗ, ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ଯଦି ଆପଣ ଦିଲ୍ଲୀରେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି ତେବେ ଆମେ ଆପଣଙ୍କୁ ୩ଟି ଚାକିରି ବିଷୟରେ କହିବାକୁ ଯାଉଛୁ। ଆଜ୍ଞା ହଁ ଯଦି ଆପଣ ସରକାରୀ ଚାକିରିରେ ନିଯୁକ୍ତି ଚାହୁଁଛନ୍ତି ତେବେ ତୁରନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ବିଭିନ୍ନ କ୍ଷେତ୍ରରେ ଜାରି କରାଯାଇଛି। ଆପଣ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

jobପ୍ରଥମ ଚାକିରି:

ନଗର ବିମାନନ ମହାନିର୍ଦେଶାଳୟ (DGCA) ଅନେକ ପଦବୀରେ ନିଯୁକ୍ତି ଜାରି କରାଯାଇଛି। ସୂଚନା ମୁତାବକ ଫ୍ଲାଇଟ୍‌ ଅପରେସନ ଇଂସ୍ପେକ୍ଟରର ବିଭିନ୍ନ ପଦବୀ ପାଇଁ ଆବେଦନ ଜାରି କରାଯାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆଜି ଆବେଦନ ପାଇଁ ଶେଷ ତାରିଖ ରହିଛି। ଇଛୁକ ଆବେଦନକାରୀ ଅନଲାଇନ୍‌ ଜରିଆରେ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ।

Jobଦ୍ୱିତୀୟ ଚାକିରି:

ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (AIIMS New Delhi) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏହି ନିଯୁକ୍ତି ଭେଟେରିନରି ଅଫିସର, ସିନିୟର କୈମିଷ୍ଟ, େଓ୍ଵଲ୍ଫେୟର ଅଫିସର, ଡାୟଟିସିୟନ, ରିସେପ୍ସନିଷ୍ଟ, ଷ୍ଟୋର କିପର ସମେତ ଅନ୍ୟ କେତେକ ପଦବୀରେ ନିଯୁକ୍ତି ଜାରି କରାଯାଇଛି। ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୨୫ ଏବଂ ୩୦ ବର୍ଷ ପଦବୀ ଅନୁଯାୟୀ ନିର୍ଦ୍ଦାରିତ କରାଯାଇଛି।

jobsତୃତୀୟ ଚାକିରି:

ଦିଲ୍ଲୀରେ ମେଟ୍ରୋ ରେଳ କର୍ପୋରେସନ୍‌ ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଯଦି ଆପଣ ମଧ୍ୟ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହି ପଦବୀରେ ନିଯୁକ୍ତି ପାଇଁ ଅଧିକତମ ବୟସ ସୀମା ୩୫ ବର୍ଷ ନିର୍ଦ୍ଦାରିତ କରାଯାଇଛି। ଇଛୁକ ଆବେଦନକାରୀ ୨୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଡିଏମଆରସି ର ଅଧିକାରିକ େଓ୍ଵବସାଇଟ୍‌ delhimetrorail.com ଜରିଆରେ ଅନଲାଇନ୍‌ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.