ଦିଲ୍ଲୀ: ଦିଲ୍ଲୀ ପୋଷ୍ଟାଲ ସର୍କଲରେ ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ରିପୋର୍ଟ ଅନୁଯାୟୀ ସମୁଦାୟ ୧୭୪ ଗ୍ରାମୀଣ ଡାକ ସେବକ ପଦରେ ନିଯୁକ୍ତି ପାଇ ପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ନ୍ୟୁନତ୍ତମ ବୟସ ସୀମା ୧୮ ଏବଂ ଅଧିକତ୍ତମ ବୟସ ସୀମା ୪୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।
ଆବେଦନ ଶୁଳ୍କ
ଓବିସି, ପୁରୁଷ ବ୍ୟକ୍ତିମାନଙ୍କ ପାଇଁ-୧୦୦ ଟଙ୍କା
ସମସ୍ତ ମହିଳା ଏବଂ ଅନୁସୂଚିତ ଜାତି ପାଇଁ କୌଣସି ଦେୟ ନାହିଁ।
ଆବେଦନ କରିବା ତାରିଖ
ପଞ୍ଜିକରଣ ଏବଂ ଶୁଳ୍କ ଜମା କରିବାର ଆରମ୍ଭ ତାରିଖ-୦୬ ଜୁନ ୨୦୧୯
ପଞ୍ଜିକରଣ ଏବଂ ଶୁଳ୍କ ଜମା କରିବାର ଅନ୍ତିମ ତାରିଖ-୦୫ ଜୁଲାଇ ୨୦୧୯
ଅନଲାଇନ ଆବେଦନ ପତ୍ର ଜମା କରିବା ତାରିଖ-୧୩ ଜୁନ ୨୦୧୯
ଅନଲାଇନ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ-୧୨ ଜୁଲାଇ ୨୦୧୯
କିପରି କରିବେ ଆବେଦନ
ଇଛୁକ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ୱେବସାଇଟ http://www.appost.in/gdsonline/Home.aspx ଫର୍ମରେ ୦୬.୦୬.୨୦୧୯ ରୁ ୦୫.୦୭.୨୦୧୯ ତାରିଖ ମଧ୍ଯରେ ଅନଲାଇନରେ ଆବେଦନ କରିପାରିବେ।
ବିଜ୍ଞାପନ ନମ୍ବର: RECTT / GDS / ONLINE RECRUITMENT / 2ND CYCLE / 2019
ସ୍ଥାନ: ଦିଲ୍ଲୀ
ଚୟନ ପ୍ରକ୍ରିୟା: ୧୦ମ ପାସ୍ ରେ ପ୍ରାପ୍ତ ହୋଇଥିବା ଅଙ୍କର ନମ୍ବର ଅନୁସାରେ ଚୟନ କରାଯିବ।