ଟେଲିକମ୍ ବିଭାଗରେ ବମ୍ପର ନିଯୁକ୍ତି: ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦେଢ ଲକ୍ଷ ଦରମା
ଚାକିରି କରିବାକୁ ଇଚ୍ଛୁକ ଥିଲେ, ଆପଣଙ୍କ ପାଇଁ ଖୁସି ଖବର । ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନରେ ବମ୍ପର ଭର୍ତ୍ତି । ଏହି ଭର୍ତ୍ତି ପ୍ରକ୍ରିୟାରେ ସବ୍ ଡିଭିଜନାଲ ଇଂଜିନିୟର ପଦବୀରେ ଭର୍ତ୍ତି କରାଯିବ । ଏହି ପଦବୀ ପାଇଁ ଆବେଦନ ଅନଲାଇନ କରିପାରିବେ । ଏହାପରେ ଆପ୍ଲିକେସନ ଫର୍ମ ସହିତ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଲଗାଇ ହାର୍ଡ କପି ପଠାଇବାକୁ ହେବ। ଶେଷ ତାରିଖ ପୂର୍ବରୁ ଅନଲାଇନ ଏବଂ ଅଫଲାଇନ ଆବେଦନ ସଂପୂର୍ଣ୍ଣ କରିବା ଉଚିତ ।
ପଦବୀ ବିବରଣୀ : ୨୭୦
ସବ୍ ଡିଭିଜନାଲ ଇଂଜିନିୟର :
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୦ ଫେବୃଆରୀ ୨୦୨୩ ରହିଥିବା ବେଳେ ଅଫଲାଇନ ଆବେଦନ କରିବାର ୨୨ ଫେବୃଆରୀ ୨୦୨୩ ସୁଦ୍ଧା ଆବେଦନ କରିବାକୁ ହେବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବିଇ, ବିଟେକ ଡିଗ୍ରୀ ରହିଥିବା ଜରୁରୀ । ଏହି ଡିଗ୍ରୀ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ କମ୍ୟୁନିକେସନ, କମ୍ପ୍ୟୁଟର ସାଇନ୍ସ, ଟେଲି କମ୍ପ୍ୟୁନିକେସନ, ଇନଫରମେସନ ଟେକ୍ନୋଲୋଜି, ଇଷ୍ଟମେଣ୍ଟେସନ ଇଂଜିନିୟରିଂ ପଢିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୫୬ ବର୍ଷ ହେବା ଜରୁରୀ ।
ଦରମା: ଚୟନିତ ହେବା ପ୍ରାର୍ଥୀ ମାସିକ ୪୭,୬୦୦ରୁ ୧୫୧,୧୦୦ ଟଙ୍କା ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । କିନ୍ତୁ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି ।
ପ୍ରାର୍ଥୀ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନର ଅଫିସିଆଲ ୱେବସାଇଟ୍ dot.gov.in କୁ ଯାଇ ଆବେଦନ କରିପାରିବେ ।
ଅଫଲାଇନ ଆବେଦନ ପଠାଇବାର ଠିକଣା :
ADG – 1 (A & HR), DGT HQ, Room no. 212, UIDAI Building, Behind Kali Mandir, New Delhi – 110001
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ;