ଟେଲିକମ୍ କମ୍ପାନୀ ଗୁଡିକକୁ ଲାଗିଲା ‘ଆଧାର’ କୁ ନେଇ ବଡ ଝଟକା, ସରକାର ଲଗାଇଲେ ରୋକ୍

ଏୟାରଟେଲ୍ ସମେତ ସବୁ ଟେଲିକମ୍ କମ୍ପାନୀ ଗୁଡିକୁ ସରକାର ଆଧାରକୁ ନେଇ ଏକ ବଡ ଝଟକା ଦେଇଛନ୍ତି । ଦୂରସଂଞ୍ଚାର ମନ୍ତ୍ରାଳୟ କମ୍ପାନୀଗୁଡିକକୁ ତତ୍କାଳ ପାଇଁ ଇକେୱାଇସି ପାଇଁ ଆଧାର ନମ୍ବରର ବ୍ଯବହାର କରିବା ଉପରେ ରୋକ୍ ଲାଇଛନ୍ତି । ସୂଚନା ଥାଉକି ସୁପ୍ରିମକୋର୍ଟ ଆଧାର ନମ୍ବର ବ୍ଯବହାର କରି ସିମ୍ ଜାରୀ କରିବା ଉପରେ ପାଇଁ ମନା କରିଦେଇଛନ୍ତି ।
କମ୍ପାନୀ ମାନଙ୍କର ବଢିଯିବ ଖର୍ଚ୍ଚ:
ଏବେ ସରକାରଙ୍କର ଏହି ଆଦେଶ ପରେ କମ୍ପାନୀ ଗୁଡିକର ମୋବାଇଲ୍ ଭେରିଫିକେସନ୍ ପାଇଁ ଖର୍ଚ୍ଚ ବଢିଯିବ । କାରଣ ସେମାନଙ୍କୁ ପୁଣି ଥରେ ଭେରିଫିକେସନ୍ କରିବା ପାଇଁ ପୁରୁଣା ପ୍ରକ୍ରୀୟାକୁ ବ୍ଯବହାର କରିବା ପାଇଁ ପଡିବ ।
ଜାରୀ ପାଇଁ ଅଧିସୂଚନା:
ମନ୍ତ୍ରାଳୟ ଅଧିସୂଚନା ଜାରୀ କରିବା ସହିତ କହିଛନ୍ତି କି, କମ୍ପାନୀ ଗୁଡିକ ଭେରିଫିକେସନ୍ ଛଡା ନୂଆ ସିମ୍ ଜାରୀ କରିବାରେ ଆଧାର କୁ ଇକେୱାଇସି ଦ୍ବାରା ବ୍ଯବହାର କରାଯାଇପାରିବନାହିଁ । ମନ୍ତ୍ରାଳୟ କମ୍ପାନୀଗୁଡିକକୁ ୫ ନଭେମ୍ବର ସୁଦ୍ଧା ଏହି ଆଧାରର ଉପଯୋଗ କରିବା ପାଇଁ ସମୟ ଦେଇଛନ୍ତି ।
ଆପଣାଇ ପାରିବେ ଅଲଗା ଡିଜିଟାଲ ଉପାୟ :
ଏହା ବ୍ଯତିତ ମନ୍ତ୍ରାଳୟ କମ୍ପାନୀ ଗୁଡିକକୁ କହିଛନ୍ତି କି, କେୱାଇସି ପାଇଁ ଆଧାର ଛଡା ଅନ୍ଯ ଡିଜିଟାଲ ପ୍ରକ୍ରୀୟା ବ୍ଯବହାର କରିପାରିବେ । ପ୍ରକ୍ରୀୟା ଗୁଡିକ ପେପରଲେସ୍ କରିବା ପାଇଁ କମ୍ପାନୀ ଗୁଡିକ ଗ୍ରାହକଙ୍କ ଫଟୋ ତୁରନ୍ତ ଉଠାଇବା ଏବଂ ପରିଚୟ ପତ୍ରର ପ୍ରମାଣ ସ୍କାନ୍ କରିପାରିବେ ।
ଆଧାର ନମ୍ବରର ସାମ୍ବିଧାନିକ ବୈଧତାକୁ ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ବହୁତ ସାରା ସେବା ପାଇଁ ଏହାର ପ୍ରୟୋଗ ବଜାୟ ରଖିଛନ୍ତି । କିନ୍ତୁ କୋର୍ଟ ଏମିତି କିଛି ସେବା ପାଇଁ ଆଧାର ନମ୍ବର ପ୍ରୟୋଗ କରିବା ଅବୈଧ୍ଯ ଘୋଷଣା କରିଛନ୍ତି ।
ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ଯକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠରେ ଗତ ସେପ୍ଟେମ୍ବର ୨୬ ତାରିଖରେ ଦେଇଥିବା ରାୟରେ କହିଥିଲେ ଯେ, ଆଧାରର ଲକ୍ଷ ସମାଜରୁ ବଞ୍ଚିତ ଥିବା କଲ୍ଯାଣକାରୀ ଯୋଜନା ଗୁଡିକ ପାଖରେ ପହଁଞ୍ଚାଇବା ଏବଂ ଏହା ଯେ କେବଳ ବ୍ଯକ୍ତିଗତ ନୁହେଁ ଏହା ସମୁଦାୟ ଦୃଷ୍ଟିକୋଣରୁ ମଧ୍ଯ ଲୋକମାନଙ୍କ ସମ୍ମାନକୁ ଧ୍ଯାନ ଦେଇଥାଏ ।
ସୁପ୍ରିମକୋର୍ଟ ଆଧାର ଆକ୍ଟ ସେକସନ୍ ୫୭କୁ ହଟାଇଦେଇଛନ୍ତି । ଏହି ସେକ୍ସସନ୍ ଥିବା ଦ୍ବାରା ମୋବାଇଲ୍ କମ୍ପାନୀ ଏବଂ ବ୍ଯାଙ୍କ ଖାତା ଖୋଲିବାରେ ଆଧାର ନମ୍ବର ବ୍ଯବହାର କରିବାକୁ ପଡୁଥିଲା । ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍ ଖାନବିଲକର ଏବଂ ବିଚାରପତି ଏ.କେ ସୀକରୀ ଆଧାର ଉପରେ ଶୁଣାଣି କରି କହିଥଲେ କି ସାମ୍ବିଧାନିକ ରୂପେ ଆଧାର ବୈଧ ଅଟେ ।