ଏହି ସରକାରୀ ଯୋଜନାରେ ପ୍ରତି ମାସ ଜମା କରନ୍ତୁ ୧୫୦୦ ଟଙ୍କା, ପାଇବେ ୩୫ ଲକ୍ଷ ଟଙ୍କା, ଜାଣନ୍ତୁ ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ : ପୋଷ୍ଟ ଅଫିସ ସ୍କିମରେ ନିବେଶ କରି ଭଲ ଲାଭ ପାଆନ୍ତୁ । ପ୍ରଥମେ ଏଥିରେ ଭଲ ରିଟର୍ଣ୍ଣ ପାଇବେ । ଏହାଛଡ଼ା ଏହି ସ୍କିମ ମଧ୍ୟ ବହୁତ ସୁରକ୍ଷିତ । ଆଜି ଆମେ ଆପଣଙ୍କୁ ଏପରି ଏକ ସ୍କିମ ବିଷୟରେ କହିବୁ ଯେଉଁଥିରେ ଆପଣ କମ୍‌ ନିବେଶ କରି ବଡ଼ ଅର୍ଥରାଶି ପାଇ ପାରିବେ ।

ଏହି ସ୍କିମର ନାମ ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ଯୋଜନା । ଏହା ଏକ ପ୍ରକାର ବୀମା ସ୍କିମ । ଆପଣଙ୍କୁ ପ୍ରତି ଦିନ ୫୦ ଟଙ୍କା ବା ମାସକୁ ୧୫୦୦ ଟଙ୍କା ନିବେଶ କରି ୩୫ ଲକ୍ଷ ଟଙ୍କା ପାଇ ପାରିବେ ।

ଜାଣନ୍ତୁ ଏହି ସ୍କିମର କ’ଣ ରହିଛି ଖାସ କଥା ।

. ୧୯ ରୁ ୫୫ ବର୍ଷ ବୟସ୍କର ଭାରତୀୟ ନାଗରିକ କରି ପାରିବେ ଏହି ସ୍କିମ ।

. ଏହି ଯୋଜନା ଅନୁଯାୟୀ ନ୍ୟୁନତମ ରାଶି ୧୦ ହଜାର ଟଙ୍କା ।

. ଅଧିକତମ ରାଶି ୧୦ ଲକ୍ଷ ଟଙ୍କା ।

.  ପ୍ରିମିୟମ ରାଶି- ଆପଣ ମାସିକ, ତୈମାସିକ, ଷାଣ୍ମାଷିକ ଓ ବାର୍ଷିକ ଦିଆଯାଇପାରେ ।

ପ୍ରିମିୟମ ପେମେଣ୍ଟ ପାଇଁ ୩୦ ଦିନ ରିହାତି ସମୟ ଦିଆଯାଇଛି ।

.  ଏହି ସ୍କିମରେ ଲୋନ ନେବାର ସୁବିଧା ରହିଛି । ତେବେ ୪ ମାସପରେ ଲୋନ ନେଇପାରିବେ ।

.  ଏହି ସ୍କିମରେ ଲାଇଫ ଇନସ୍ୟୁରାନ୍ସର ସୁବିଧା ମିଳିବ ।

୩ ବର୍ଷ ପରେ ଏହି ପଲିସିକୁ ସରେଣ୍ଡର କରାଯାଇପାରେ ।

ଏଥିରେ ଗ୍ରାହକଙ୍କୁ ବୋନସ ସୁବିଧା ବି ମିଳିବ ।

.  ଏହି ପୋଷ୍ଟକୁ ଭାରତୀୟ ପୋଷ୍ଟ ଅଫିସରୁ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.