୫ ଏପ୍ରିଲରେ କରନ୍ତୁ PPF ରେ ଟଙ୍କା ଜମା, ମିଳିବ ଜବରଦସ୍ତ ଫାଇଦା

ଯଦି ଆପଣ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥାତ୍ PPF ରେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ରହିଛି ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ପ୍ରକ୍ରୁତରେ ଏହି ଫଣ୍ଡରେ ଇନଭେଷ୍ଟ କରୁଥିବା ଲୋକଙ୍କ ପାଇଁ ଏହି ମାସର ୫ ତାରିଖ ବହୁତ ଖାସ୍ ହେବାକୁ ଯାଉଛି । ଯଦି ଆପଣ ଏପ୍ରିଲ୍ ୫ ପୂର୍ବରୁ ଆପଣଙ୍କର ମନ୍ଥଲି ଇନଭେଷ୍ଟମେଣ୍ଟ କରନ୍ତି, ତେବେ ଆପଣଙ୍କୁ ସେହି ମାସର ସମ୍ପୂର୍ଣ୍ଣ ସୁଧ ମିଳିବ । କିନ୍ତୁ ଯଦି ଆପଣ ଏହା କରିବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କୁ ସୁଧ ମିଳିବ ନାହିଁ । ଏପରି ପରିସ୍ଥିତିରେ PPFରେ ଇନଭେଷ୍ଟ କରିବା ପାଇଁ ଆପଣଙ୍କ ପାଖରେ ଏପ୍ରିଲ୍ ୫, ୨୦୨୫ ପର୍ଯ୍ୟନ୍ତ ସମୟ ଅଛି । ତେବେ ଆସନ୍ତୁ ଏହାର ପୁରା ଡିଟେଲ୍ସ ଜାଣିବା ।
ଅଧିକାଂଶ ଲୋକ ଟ୍ୟାକ୍ସ ସେଭିଙ୍ଗ ପାଇଁ PPF ରେ ଇନଭେଷ୍ଟମେଣ୍ଟ କରନ୍ତି, କିନ୍ତୁ ଯଦି ଆପଣ ବୁଦ୍ଧିମାନ ଭାବରେ ଇନଭେଷ୍ଟ କରନ୍ତି । ତେବେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ । ପ୍ରଥମେ, PPF ରେ ମନ୍ଥଲି ଇନଭେଷ୍ଟମେଣ୍ଟ କରନ୍ତୁ ଏବଂ ପ୍ରତି ମାସର ୫ ତାରିଖ ସୁଦ୍ଧା ଟଙ୍କା ଜମା କରନ୍ତୁ । ଯାହା ଦ୍ବାରା ଆପଣ ସେହି ମାସର ସୁଧ ମଧ୍ୟ ପାଇବେ । PPF ରେ ଇନଭେଷ୍ଟମେଣ୍ଟ ସହିତ ମେଚୋରିଟି ଆମାଉଣ୍ଟ ଏବଂ ଇଣ୍ଟ୍ରେଷ୍ଟ ମଧ୍ୟ Tax Free ରହିଥାଏ । PPF ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ଏବଂ ବଡ଼ ଫଣ୍ଡ ଗଠନ କରିବାର ଏକ ଭଲ ଉପାୟ । PPF ଆକାଉଣ୍ଟରେ ଇନଭେଷ୍ଟ କଲେ ଧାରା ୮୦ C ଅନୁଯାୟୀ ୧.୫୦ ଲକ୍ଷ ଟଙ୍କାର ଟ୍ୟାକ୍ସ ଡିଡକ୍ସନ୍ ମିଳିଥାଏ ।
ଯଦି ଆପଣ ପ୍ରତି ଆର୍ଥିକ ବର୍ଷର ଆରମ୍ଭରେ PPF ରେ ଏକକାଳୀନ ଭାବରେ ଟଙ୍କା ନିବେଶ କରନ୍ତି, ତେବେ ଏପ୍ରିଲ ୫ ଭିତରେ ନିବେଶ ଆପଣଙ୍କ ପାଇଁ ଆହୁରି ଲାଭଦାୟକ ପ୍ରମାଣିତ ହେବ । ଏହା ପଛରେ ଥିବା କାରଣ ବିଷୟରେ କହିବାକୁ ଗଲେ, ପ୍ରତି ମାସରେ ୫ ତାରଖରେ PPF ଆକାଉଣ୍ଟରେ ସୁଧ ଗଣନା କରାଯାଏ । ଏହାର ଅର୍ଥ ହେଉଛି ଯେ ଯଦି ଆପଣ ପ୍ରତି ଆର୍ଥିକ ବର୍ଷ ଆରମ୍ଭରେ ଏପ୍ରିଲ ୫ ସୁଦ୍ଧା ଏକକାଳୀନ ରାଶି ଜମା କରନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ମାସ ପାଇଁ ସୁଧର ଲାଭ ପାଇପାରିବେ ।
ଏଥି ସହ ଯଦି ଜଣେ ବ୍ୟକ୍ତି ମାସର ୫ ତାରିଖ ସୁଦ୍ଧା PPF ଆକାଉଣ୍ଟରେ ନିବେଶ କରନ୍ତି, ତେବେ ତାଙ୍କୁ ଜମା ରାଶି ଉପରେ ସମ୍ପୂର୍ଣ୍ଣ ମାସ ପାଇଁ ସୁଧର ଲାଭ ମିଳିଥାଏ । ଯଦି ୫ ତାରିଖ ପରେ ନିବେଶ କରାଯାଏ, ତେବେ ଆପଣ କେବଳ ୫ ତାରିଖରୁ ୩୦ ତାରିଖ ମଧ୍ୟରେ ସର୍ବନିମ୍ନ ବାଲାନ୍ସ ଉପରେ ମଧ୍ୟ ସୁଧ ପାଇପାରିବେ ।
ଜାଣିରଖନ୍ତୁ ଯେ PPF ଆକାଉଣ୍ଟରେ ସୁଧ ମାସିକ ହିସାବ କରାଯାଏ । କିନ୍ତୁ ଏହା କେବଳ ପ୍ରତି ଆର୍ଥିକ ବର୍ଷର ଶେଷରେ ଆକାଉଣ୍ଟରେ ଜମା ହୁଏ । ଭଲ ଭାବରେ ବୁଝିବାକୁ ଗଲେ, ଏଥିର ଯଦି ଆପଣ ଏପ୍ରିଲ୍ ୫, ୨୦୨୫ ପୂର୍ବରୁ ଆପଣଙ୍କର PPF ଆକାଉଣ୍ଟରେ ୧.୫ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ସେହି ମାସର ସୁଧ ଗଣନା ପାଇଁ ସମ୍ପୂର୍ଣ୍ଣ ରାଶିର ହିସାବକୁ ନିଆଯିବ । ଅର୍ଥାତ୍ ୭.୧% ସୁଧ କାର ଉପରେ ଆଧାର କରି, ଆପଣଙ୍କୁ ବାର୍ଷିକ ୧୦,୬୫୦ ଟଙ୍କା ସୁଧ ମିଳିବ ।
ସେହିଭଳି ଆପଣ ଯଦି ଏପ୍ରିଲ ୫ ପରେ ଟ୍ରାଞ୍ଜାକ୍ସନ୍ ପୁରା ପରନ୍ତି, ତେବେ ଆପଣ ପ୍ରଥମ ମାସ ପାଇଁ ସୁଧ ପାଇପାରିବେ ନାହିଁ । ଏହାର ଅର୍ଥ ହେଉଛି ଏପ୍ରିଲ୍ ବ୍ୟତୀତ ଆର୍ଥିକ ବର୍ଷର କେବଳ ୧୧ ମାସ ପାଇଁ ସୁଧ ଉପଲବ୍ଧ ହେବ । ଏଥି ସହ ସୁଧ ହାର ଅନୁସାରେ ଗଣନା ପରେ ୧.୫ ଲକ୍ଷ ଟଙ୍କା ଜମା ରାଶି ଉପରେ ଏହା ୯,୭୬୨.୫୦ ଟଙ୍କା ହେବ ।
Also read: ୧ ଏପ୍ରିଲରୁ ନୂଆ ନିୟମ ଲାଗୁ, ଚାଲାଣ ନଭରିଲେ ସସପେଣ୍ଡ ହେବ ଡ୍ରାଇଭିଂ ଲାଇସେନ୍ସ