ହ୍ରାସ ପାଇଛି ଡିଜେଲ ଦର, ଜାଣନ୍ତୁ ଲିଟର ପିଛା କେତେ ରହିଛି ମୂଲ୍ୟ

ସରକାରୀ ତେଲ କମ୍ପାନୀ ତରଫରୁ ଆଜି ଡ଼ିଜେଲ ମୂଲ୍ୟ ୧୬ ପଇସା ହ୍ରାସ କରାଯାଇଥିବା ଜଣାଯାଇଛି । କିନ୍ତୁ ପେଟ୍ରୋଲ ଦରରେ କୌଣସି ପ୍ରକାର ପରିବର୍ତ୍ତନ ଅଣା ଯାଇନାହିଁ । ଖାଲି ସେତିକି ନୁହେଁ ଗତ ଚାରି ଦିନ ଭାରତୀୟ ତୈଳ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୧.୦୬ ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୭୦.୯୪ ଟଙ୍କା ରହିଥିବା ଜଣାଯାଇଛି ।

ଯେବେକି କୋଲକାତାରେ ଏହି ମୂଲ୍ୟ ଯଥାକ୍ରମେ ୮୨.୫୯ ଟଙ୍କା ଓ ୭୪.୪୬ ଟଙ୍କା ଥିବା ବେଳେ ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ମୂଲ୍ୟରେ କିଛିଟା ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ମୁମ୍ବଈରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭.୭୪ ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ୭୭.୩୬ ଟଙ୍କା ରହିଛି । କିନ୍ତୁ ଚେନ୍ନଇରେ ଏହି ଦର ଯଥାକ୍ରମେ ୮୪.୧୪ ଟଙ୍କା ଓ ୭୬ .୪୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।