ନୀତି ଆୟୋଗର ନୂଆ ଘୋଷଣା, ଭାରତରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ବ୍ୟାଙ୍କ

ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମ ଅଧିକ ମାତ୍ରାରେ ଚାଲୁଛି । ସବୁ କାମ ବର୍ତ୍ତମାନ ଡିଜିଟାଲାଇଜ୍ଡ ହୋଇ ଗଲାଣି । ତେଣୁ ଲୋକମାନେ ଘରେ ରହି ମଧ୍ୟ ସବୁ କାମକୁ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ କରିବା ପାଇଁ ସକ୍ଷମ ହେଉଛନ୍ତି । ଏହା କେବଳ ସମ୍ଭବ ହୋଇଛି ଡିଜିଟାଲ ପ୍ଲାଟଫର୍ମ ପାଇଁ । ତେବେ ବ୍ୟାଙ୍କ ଜନିତ ସବୁ କାମ ମଧ୍ୟ ଆପଣ ଏବେ ଫୋନରେ କରିପାରୁଛନ୍ତି କିନ୍ତୁ ଆହୁରି ଅନେକ କିଛି କାମ ବ୍ୟାଙ୍କ ର ରହିଛି ଯାହା ପାଇଁ ଗ୍ରାହକ ମାନଙ୍କୁ ବ୍ୟାଙ୍କ ଶାଖାକୁ ଯାଇ ଲାଇନ ରେ ଛିଡା ହୋଇ କରିବାକୁ ପଡେ । ହେଲେ ଏବେ ସେହି ଅସୁବିଧା ମଧ୍ୟ ଦୂର ହେବାକୁ ଯାଉଛି । କାରଣ ଆଗକୁ ଆସୁଛି ଡିଜିଟାଲ ବ୍ୟାଙ୍କ ।

ଆପଣ ଜାଣିଛନ୍ତି କି କ’ଣ ଅଟେ ଏହି ଡିଜିଟାଲ ବ୍ୟାଙ୍କ? ଯାହା ପାଇଁ ନୀତି ଆୟୋଗ ନୂଆ ରାୟ ଦେଇଛନ୍ତି ।

ଭାରତରେ ଖୋଲିବାକୁ ଯାଉଛି ଡିଜିଟାଲ ବ୍ୟାଙ୍କ । ଏହି ଡିଜିଟାଲ ବ୍ୟାଙ୍କ ଖୋଲିବା ନେଇ ନୀତି ଆୟୋଗ ଏକ ଡିସକସନ ପେପର ରିଲିଜ କରିଛି । ଡିସେମ୍ବର ୩୧ ସୁଧା ଉପୋଭୋକ୍ତାମାନଙ୍କୁ ଏଥି ପାଇଁ ଉପଦେଶ ବା ସଜେସନ ମଗା ଯାଇଛି । ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ୧୯୪୯ ରେ ଡିଜିଟାଲ ବ୍ୟାଙ୍କକୁ ନେଇ ଏକ ସାଧାରଣ ସଂଜ୍ଞା ଦିଆଯାଇଛି । ଯାହା ଅନୁସାରେ ଡିଜିଟାଲ୍ ବ୍ୟାଙ୍କ ଲୋକମାନଙ୍କୁ ଇଣ୍ଟରନେଟ୍ ସାହାଯ୍ୟରେ ସେବା ଯୋଗାଇବ । ସବୁଠାରୁ ବଡ କଥା ହେଉଛି ଏହି ଡିଜିଟାଲ ବ୍ୟାଙ୍କ ରୁ ଗ୍ରାହକମାନେ ଅତି ସହଜରେ ଲୋନ ନେଇପାରିବେ ଓ ସେଭିଙ୍ଗକୁ ମଧ୍ୟ ଡିପୋଜିଟ କରିପାରିବେ । ଏହା ଅନ୍ୟ ବ୍ୟାଙ୍କ ଭଳି ହିଁ କାମ କରିବ । ନୀତି ଆୟୋଗ ଅନୁସାରେ ଭାରତର ଇନଫ୍ରାଷ୍ଟ୍ରକ୍ଚର ବା ଭିତ୍ତିଭୂମୀ ସଫଳ ହୋଇଆସୁଅଛି । ଦେଶରେ ୟୁପିଆଇ ଟ୍ରାନ୍ଜାକ୍ସନ ପ୍ରାୟ ୪ ଲକ୍ଷ କୋଟି ପାର କରିସାରିଲାଣି। ଆଧାର ଭେରିଫିକେସନ ମଧ୍ୟ ୫୫ ଲକ୍ଷ କୋଟି ପାର କରିସାରିଛି । ନୀତି ଆୟୋଗ ରିଲିଜ କରିଥିବା ପେପର ଅନୁସାରେ ଭାରତ ଓପନିଙ୍ଗ ବ୍ୟାଙ୍କ ଆରମ୍ଭ କରିବା ପାଇଁ ପୁରା ରେଡି । ଏହାଛଡା ଭାରତ ଆରବିଆଇ ସାହାଯ୍ୟରେ ଆରମ୍ଭ ହୋଇଥିବା ଆକାଉଣ୍ଟ ଆଗ୍ରେଗେଟର ରେଗୁଲେଟ୍ରି ଫ୍ରେମଓ୍ଵାର୍କ ସହାୟତାରେ ଓପନ ବ୍ୟାଙ୍କ ପାଇଁ କାମ ଆରମ୍ଭ କରିଛି ।

 

ତେବେ ନୀତି ଆୟୋଗର ଚିଫ୍‌ ଏକ୍ଜେକ୍ୟୁଟିଭ୍‌ ଅଫିସର ଅମିତାଭ କାନ୍ତ ଟ୍ଵିଟରରେ ଏକ ପୋଷ୍ଟ ମାଧ୍ୟମରେ ଡିସକସନ ପେପର ବିଷୟରେ କହିଛନ୍ତି ଯେ, ବ୍ୟାଙ୍କିଙ୍ଗରେ ରିଫର୍ମ ପାଇଁ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅଧିକ ଲୋକଙ୍କର ଲାଭ ହେବ । ରେଗୁଲେଟେଡ ଇଂଷ୍ଟିଟ୍ୟୁଟ ଡିଜିଟାଲ ବ୍ୟାଙ୍କ ପାଇଁ ସୁପାରିଶ କରିଛି । ତେବେ ଲୋକମାନେ ମଧ୍ୟ ଟିପଣି ଅନୁଯାୟୀ ଡିସକସନ ପେପରକୁ ମଧ୍ୟ ଅକ୍ଷରିକ ରୂପ ଦେଇଛନ୍ତି । ନୀତି ଆୟୋଗର ସୁପାରିଶ ରୂପରେ ଅଂଶୀଦାର କରାଯିବ । ୟୁପିଆଇ ଏହି ବର୍ଷ ୭.୭ ଟ୍ରିଲିୟନରୁ ଅଧିକ ଟଙ୍କା ୪.୨ ବିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନ କରିଛି ।

ୟୁପିଆଇ ସାହାଯ୍ୟରେ ଆଜି ମୋବାଇଲ ରେ ମାତ୍ର ଗୋଟେ କ୍ଲିକ ରେ ହିଁ ପେମେଣ୍ଟ ରକାଯାଇପାରୁଛି । ଏହାଦ୍ୱାରା ଲୋକ ମାନଙ୍କ ମଧ୍ୟରେ ହେଉଥିବା ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ଭାବେ ଟ୍ରାନ୍ସପେରେଣ୍ଟ ହୋଇଗଲାଣି । ତେବେ ଆଗକୁ ହେବାକୁ ଥିବା ଡିଜିଟାଲ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ଅଧିକ ସୁବିଧା ଦେବ ବୋଲି ନୀତି ଆୟୋଗ ତରଫରୁ କୁହାଯାଇଛି ।

 

Leave A Reply

Your email address will not be published.