ଆସନ୍ତାକାଲି ଠାରୁ ପେଟ୍ରୋଲ ପମ୍ପରେ ହେବନି ଅନଲାଇନ୍ ପେମେଣ୍ଟ, ଜାଣନ୍ତୁ କାରଣ

ସାରା ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ବଡ଼ ନିଷ୍ପତ୍ତି । ଯାହା ପ୍ରତିଦିନ ପେଟ୍ରୋଲ ଭରୁଥିବା ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଆଉ ପେଟ୍ରୋଲ ପମ୍ପରେ ହେବନି ଡିଜିଟାଲ କି UPI ପେମେଣ୍ଟ । କାଲିଠାରୁ ସାଧାରଣ ଲୋକଙ୍କ ଜୀବନରେ ଟିକିଏ ପରିବର୍ତ୍ତନ ଆସିପାରେ । UPI ଏବଂ ଡିଜିଟାଲ୍ ପେମେଣ୍ଟ ଯାହା ଆଜିକାଲି ଲୋକଙ୍କ ଜୀବନକୁ ସହଜ କରିଛି । ଆସନ୍ତାକାଲି, ଅର୍ଥାତ୍ ୧୦ ମେ’ରୁ ଏହା ପେଟ୍ରୋଲ ପମ୍ପଗୁଡ଼ିକରେ ସମସ୍ୟା ବଢ଼ାଇବାକୁ ଯାଉଛି ।
କାରଣ ଆସନ୍ତାକାଲିଠାରୁ ପେଟ୍ରୋଲ ପମ୍ପ ମାଲିକମାନେ UPI ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରୁ ପେମେଣ୍ଟ ନକରିବାକୁ ଘୋଷଣା କରିଛନ୍ତି । ତେବେ ଏଭଳି ନିଷ୍ପତି ମହାରାଷ୍ଟ୍ର ନାଗପୁରରେ ନିଆଯାଇଛି । ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବଢ଼ୁଥିବା ସାଇବର ଠକେଇ ଯୋଗୁଁ ଦେଶର ଅନେକ ସହରର ପେଟ୍ରୋଲ ପମ୍ପ ମାଲିକ ଏବଂ ସଂଗଠନଗୁଡ଼ିକ ଡିଜିଟାଲ ପେମେଣ୍ଟ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଏହି ସହରଗୁଡ଼ିକରେ ପେଟ୍ରୋଲ ପମ୍ପଗୁଡ଼ିକ କେବଳ UPI ମାଧ୍ୟମରେ ପେମେଣ୍ଟ ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
କେବଳ ସେତିକି ନୁହେ ଆସନ୍ତାକାଲି ଠାରୁ କାର୍ଡ ପେମେଣ୍ଟ ଗ୍ରହଣ କରିବା ବନ୍ଦ କରିବାକୁ ମଧ୍ୟ କହିଛନ୍ତି । ଏନେଇ ଏକ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ କହିଛି ଯେ ସାଇବର ଠକେଇର ବଢ଼ୁଥିବା ମାମଲା ଯୋଗୁଁ ପେଟ୍ରୋଲ ପମ୍ପ ମାଲିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ସେମାନେ ଆର୍ଥିକ କ୍ଷତିର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଯାହାପରେ ସେମାନେ ଏତେ ବଡ଼ ନିଷ୍ପତି ନେଇଛନ୍ତି । ସାଇବର ଠକମାନେ ଲୋକଙ୍କ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ହ୍ୟାକ୍ କରନ୍ତି ଏବଂ ଏହାକୁ ବ୍ୟବହାର କରି ପେମେଣ୍ଟ କରନ୍ତି ।
ତା’ପରେ ଯେତେବେଳେ କେହି ଏହି ବିଷୟରେ କେହି ଅଭିଯୋଗ କରନ୍ତି ପୋଲିସ ଟ୍ରାଞ୍ଜାକ୍ସନ ବାତିଲ କରିଦିଏ । ଫେଡେରେସନ ଅଫ୍ ଅଲ୍ ମହାରାଷ୍ଟ୍ର ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ କହିଛି ଯେ ଏପରି ସାଇବର ଠକେଇ ଯୋଗୁଁ ଅନେକ ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଭାବରେ ବ୍ଲକ୍ କରାଯାଇଛି । ଏହା ଯୋଗୁଁ, ଗୋଟିଏ ପଟେ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି ଏବଂ ଅନ୍ୟପଟେ ବାକି ଦେୟ ପାଇବାରେ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ନାସିକର ପେଟ୍ରୋଲ ପମ୍ପ ଡିଲର୍ସ ଆସୋସିଏସନ ମଧ୍ୟ ସମାନ ଘୋଷଣା କରିଛି । ଏଠାରେ ଆସୋସିଏସନର ସଭାପତି ବିଜୟ ଠାକରେ କହିଛନ୍ତି ଯେ ସେ ଏହି ସମ୍ପର୍କରେ ଅନେକ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ ଅଭିଯୋଗ ପାଇଛନ୍ତି । ସେମାନଙ୍କର ଡିଜିଟାଲ୍ କାରବାର ବାତିଲ ହୋଇଯାଏ ଏବଂ ପରେ ସେମାନଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦିଆଯାଏ । ଏନେଇ ବିଜୟ ଠାକରେ କହିଛନ୍ତି ଯେ ପୂର୍ବରୁ ଏହି ପରିମାଣ ବହୁତ କମ୍ ଥିଲା, ତେଣୁ ପ୍ରାୟତଃ ପେଟ୍ରୋଲ ପମ୍ପ ମାଲିକମାନେ ଏହାକୁ ଧ୍ୟାନ ଦେଉ ନଥିଲେ ।
କିନ୍ତୁ ଏବେ ଏପରି ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି ତେଣୁ ଶେଷରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଫେଡେରେସନ ଅଫ୍ ଅଲ୍ ମହାରାଷ୍ଟ୍ର ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ର ସଭାପତି ଅମିତ ଗୁପ୍ତା କହିଛନ୍ତି ଯେ ସେମାନେ ସରକାରଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇଛନ୍ତି । ପେଟ୍ରୋଲ ପମ୍ପ ମାଲିକମାନେ ଏବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପାଇଲେ ହିଁ ଡିଜିଟାଲ୍ ପେମେଣ୍ଟ ଆରମ୍ଭ କରିବେ । କାରଣ ଆଜିର ସମୟରେ ସାଇବର ଠକେଇ ଏକ ବଡ଼ ସମସ୍ୟା ହୋଇଗଲାଣି । ଏପରି ପରିସ୍ଥିତିରେ ଏନେଇ ସାରା ଦେଶରେ କ’ଣ ପ୍ରତିକ୍ରିୟା ମିଳୁଛି ତାହା ଦେଖିବାକୁ ବାକି ରହିଲା ।
Also read: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ନିଜକୁ କିପରି ରଖିବେ ସୁରକ୍ଷିତ, ଜାଣନ୍ତୁ ଏହି ୫ଟି ଟପ୍ ଆପ୍ ବିଷୟରେ