ସାଧାରଣ ଲୋକଙ୍କ ପାଇଁ ୧ ଡିସେମ୍ବରରୁ ଲଞ୍ଚ୍ ହେବ ଡିଜିଟାଲ ଟଙ୍କା; ଆର୍ବିଆଇ କଲା ବଡ଼ ଘୋଷଣା

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡିଜିଟାଲ୍ ମୁଦ୍ରା (ଡିଜିଟାଲ୍ ଟଙ୍କା)କୁ ନେଇ ଏକ ବଡ଼ ଘୋଷଣା କରିଛି। ଆର୍ବିଆଇ କହିଛି କି, ୧ ଡିସେମ୍ବରରେ ଖୁଚୁରା ଡିଜିଟାଲ ଟଙ୍କା (e ₹ -R) ପାଇଁ ଏହା ପ୍ରଥମ ଭାଗ ଲଞ୍ଚ କରିବ। E ₹ -R ଏକ ଡିଜିଟାଲ୍ ଟୋକନ୍ ଆକାରରେ ରହିବ, ଯାହା ଲିଗାଲ ଟେଣ୍ଡରର ପ୍ରତିନିଧିତ୍ୱ ମଧ୍ୟ କରିବ। ଆର୍ବିଆଇ ଏହା ମଧ୍ୟ କହିଛି ଯେ ଡିଜିଟାଲ ଟଙ୍କା ସେହି ମୂଲ୍ୟବର୍ଗରେ ଜାରି କରାଯିବ, ଯେଉଁଥିରେ ବର୍ତ୍ତମାନ କାଗଜ ମୁଦ୍ରା ଏବଂ କଏନ ଜାରି କରାଯାଉଛି।
ରିଜର୍ଭ ବ୍ୟାଙ୍କ ୧ ଡିସେମ୍ବର, ୨୦୨୨ରେ ଖୁଚୁରା ଡିଜିଟାଲ୍ ଟଙ୍କାର ପ୍ରଥମ ପାଇଲଟ୍ ଲଞ୍ଚ କରିବାକୁ ଘୋଷଣା କରିଛି। ଏହାପୂର୍ବରୁ ଆରବିଆଇ ୩୧ ଅକ୍ଟୋବର, ୨୦୨୨ର ଏକ ପ୍ରେସ ବିଜ୍ଞପ୍ତିରେ ସଙ୍କେତ ଦେଇଥିଲା କି, ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରୋଜେକ୍ଟ ଏକ ମାସ ମଧ୍ୟରେ ଆରମ୍ଭ ହେବ।

ପାଇଲଟ୍ ପ୍ରୋଜେକ୍ଟରେ ଭାଗ ନେଉଥିବା ଗ୍ରାହକ ଏବଂ ବେପାରୀମାନଙ୍କ କ୍ଲୋଜଡ ୟୁଜର ଗ୍ରୁପ୍ (ସିୟୁଜି)ରେ ବଛା ବଛା ଲୋକେସନ ଉପରେ ଇ-ଡିଜିଟାଲ ଟଙ୍କା ଉପଲବ୍ଧ ହେବ। ଇ-ଡିଜିଟାଲ୍ ଟଙ୍କା ଏକ ଟୋକନ୍ ରୂପରେ ଲିଗାର ଟେଣ୍ଡର ହେବ। ଏହା ସେହି ମୂଲ୍ୟବର୍ଗରେ ଜାରି କରାଯିବ, ଯାହା ବର୍ତ୍ତମାନ କାଗଜ ମୁଦ୍ରା ଏବଂ କଏନ ରୂପେ ଜାରି କରାଯାଉଛି।
ଏହା ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବିତରଣ କରାଯିବ। ଉପଯୋଗକର୍ତ୍ତା ବ୍ୟାଙ୍କଗୁଡ଼ିକ ତରଫରୁ ଉପଲବ୍ଧ କରାଯାଇଥିବା ଆପ୍ ମାଧ୍ୟମରେ ଏହାକୁ କିଣି ପାରିବେ ଏବଂ ନିଜ ମୋବାଇଲ୍ ଫୋନରେ ସୁରକ୍ଷିତ ରଖି ପାରିବେ। ଏହାଦ୍ୱାରା ବ୍ୟକ୍ତିଠୁ ବ୍ୟକ୍ତି ଏବଂ ବ୍ୟକ୍ତିଠୁ ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇ ପାରିବ। QR କୋଡ୍ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଅର୍ଥ ପ୍ରଦାନ କରାଯାଇ ପାରିବ।