ବ୍ୟବସାୟ ଓ ଅର୍ଥନୀତି

ଆପଣଙ୍କୁ କେମିତି ମିଳିବ ଡିଜିଟାଲ ଭୋଟର୍ସ କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍‌

ନ୍ୟାସନାଲ୍‌ ଭୋଟର୍ସ ଡେ ବା ଜାତୀୟ ଭୋଟର ଦିବସ ଅବସରରେ ନିର୍ବାଚନ କମିଶନ ଆଜି ଠାରୁ ଅର୍ଥାତ ସୋମବାର ଠାରୁ e-EPIC ସ୍କିମ୍‌ ଆରମ୍ଭ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋମବାର ନୂତନ ଭାବେ ଡିଜିଟାଲ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଛନ୍ତି । ଏହି ସ୍କିମ ଅନୁଯାୟୀ ଆଜିଠାରୁ ଉଭୟ ନୂଆ ଏବଂ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ବ୍ୟକ୍ତିମାନେ ଓ୍ବେବ୍‌ସାଇଟ୍‌ରୁ ଭୋଟର ପରିଚୟ ପତ୍ର ଡାଉନଲୋଡ୍‌ କରିପାରିବେ ।

୩୧ ଜାନୁଆରୀ ପର୍ଯ୍ୟନ୍ତ କେବଳ ସେହି ଭୋଟର୍ସ ନିଜ ଭୋଟର ଆଇଡି ଡିଜିଟାଲ୍‌ ଫର୍ମାଟରେ ନେଇପାରିବେ, ଯେଉଁମାନେ ଗତ ବର୍ଷ ନଭେମ୍ବର ରୁ ଡିସେମ୍ବର ମାସ ଭିତରେ ଆପ୍ଲାଏ କରିଛନ୍ତି। ଫେବୃଆରୀ ପହିଲାରୁ ସବୁ ଭୋଟର୍ସଙ୍କୁ ଏହି ସୁବିଧା ମିଳିବାକୁ ଲାଗିବ। ଏହି ସ୍କିମ ଅନୁଯାୟୀ ଏବେ ଆପଣଙ୍କୁ ଭୋଟର ଆଇଡି ପାଇଁ ଅପେକ୍ଷା କରିବାକୁ ପଡିବନାହିଁ। ଭୋଟର ଲିଷ୍ଟରେ ସାମିଲ ହେବାର ତୁରନ୍ତ ପରେ ହିଁ ଆପଣ ଅନଲାଇନ୍‌ ଜରିଆରେ ଭୋଟର କାର୍ଡ ଡାଉନଲୋଡ୍‌ କରିପାରିବେ। ଆପଣ ଆପଣଙ୍କ ଭୋଟର ଆଇଡିକୁ ନିଜ ମୋବାଇଲରେ ଡାଉନଲୋଡ ମଧ୍ୟ କରିପାରିବେ। ଏହାର ପ୍ରିଣ୍ଟ ମଧ୍ୟ ନେଇପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ e-EPIC ଏକ ନନ ଏଡିଟେଡ୍‌ ପେର୍ଟେବଲ୍‌ ପରିଚୟ ପତ୍ର ଅଟେ, ଅର୍ଥାତ ଏହା ପାନ କାର୍ଡ ଆଧାର କାର୍ଡ ଭଳି ଏକ ପୋର୍ଟେବଲ କାର୍ଡ ଅଟେ। ଏଥିରେ ଆପଣଙ୍କ ଫଟୋ, ସିରିୟଲ ନମ୍ବର ଏବଂ ଏକ ସୁରକ୍ଷିତ କ୍ୟୁଆର କୋଡ ଆଦି ରହିଥିବ। ଏହି କାର୍ଡ ପ୍ଲାଷ୍ଟିକ ଭୋଟର କାର୍ଡ ଠାରୁ ଅଲଗା ହେବ। ଏହାକୁ ଆପଣ ଡିଜିଲକରରେ ମଧ୍ୟ ଅପଲୋଡ୍‌ କରିପାରିବେ।

ତେବେ ଏହି e-EPICs ଉଭୟ ନୂଆ ଏବଂ ପୁରୁଣା ଭୋଟରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୫ ରୁ ୩୧ ଯାଏଁ ଉପଲବ୍ଧ ହେବ । ଏହି ସମୟ ମଧ୍ୟରେ କେବଳ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଭୋଟରମାନେ ଅର୍ଥାତ ପୂର୍ବରୁ ଭୋଟ ପ୍ରକ୍ରିୟାରେ ସାମିଲ ହୋଇନଥିବା ବ୍ୟକ୍ତିମାନେ ଅନଲାଇନ୍‌ରେ ଭୋଟର ପରିଚୟ ପତ୍ର ପାଇପାରିବେ । ଦ୍ବିତୀୟ ପର୍ଯ୍ୟାୟ e-EPIC ଫେବୃୟାରୀ ୧ ତାରିଖରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ଏବଂ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇସାରିଥିବା ବ୍ୟକ୍ତିମାନେ ଅନଲାଇନ୍‌ରେ ଭୋଟର ପରିଚୟ ପତ୍ର ପାଇପାରିବେ ।

ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍‌ (voterportal.eci.gov.in) ଓ୍ବେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ଏହାକୁ ଡାଉନଲୋଡ କରିପାରିବ। ଏହାଛଡା ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଭୋଟର ମୋବାଇଲ୍‌ ଆପକୁ ମଧ୍ୟ ଡାଉନଲୋଡ କରିପାରିବେ। ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ୟୁଜର ମଧ୍ୟ ଏହି ଆପକୁ ଡାଉନଲୋଡ୍‌ କରିପାରିବେ। ସେହିପରି ଯଦି ଆପଣ e-EPIC ଡାଉନଲୋଡ କରିବାକୁ ଚାହୁଁଛନ୍ତି, କିନ୍ତୁ e-EPIC ନମ୍ବର ହଜିଯାଇଛି ତାହେଲେ ଆପଣ ଇଲେକ୍ଟ୍ରାରଲ ରୋଲ ଫର୍ମକୁ voterportal.eci.gov.inରେ ବି ସର୍ଚ୍ଚ କରି ନିଜର e-EPIC ନମ୍ବର ପାଇପାରିବେ।

ନୂତନ ଭାବେ ଭୋଟର ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି, ଯେଉଁମାନେ କି ଭୋଟ୍‌ ପରିଚୟ ପତ୍ରର ହାର୍ଡ କପି ପାଇନଥିବେ, ସେମାନେ କେବଳ ଫର୍ମ-୬ ପୂରଣ କରି e-voter ପରିଚୟ ପତ୍ର ପାଇପାରିବେ । ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ କେବଳ ଭୋଟର ID ଏବଂ ମୋବାଇଲ ନମ୍ବର ଦେଇ e-voter ପରିଚୟ ପତ୍ର ପାଇପାରିବେ ।

କେମିତି ଡାଉନଲୋଡ୍‌ କରିବେ e-EPIC ଜାଣନ୍ତୁ

  • e-EPIC ଡାଉନଲୋଡ କରିବା ପାଇଁ ଆପଣଙ୍କୁ voterportal.eci.gov.in ଭୋଟର ହେଲ୍ପଲାଇନ୍‌ ଆପକୁ ଯିବାକୁ ହେବ।
  • ଭୋଟର ପୋର୍ଟାଲରେ ନିଜକୁ ରେଜିଷ୍ଟର କିମ୍ବା ଲଗଇନ୍‌ କରନ୍ତୁ।
  • ଏହାପରେ ମେନ୍ୟୁକୁ ଯାଇ ଡାଉନଲୋଡ e-EPIC ଉପରେ କ୍ଲିକ କରନ୍ତୁ।
  • EPIC ନମ୍ବର କିମ୍ବା ଫର୍ମ ରେଫେରେନ୍ସ ନମ୍ବର ଦିଅନ୍ତୁ।
  • ଓଟିପି ଦ୍ୱାରା ନମ୍ବର ଭେରିଫାଏ କରନ୍ତୁ।
  • ଡାଉନଲୋଡ EPIC ଉପରେ କ୍ଲିକ କରନ୍ତୁ।
  • ଏହାପରେ କେଓ୍ଵାସି ପ୍ରୋସେସକୁ ପୂରା କରନ୍ତୁ।
  • ଏଥିରେ ଫେସ୍‌ ଲାଇଭନେସ୍‌ ଭେରିଫିକେସନ ମଧ୍ୟ କରିପାରିବେ।
  • କେଓ୍ଵାସୀ ସାହାଯ୍ୟରେ ନୂଆ ନମ୍ବର ଅପଡେଟ କରି e-EPIC ଡାଉନଲୋଡ୍‌ କରିପାରିବେ।
Pritiparna

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

6 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

7 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

11 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

13 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

18 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

26 mins ago