ଭାରତର ଏହି ୧୦ଟି ଟ୍ରେନ ହେଉଛି ସବୁଠୁ ଅପରିଷ୍କାର, ଭୁଲରେ ବି କରନ୍ତୁନି ଯାତ୍ରା, ନଚେତ ବଡ଼ ହଇରାଣରେ ପଡ଼ିବେ

ଆପଣ ଟ୍ରେନରେ ଯାତ୍ରା କରିଛନ୍ତି ନା ନାହିଁ। ନିଶ୍ଚୟ ଭାବେ କରିଥିବେ କାହିଁକିନା ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ସାଧାରଣତଃ ପସନ୍ଦ କରନ୍ତି। ଆରାମଦାୟକ ଏବଂ ଲମ୍ବା ଟ୍ରାଭେଲ ପାଇଁ ଲୋକମାନେ ଟ୍ରେନ ଯାତ୍ରାକୁ ପ୍ରାଧାନ୍ୟ ଦିଅନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି। ଭାରତୀୟ ରେଳ ପୁରା ଦୁନିଆର ନିଜର ଲମ୍ବା ଚଉଡ଼ା ନେଟଓ୍ଵାର୍କ ପାଇଁ ଜଣାଯାଏ। ଡାଟା କୁ ଦେଖିଲେ ପାଖାପାଖି ୨.୫୦ କୋଟି ଲୋକ ପ୍ରତିଦିନ ଏହି ସେବାର ଲାଭ ଉଠାଇଥାନ୍ତି। ଏହାବ୍ୟତିତ ଭାରତୀୟ ରେଳ ପ୍ରତ୍ୟେକ ଦିନ ୩୩ ଲକ୍ଷ ଟନ୍‌ ର ମାଲ ନେବା ଆଣିବା କରିଥାଏ। ଏହାର ସ୍ଥାପନା ୮ ମେ ୧୮୪୫ ରେ ହୋଇଥିଲା। ଭାରତୀୟ ରେଳ ଏସିଆର ସବୁଠୁ ତଥା ଦୁନିଆର ୪ର୍ଥ ସବୁଠୁ ଲମ୍ବା ନେଟଓ୍ଵାର୍କ। ଭାରତୀୟ ରେଳ ଟ୍ରାକ ପାଖାପାଖି ୬୭,୩୬୮ କିଲୋମିଟର ଲମ୍ବା।

ତେବେ ଏହିସବୁ ଟ୍ରେନ ମାନଙ୍କ ଭିତରୁ କିଛି ଟ୍ରେନ ଏଭଳି ରହିଛି। ଯେଉଁଥିରେ ଯିବା ଯାତ୍ରୀଙ୍କ ପାଇଁ ବହୁତ କଷ୍ଟ ହୋଇଥାଏ। କାରଣ ଏସସବୁ ଟ୍ରେନ ଏତେ ଅପରିଷ୍କାର ହୋଇଥାଏ ଯେ ଏଥିରେ ଯିବା ସହଜ କଥା ହୋଇ ନଥାଏ। ତେଣୁ ଏସବୁ ଟ୍ରେନକୁ ଦୁନିଆର ସବୁଠୁ ଅପରିଷ୍କାର ଟ୍ରେନ କୁହାଯାଏ। ଆଜି ଆମେ ସେସବୁ ଟ୍ରେନ ସମ୍ପର୍କରେ ଆପଣଙ୍କୁ କହିବୁ। ଆଗୁଆ ଜାଣିନିଅନ୍ତୁ ନଚେତ ବଡ଼ ଅସୁବିଧାରେ ପଡ଼ିବେ।

କିଛି ବର୍ଷ ତଳେ ରେଲୱେ ଯୋଜନାରେ ବହୁ ସୁବିଧା ସୁଯୋଗ ଜନସାଧାରଣଙ୍କ ପାଇଁ କରାଯାଇଛି । ହେଲେ ବର୍ତ୍ତମାନ ମଧ୍ୟ ପରିଷ୍କାରକୁ ନେଇ କିଛି ସୁବିଧା ବାକି ରହିଯାଇଛି । ରାଜଧାନୀ ଏକ୍ସପ୍ରେସ ଠାରୁ ଆରମ୍ଭ କରି ଗରୀବ ରଥ ଏବଂ ଅନ୍ୟାନ୍ୟ ଏକ୍ସପ୍ରେସ ଟ୍ରେନରେ ଅପରିଷ୍କାର ପାଇଁ ସେଥିରେ ଯାତ୍ରା କରୁଥିବା ଲୋକମାନେ ଅସୁବିଧାର ଶିକାର ହେଉଛନ୍ତି । ଏହାକୁ ନେଇ ଲୋକେ ଟ୍ୱିଟର ଛଡ଼ା ରେଳ ସୁବିଧା ଆପରେ ଭାରତୀୟ ରେଲୱେ ତରଫରୁ ଏହାର ଅସୁବିଧା ଜଣାଉଛନ୍ତି । ଆଜି ଆମେ ସେହି ୧୦ ଟି ଟ୍ରେନ କଥା କହିବୁ ଯାହାକି ଲୋକମାନେ ଏହି ଟ୍ରେନ ଉପରେ ଅଭିଯୋଗ କରିଛନ୍ତି । ଯଦି ଆପଣ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଟିକେଟ କରିବା ପୂର୍ବରୁ ଥରେ ଚିନ୍ତା କରି ନିଅନ୍ତୁ ।

ରେଳ ଆପରେ ମିଳିଥିବା ଅଭିଯୋଗ ଅନୁଯାୟୀ, ସାହାରା-ଅମୃତସର ଗରିବ ରଥ ଟ୍ରେନ୍ ମଇଳା ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଛି । ଏହି ଟ୍ରେନ୍ ପଞ୍ଜାବର ଅମୃତସରରୁ ବିହାରର ସାହାରା ଜିଲ୍ଲାକୁ ଯାଏ । ଏହି ଟ୍ରେନରେ ସର୍ବାଧିକ ୮୧ ଟି ଅଭିଯୋଗ ଆସିଛି। କୋଚରୁ ସିଙ୍କ ଏବଂ ଟଏଲେଟ କ୍ୟାବିନ ପର୍ଯ୍ୟନ୍ତ ମଇଳା ବିସ୍ତାର ହୋଇଥିବାର ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଟ୍ରେନ୍ ଦେଶର ସବୁଠାରୁ ଖରାପ ସୁବିଧା ମଧ୍ୟରେ ଗଣାଯାଏ ।

ଏହାବ୍ୟତିତ, ଯୋଗବାନୀ-ଆନନ୍ଦ ବିହାର ସିମାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ୬୭ଟି, ଶ୍ରୀ ମାତା ବୈଷ୍ଣୋଦେବୀ ବାନ୍ଦ୍ରା ଏକ୍ସପ୍ରେସ ଟ୍ରେନରେ ୬୪ଟି, ବାନ୍ଦ୍ରା-ଶ୍ରୀ ମାତା ବୈଷ୍ଣୋଦେବୀ ସ୍ୱରାଜ ଏକ୍ସପ୍ରେସ ଟ୍ରେନରେ ୬୧ ଏବଂ ଫିରୋଜ ପୁର-ଅଗରତଲା ତ୍ରିପୁରା ସୁନ୍ଦରୀ ଏକ୍ସପ୍ରେସ ଟ୍ରେନରେ ୫୭ ଟି ଅଭିଯୋଗ ଆସିଛି । ଏଥିରେ କେବଳ ରେଳ ଅପରିଷ୍କାରକୁ ନେଇ ଅଭିଯୋଗ ଆସିଛି । ଏହା ବ୍ୟତୀତ ଦିଲ୍ଲୀରୁ ବିହାର ଯାଉଥିବା ଆନନ୍ଦ ବିହାର-ଯୋଗୱନୀ ସୀମାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ୫୨ଟି, ଅମୃତସର କ୍ଲୋନ ସ୍ପେସାଲ ଟ୍ରେନରେ ୫୦ଟି, ଅଜମମେର-ଜାମ୍ମୁ ପୂଜା ଏକ୍ସପ୍ରେସ ଟ୍ରେନରେ ୪୦ ଏବଂ ନୂଆଦିଲ୍ଲୀ-ଡିବ୍ରୁଗଢ ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅପରିଷ୍କାର ସହ ଜଡ଼ିତ ୩୫ଟି ଅଭିଯୋଗ ଆସିଛି । ଏହି ୧୦ଟି ଟ୍ରେନରେ ରେଳବାଇ ଏକ ମାସ ମଧ୍ୟରେ ମୋଟ ୧୦୭୯ ଟି ଅଭିଯୋଗ ଗ୍ରହଣ କରିଛି। ଯେଉଁଥିରେ ମଇଳା, ଜଳର ଅନୁପସ୍ଥିତି, ସିଟ୍ ଏବଂ ଛିଣ୍ଡାଯାଇଥିବା ସିଟ୍‌ ର ଅଭିଯୋଗ ଅନ୍ତର୍ଭୁକ୍ତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.