ଦିୱାଲୀ ପୂର୍ବରୁ ଏହି ସବୁ କାରରେ ମିଳୁଛି ଭାରି ଡ଼ିସକାଉଣ୍ଟ, ଜଲଦି କରନ୍ତୁ ବୁକିଂ

ଚାଲିଛି ପାର୍ବଣ ଋତୁ । ପ୍ରତ୍ୟେକ ବର୍ଷ ଏହି ସିଜିନରେ ବାଇକ୍‌ ଏବଂ କାରର ବମ୍ପର ସପିଂ ହୋଇଥାଏ । ଏହି କାରଣରୁ ଫେଷ୍ଟିଭ୍‌ ସିଜିନରେ ଅନେକ କମ୍ପାନୀ ଗ୍ରାହକଙ୍କ ପାଇଁ ଗାଡି ଉପରେ ବମ୍ପର ଡିସକାଉଣ୍ଟ ଅଫର୍‌ ଦେଉଛନ୍ତି । ସେହିଭଳି ଏବେ ଦିଓ୍ୱାଲିର ଗୋଟିଏ ଦିନ ପୁର୍ବରୁ ଏହି ସବୁ କାରରେ ଭାରି ଡିସକାଇଣ୍ଟ ଅଫର ଦିଆଯାଉଛି । ଯଦି ଆପଣ ଏହି ଫେଷ୍ଟିଭ ସିଜିନରେ ନୂଆ କାର୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଯଦି ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଏହି ବିଷୟରେ ଜାଣିବା ।

Maruti Suzuki: Arena ଏବଂ Nexa ମଡେଲ୍‌ ରେ ଡିସକାଉଣ୍ଟ:
Maruti Suzuki ର Arena ଏବଂ Nexa ଲାଇନ୍‌ଅପ୍‌ ଜୋରଦାର ଡିସକାଉଣ୍ଟ ଅଫର କରୁଛି । ଜିମି ଭ୍ୟାରିଆଣ୍ଟସ୍‌, ଜେଟା ଏବଂ ଆଲଫା ଯଥାକ୍ରମେ ୧.୭୫ ଲକ୍ଷ ଏବଂ ୨.୩ ଲକ୍ଷ ଟଙ୍କା ଡିସକାଉଣ୍ଟ ପାଇଛନ୍ତି । Brezza Urbano ଏଡିସନରେ Lxi ଭ୍ୟାରିଆଣ୍ଟ ପାଇଁ ନଗଦ ୨୭K ଟଙ୍କା ଏବଂ Vxi ପାଇଁ ୧୫K ଟଙ୍କା ସହିତ ଆଡିସ୍ନାଲ୍‌ ୧୫K ଟଙ୍କା ଏକ୍ସଚେଞ୍ଜ ବୋନସ୍‌ ମିଳିବ । ହାଇବ୍ରିଡ୍‌ ଲର୍ଭସଙ୍କ ପାଇଁ ଗ୍ରାଣ୍ଡ୍‌ ଭିଟାର ଷ୍ଟ୍ରଙ୍ଗ୍‌ ହାଇବ୍ରିଡ୍‌ ୫୦K ଟଙ୍କା, ୫ ବର୍ଷ ଓ୍ୱାରେଣ୍ଟି ଏବଂ ୫୦K ଟଙ୍କା ଏକ୍ସଚେଞ୍ଜ ବୋନସ୍‌ ସହିତ ରହିଛି ।

Tata Motors: Nexon, Harrier ଏବଂ Safari ଉପରେ ଦିଓ୍ୱାଲି ଡିଲ୍‌ :
ଷ୍ଟ୍ରଙ୍ଗ ଏବଂ ଆରାମଦାୟକ ଅପ୍ସନ ଖୋଜୁଥିବା ଲୋକଙ୍କୁ ଆକର୍ଷିତ କରି Tata Motors ଏହାର ଲୋକପ୍ରିୟ ମଡେଲ୍‌ ଉପରେ ଡିଲର-ଏଣ୍ଡ୍‌ ଡିସକାଉଣ୍ଟ ଦେଉଛି । କ୍ରେତାମାନେ Nexon ଉପରେ ୨୫K କ୍ୟାସବ୍ୟାକ୍‌ ଏବଂ ୨୦K ଟଙ୍କା ଏକ୍ସଚେଞ୍ଜ ବୋନସ ପାଇପାରିବେ, ଯେତେବେଳେ Harrier ଏବଂ Safari ଆଡିସ୍ନାଲ୍‌ ଡିସକାଉଣ୍ଟ ଏବଂ ସିଲେକ୍ଟ ଭ୍ୟାରିଆଣ୍ଟରେ ୫୦K ଟଙ୍କା ମୂଲ୍ୟର କର୍ପୋରେଟ ଅଫର କରିପାରିବେ ।

Honda: City, Amaze ଏବଂ Elevate ର ସେଭିଙ୍ଗ୍‌ :
Honda ର ସେଡାନ୍‌ ଏବଂ କମ୍ପାକ୍ଟ SUV ଗୁଡିକ ମଧ୍ୟ ଦିଓ୍ୱାଲି ପ୍ରମୋସନର ଏକ ପାର୍ଟ । City eHEV ୨୦K ଟଙ୍କା ମୂଲ୍ୟରେ ୭୦K ନଗଦ ଡିସକାଉଣ୍ଟ ଏବଂ ୩ ବଷର ସର୍ଭିସ୍‌ ମେଣ୍ଟାନାନ୍ସ ପ୍ୟାକେଜ୍‌ ଅଫର କରୁଥିବାବେଳେ, Amaze ୫୦K ଟଙ୍କା ନଗଦ ଡିସକାଉଣ୍ଟ, ୨୦K ଟଙ୍କା ଏକ୍ସଚେଞ୍ଜ ବୋନସ୍‌ ଏବଂ ଲୟାଲ୍ଟି ଲାଭ ପ୍ରଦାନ କରିଥାଏ ।

Kia: Seltos and Carens ଉପରେ କମ୍ପିଟେଟିଭ୍‌ ଡିଲ୍ସ :
Kia ତାର ଲୋକପ୍ରିୟ ମଡେଲଗୁଡିକ ଉପରେ ଓ୍ୱାରେଣ୍ଟି ବଢ଼ାଇଛି ଏବଂ ଡିସକାଉଣ୍ଟ ପ୍ରଦାନ କରୁଛି । Seltos କ୍ରେତାମାନେ ପ୍ରଥମ ବର୍ଷର ବିମା କଭରେଜ୍‌, ୪୦K ଟଙ୍କା ଏକ୍ସଚେଞ୍ଜ ଅଫର, ୫ ବର୍ଷ ଓ୍ୱାରେଣ୍ଟି ଏବଂ ୧୫K ଟଙ୍କା କର୍ପୋରେଟ ଡିସକାଉଣ୍ଟ ଉପଭୋଗ କରିପାରିବେ । Carens ୫ ବର୍ଷର ଓ୍ୱାରେଣ୍ଟି ଏବଂ ସିଲେକ୍ଟ ଭ୍ୟାରିଆଣ୍ଟରେ ୧୫K ଟଙ୍କା କର୍ପୋରେଟ ଡିସକାଉଣ୍ଟ ସହିତ ଆସିଥାଏ, ଯାହା ଏହାକୁ ଏକ ଆର୍ଷଣ ଫ୍ୟାମିଲି ଅପ୍ସନ କରିଥାଏ ।