ଫାଇନାନସିଆଲ ଇୟର ୨୦୨୧-୨୨ ଶେଷ ହେବାକୁ ଆଉ ମାତ୍ର ଅଳ୍ପ ସମୟ ରହିଛି । ଏହାପୂର୍ବରୁ କିଛି ଜରୁରୀ କାମ ଜାଣିନେବା ନିହାତି ଜରୁରୀ। କାରଣ ଯଦି ଆପଣ ୩୧ ମାର୍ଚ୍ଚ ପୂର୍ବରୁ ଏହି କାମ ସବୁ ନସାରନ୍ତି ତେବେ ଅନେକ ସମସ୍ୟା ହୋଇପାରେ।
ସମସ୍ତ ଅଫିସ କର୍ମଚାରୀଙ୍କ ମାର୍ଚ୍ଚ ମାସ ମାନେ ବର୍ଷର ଶେଷ ଆର୍ଥିକ ମାସ ଉପରେ ନଜର ରହିଥାଏ। ଦରଦାମକୁ ନେଇ ବର୍ଷସାରାର ତମାମ ଖବର ସମ୍ପର୍କରେ ଏହି ମାସରୁ ଅନୁମାନ କରିଦିଆଯାଏ। ତେଣୁ ଏହା ସରିବା ପୂର୍ବରୁ ଆପଣ ୫ଟି ମୁଖ୍ୟ କାମ ସମ୍ପର୍କରେ ଜାଣି ରଖନ୍ତୁ।
ଆଧାର-ପାନ ଲିଙ୍କ:
ପାନ ଓ ଆଧାର ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ତେବେ ଏହଦୁହିଁଙ୍କର ଲିଙ୍କ ରହିବା ମଧ୍ୟ ନିହାତି ଆବଶ୍ୟକ। ପାନ କୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨। ଯଦି ଏମିିତିି ଆପଣ କରୁନାହାନ୍ତି ତେବେ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ। ତାକୁ ଆଉ କୌ ଣସି କାମରେ ଆପଣ ବ୍ୟବହାର କରିପାରିବେ ନାହିଁ।
ବ୍ୟାଙ୍କ ଆକାଉଣ୍ଟ ଓପନ, ସେୟାର କିମ୍ବା ମ୍ୟୁଚାଲ ଫଣ୍ଡ କିଣିବା ପାଇଁ ପାନ କାର୍ଡ ଅନିବାର୍ଯ୍ୟ। ଏହା ବ୍ୟତୀତ ଅଧିକ ଭାବେ ବିତ୍ତୀୟ ସଂସ୍ଥାର କେଓ୍ଵାଇସି ପାଇଁ ଗ୍ରାହକଙ୍କୁ ପାନ କାର୍ଡ ଦେଖାଇବାକୁ ପଡ଼ିଥାଏ। ତେଣୁ ଯଥାଶୀଘ୍ର ଏହି ଦୁଇ କୁ ଲିଙ୍କ କରାଇନିଅନ୍ତୁ। ଏମିତି ନକଲେ ଆୟକର ଅଧିନିୟମ ଧାରା ୨୭୨ ବି ଅନ୍ତର୍ଗତ ୧୦ ହଜାର ଟଙ୍କା ଜରିମାନା ଭୋଗିବାକୁ ପଡ଼ିବ।

ଇନକମ ଟାକ୍ସ ରିଟର୍ଣ୍ଣ:
ଯଦି ଆପଣ ଏବେ ପର୍ଯ୍ୟନ୍ତ ଆସେସମେଣ୍ଟ ଇୟର ୨୦୨୧-୨୨ ପାଇଁ ଇନକମ ଟାକ୍ସ ରିଟର୍ଣ୍ଣ ଭରି ନାହାନ୍ତି ତେବେ ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ ଏହାକୁ କରାଇଦିଅନ୍ତୁ। ଏହି ସମୟ ମଧ୍ୟରେ ଆଇଟିଆର ମଧ୍ୟ ଦାଖଲ କରିପାରିବେ। ନଚେତ ଆପଣଙ୍କୁ ମୋଟା ଅଙ୍କର ପେନାଲ୍ଟି ରାଶି ଭରିବାକୁ ପଡ଼ିବ।
କେଓ୍ଵାଇସି:
ପୂର୍ବରୁ କେଓ୍ଵାଇସି ଫର୍ମ ଅପଡେଟ ପାଇଁ ଅନ୍ତିମ ତାରିଖ ୩୧ ମାର୍ଚ୍ଚ ୨୦୨୧ ଥିଲା। କରୋନା ପାଇଁ ଏହି ତାରିଖକୁ ଆଗକୁ ବଢ଼ାଇଦିଆଯାଇଥିଲା। ଆରବିଆଇ କେଓ୍ଵାଇସି ଅପଡେଟ ପାଇଁ ଅନ୍ତିମ ତାରିଖ ୩୧ ମାର୍ଚ୍ଚ ୨୦୨୨ କରିଛି। ତେଣୁ ତୁରନ୍ତ ଅପଡେଟ କରାନ୍ତୁ।
ଟାକ୍ସ ସେଭିଂ ଇନଭେଷ୍ଟ:
ଫାଇନାସିଆଲ ଇୟର ମାନେ ଆର୍ଥକ ବର୍ଷରେ ଇନକମ ଟାକ୍ସରେ ଛାଡ ପାଇବା ପାଇଁ ୩୧ ମାର୍ଚ୍ଚ ଭିତରେ ଇନଭେଷ୍ଟମେଣ୍ଟ କରନ୍ତୁ। ମାନେ ଟାକ୍ସ ସେଭିଂ ସ୍କିମରେ ଇନଭେଷ୍ଟମେଣ୍ଟ କରନ୍ତୁ। ଯେଉଁଥିରେ ଆପଣ ଟାକ୍ସରେ ଛାଡ଼ ପାଇପାରିବେ। ଏଥିରେ ପିପିଏଫ, ସୁକନ୍ୟା ସମୃଦ୍ଧି ଭଳି ଯୋଜନା ସାମିଲ ରହିଛି। ଏହାସହିତ ଏଲଆଇସି ର କିସ୍ତି ଭରି ମଧ୍ୟ ଟାକ୍ସ ସେଭିଂ କରିପାରିବେ।
ପିଏମଏଓ୍ଵାଇ ସବସିଡି :
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ସରକାରୀ ଯୋଜନା। ଯାହାକି ନିମ୍ନ ଆୟ ବର୍ଗ ଅର୍ଥାତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଲୋକମାନଙ୍କଚ ସରକାରଙ୍କ ତରଫରୁ ଏହି ଯୋଜନାକୁ ପ୍ରଦାନ କରାଯିବ। ଲାଭାର୍ଥିୀ ୬.୫% ପ୍ରତିବର୍ଷ ହିସାବରେ ୨୦ ବର୍ଷ ପର୍ଯ୍ୟନ୍ତ ଋଣର ଲାଭ ଉଠାଇପାରିବେ। ଏହି ଯୋଜନାରେ ପିଏମଏଓ୍ଵାଇ କ୍ରେଡିଟ ଲିଙ୍କ ସବସିଡି ଯୋଜନା ଲାଭ ଉଠାଇବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨।