ଆପଣ ଦ୍ୱାଦଶ ପାସ୍‌ କରିଛନ୍ତି କି ? ଆପଣଙ୍କୁ ମିଳିପାରିବ ସପ୍ତମ ବେତନ କମିଶନ ମୁତାବକ ଦରମା

ନୂଆଦିଲ୍ଲୀ : ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ରେ ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ, ଷ୍ଟୋର ଆସିଷ୍ଟାଣ୍ଟ ଏବଂ ଅନ୍ୟ ପଦ ପଦବୀରେ ରହିଛି ନିଯୁକ୍ତି ସୁଯୋଗ। ଏହା ଅଧିନରେ ୨୨୪ଟି ପଦବୀ ଖାଲି ରହିଛି। ଯଦି ଆପଣ ଏହି ଚାକିରି କରିବାକୁ ଇଚ୍ଛକୁ ତେବେ ଡିଆରଡିଓର ଅଫିସିଆଲ ୱେବସାଇଟକୁ ଯାଇ www.drdo.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୫ ଅକ୍ଟୋବର ରହିଛି। ଆସନ୍ତା ୨୧ ତାରିଖରୁ ଏହାର ଅନଲାଇନ ପ୍ରକ୍ରିୟା ଆରମ୍ଭ ହେବ। ଦ୍ୱାଦଶ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମଧ୍ୟ ମିଳିବ।

ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ। ପରୀକ୍ଷାରେ ଚୟନ ହେବା ପ୍ରାର୍ଥୀଙ୍କୁ ଦେଶର କୌଣସି ପ୍ରାନ୍ତରେ ପୋଷ୍ଟିଂ କରାଯିବ। ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ସମସ୍ତ ସାଧାରଣ ଜାତି ଏବଂ ଜନଜାତି ପାଇଁ ୧୦୦ ଟଙ୍କା ଶୁଳ୍କ ରଖାଯାଇଛି।

Leave A Reply

Your email address will not be published.