BSNLର ଦୟନୀୟ ସ୍ଥିତି, ଜୁନରେ ବନ୍ଦ ହୋଇପାରେ କର୍ମଚାରୀଙ୍କ ଦରମା

ଦିଲ୍ଲୀ : ଭାରତର ସରକାରୀ ନେଟଓ୍ଵର୍କ କମ୍ପାନୀ BSNL ସରକାରଙ୍କୁ ଏକ ରେଡିଓ ଟେଲିଫୋନିକ ସିଗନାଲ(SOS)ରେ ବାର୍ତ୍ତା ପଠାଇଛନ୍ତି । ଯେଉଁଥିରେ କମ୍ପାନୀର କାର୍ଯ୍ୟଧାରା ମାନ୍ଦା ହେବା ନେଇ କୁହାଯାଇଛି। କମ୍ପାନୀ କହିଛ ଯେ, କ୍ୟାସ କମ କାରଣରୁ ଜୁନ ମାସରେ ୮୫୦ କୋଟି ଟଙ୍କାର ଦରମା ଦେବାକୁ ଅସମର୍ଥ ହେଉଛି। କମ୍ପାନୀର ଉପରେ ପାଖାପାଖି ୧୩ହଜାର କୋଟି ଆଉଟଷ୍ଟାଣ୍ଡିଙ୍ଗ ଲିଆବିଲିଟି ଅଛି,ଯେଉଁଥିପାଇଁ BSNL ର ବ୍ୟବସାୟ ମାନ୍ଦା ହୋଇଯାଇଛି।

BSNL ର କର୍ପୋରେଟେ ବଜେଟ ଓ ବ୍ୟାଙ୍କିଙ୍ଗ ଡିଭିଜନର ସିନିୟର ଜେନରାଲ ମ୍ୟାନେଜର ପୁର୍ଣ୍ଣଚନ୍ଦ୍ର ଟେଲିକମ ବିଭାଗର ଜଏଣ୍ଟ ସେକ୍ରେଟାରୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ, ‘ସବୁ ମାସରେ ଆୟ ଓ ଖର୍ଚ୍ଚ ମଧ୍ୟରେ ତାଳମେଳ ନରହିବାରୁ ଏବେ କମ୍ପାନୀର ସଂଚାଳନ ଜାରି ରଖିବା ଚିନ୍ତାର ବିଷୟ ହୋଇଛି,କାହିଁକିନା ଏହା ଏବେ ଏମିତି ସ୍ତରରେ ପହଞ୍ଚି ଯାଇଛି ଯେଉଁଠି ବିନା କୌଣସି ପର୍ଯ୍ୟାପ୍ତ ଇକ୍ୟୁଟି ସାମିଲରେ BSNL ର ଅପରେସନ ଜାରି ରଖିବା କ୍ଷତି ହୋଇପାରେ’ ।

ସ୍ଥିତି ପରଖି ଥିଲେ ପ୍ରଧାନମନ୍ତ୍ରୀ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ମାସ ତଳେ BSNL ର ଅଫିସ ପରିଦର୍ଶନ କରି ଏକ ବୈଠକ ମାଧ୍ୟମରେ କମ୍ପାନୀର ମାନ୍ଦା ଅବସ୍ଥାକୁ ପରଖି ଥିଲେ ଓ ସେହି ସମୟରେ କମ୍ପାନୀର ଚେୟାର ମ୍ୟାନ ମୋଦିଙ୍କୁ ଏକ ଉପହାର ମଧ୍ୟ ଦେଇଥିଲେ । କିନ୍ତୁ ଏହି ବୈଠକ ପରେ ବି ସମସ୍ୟାର କୌଣସି ସମାଧାନ ବାହାରିପାରିନଥିଲା। ପାଖପାଖି ୧.୭ ଲକ୍ଷ କର୍ମଚାରୀଙ୍କ କମ୍ପାନୀ କେମିତି ନିଜକୁ ଏହି ସଂକଟରୁ ଉଦ୍ଧାର କରିବ ସେନେଇ ଏବେ ଚିନ୍ତା ପ୍ରକଟ କରୁଛି ।

ସର୍ବାଧିକ ଘାଟା ସହୁଥିବା ଟପ ପିଏସୟୁ

ପୂର୍ବ ସପ୍ତାହରେ ବି ସାର୍ବଜନିକ କ୍ଷେତ୍ରର ଦୂର ସଂଚାର କମ୍ପାନୀ ସରକାରୀ କମ୍ପାନୀର ଭାଗ୍ୟ ନିର୍ଦ୍ଧାରଣ କରିବା ଓ ଆଗାମୀ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧିତ ଉପଦେଶ ପାଇଁ ଚିଠି ଲେଖିଥିଲେ। BSNL ସବୁଠାରୁ ଅଧିକ ଘାଟା ସହୁଥିବା ଟପ ପିଏସୟୁ ଅଟେ ଓ କୋଟାକ ଇଣ୍ଟରନ୍ୟାସନାଲ ଇକ୍ୟୁଟିର ରିପୋର୍ଟ ଅନୁସାରେ BSNL କୁ ଡିସେମ୍ବର ୨୦୧୮ରେ ଶେଷ ୯୦,୦୦୦ କୋଟି ଟଙ୍କାରୁ ଅଧିକର ପରିଚାଳନା କ୍ଷତି ସହିବାକୁ ପଡିଥିଲା।

ଦରମା ହେଲା ସବୁଠାରୁ ବଡ ବୋଝ

କମ୍ପାନୀର ସମକକ୍ଷ କର୍ମଚାରୀମାନଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ସବୁଠାରୁ ବଡ ସମସ୍ୟା ହୋଇ ରହିଛି। ୨୦୧୮ ଆର୍ଥିକ ବର୍ଷରେ ରିଟୟାରମେଣ୍ଟ ବେନିଫିଟ୍ସ ସହିତ କର୍ମଚାରୀଙ୍କ ଉପରେ ଖର୍ଚ୍ଚ ମିଶି BSNL ର ପରିଚାଳନା ରାଜସ୍ୱ ୬୬% ହୋଇଥିଲା, ଯେତେବେଳେ ଆର୍ଥିକ ବର୍ଷ ୨୦୦୬ରେ ଏହା ୨୧% ରହିଥିଲା।

ମୋଦିଙ୍କ ହସ୍ତକ୍ଷେପ ପାଇଁ ଆବେଦନ

ଏହା ପୂର୍ବରୁ ରବିବାର ଦିନ BSNL ର ଇଂଜିନିୟର ଓ ଆକାଉଣ୍ଟିଙ୍ଗ ପ୍ରଫେସନାଲର ଏକ ସଂଘ ପ୍ରଧାନମନ୍ତ୍ରୀଙ୍କୁ କମ୍ପାନୀର ପୁନରୁଦ୍ଧାର ପାଇଁ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ BSNL ଉପରେ କୌଣସି ଋଣ ନାହିଁ ଓ ଏହାର ବଜାର ଅଂଶିଦାର ଲଗାତାର ଭାବେ ବଢିବାର ଲାଗିଛି। ଏଥିପାଇଁ କମ୍ପାନୀକୁ ପୁଣିଥରେ ଛିଡା ହେବା ଉଚିତ୍‌ । କମ୍ପାନୀରେ ସେହି କର୍ମଚାରୀଙ୍କୁ ଉତ୍ତର ମଗାଯିବା ଦରକାର ଯେଉଁମାନେ ଠିକରେ କାମ କରୁନାହାନ୍ତି।

Sasmita

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

19 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

38 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

46 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago