ବନ୍ଦ ପଡିଥିବା ଆକାଉଣ୍ଟରୁ ବି ଉଠାଇପାରିବେ ଟଙ୍କା, ଜାଣନ୍ତୁ ଏହାର ନିୟମ ଏବଂ ପ୍ରୋସେସ୍‌

ସାଧାରଣତଃ ବ୍ୟାଙ୍କ୍‌ ଆକାଉଣ୍ଟକୁ ଲମ୍ବା ସମୟ ଧରି ଅପରେଟ୍‌ କରାନଗଲେ ତାହା ଡରମେଣ୍ଟ ଆକାଉଣ୍ଟ ହୋଇଯାଏ। ଏହାର ଅର୍ଥ ଖାତାକୁ ନିଷ୍କ୍ରିୟ କରିଦିଆଯାଏ। ଯଦି ଆପଣଙ୍କର ବି ଏମିତି ହୋଇଛି, ତାହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଆପଣ ଏହି ବନ୍ଦ ପଡିଥିବା ବ୍ୟାଙ୍କ୍‌ ଆକାଉଣ୍ଟରୁ ବି ନିଜ ଟଙ୍କା ଉଠାଇପାରିବେ। ଏଥିପାଇଁ ଆପଣଙ୍କୁ କିଛି ସହଜ ପ୍ରୋସେସକୁ ପୂରା କରିବାକୁ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟାଙ୍କ୍‌ ପାଖରେ ଏହିଭଳି ଆକାଣ୍ଟରେ ଅନକ୍ଲେମଡ ଟଙ୍କା ଲଗାତର ବୃଦ୍ଧି ପାଉଛି। ବ୍ୟାଙ୍କର ଅନକ୍ଲେମଡ ରାଶିରେ ସେଭିଙ୍ଗ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ଏଫଡି, ଆରଡି ଆଦିରେ ଜମା ଟଙ୍କା ରହିପାରିଥାଏ।

cashଲଗାତର ବଢ଼ୁଥାଏ ବ୍ୟାଙ୍କର ଅନକ୍ଲେମଡ ରାଶି

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଯଦି କୌଣସି ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରେ ଲଗାତର ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ଲେଣଦେଣ କରୁନାହାଁନ୍ତି ତାହେଲେ ସେହି ଆକାଉଣ୍ଟରେ ଜମା ଟଙ୍କା ଅନକ୍ଲେମଡ ହୋଇଯାଏ। ବ୍ୟାଙ୍କ ପାଖରେ ଏହିଭଳି ଟଙ୍କା ଲଗାତର ବଢ଼ିଚାଲିଥାଏ। ଆର୍ଥିକ ବର୍ଷ ୨୦୧୯ ଯାଏଁ ବ୍ୟାଙ୍କରେ ଏହିଭଳି ମୋଟ ରାଶି ପ୍ରାୟ ୧୮,୩୮୦ ଟଙ୍କା ହୋଇଯାଇଛି। ଯେବେକି ଗତ ବର୍ଷ ଏହି ରାଶି ୧୪,୩୦୭ କୋଟ ଟଙ୍କା ଥିଲା।

ବ୍ୟାଙ୍କର ୱେବସାଇଟରେ ମିଳିଯିବ ସୂଚନା

ଏହିଭଳି ସବୁ ଟଙ୍କାକୁ ଆରବିଆଇର ଡିପୋଜିଟ ଏଜୁକେସନ ଆଣ୍ଡ ଆଓ୍ଵାରନେସ୍‌ ଫଣ୍ଡରେ ପ୍ରତି ମାସ ଟ୍ରାନ୍ସଫର କରିଦିଆଯାଇଥାଏ। ନିୟମ ଅନୁଯାୟୀ ସବୁ ବ୍ୟାଙ୍କକୁ ନିଜ ୱେବସାଇଟରେ ଅନକ୍ଲେମଡ ରାଶିର ବ୍ୟୁରୋ ଦିଆଯାଇଥାଏ। ବ୍ୟାଙ୍କର ୱେବସାଇଟକୁ ଯାଇ ନିଜ ନିଷ୍କ୍ରିୟ ଆକାଉଣ୍ଟ ବା ବନ୍ଦ ପଡିଥୁବା ଆକାଉଣ୍ଟ ବିଷୟରେ ବିବରଣୀ ନେଇପାରିବେ। ଏଥିପାଇଁ ଜନ୍ମତିଥି, ନାମ, ପାନ ନମ୍ବର, ପାସପୋର୍ଟ ନମ୍ବର, ପିନ୍‌ କୋଡ ଏବଂ ଟେଲିଫୋନ୍‌ ନମ୍ବର ଆଦି ସାହାଯ୍ୟରେ ସର୍ଚ୍ଚ କରିପାରିବେ।

moneyକଣ ଏହି ପ୍ରୋସେସ୍‌ ଜାଣନ୍ତୁ

ଏଥିପାଇଁ ବହୁତ ସରଳ ପ୍ରକ୍ରୀୟା ରହିଛି। ଆପଣଙ୍କୁ କେବଳ ସମ୍ବନ୍ଧିତ ବ୍ୟାଙ୍କର ବ୍ରାଞ୍ଚକୁ ଏକ ମେଲ୍‌ କରିବାକୁ ହେବ। ଏହି ମେଲରେ ଆପଣ ବ୍ୟାଙ୍କକୁ ଅନୁରୋଧ କରିବାକୁ ହେବ ଯେ ଆପଣଙ୍କ ନିଷ୍କ୍ରୀୟ ହୋଇଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ରିଆକ୍ଟିଭେଟ କରିଦିଆଯାଉ। ଏଥିପାଇଁ ଆପଣଙ୍କୁ ନିଜ ପରିଚୟ ପତ୍ର, ଆଡ୍ରେସ ପୃଫ ଦେବାକୁ ହେବ। ଆପଣ ପଠାଇଥିବା ଏହି ମେଲ ପାଇବାର କିଛି ଦିନ ଭିତରେ ହିଁ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟକୁ ରିଆକ୍ଟିଭେଟ୍‌ କରିଦେବ। ଯଦିଓ ବର୍ତ୍ତମାନ ସାଇବର କ୍ରାଇମର ବଢ଼ୁଥିବା ମାମଲାକୁ ଦେଖି ବ୍ୟାଙ୍କ୍‌ ରିମୋଟଲୀ କେଓ୍ଵାଇସୀ ଅପଡେଟ୍‌ କରିବାକୁ ମନା ବି କରିପାରେ।

ଏମିତି ସ୍ଥିତିରେ ବ୍ୟାଙ୍କ ଚାହିଁଥାଏ ଯେ ଆକାଉଣ୍ଟ ହୋଲ୍ଡର ନିଜେ ବ୍ୟାଙ୍କ ଯାଇ ନିଜ ବନ୍ଦ ପଡିଥିବା ଆକାଉଣ୍ଟକୁ ଆକ୍ଟିଭେଟ୍‌ କରାନ୍ତୁ। ବରିଷ୍ଠ ନାଗରିକ ମାନେ ନିଜ ଏରିଆରର ବ୍ୟାଙ୍କ ଯାଇ ଆକାଉଣ୍ଟକୁ ଆକ୍ଟିଭେଟ କରିପାରିବେ। ସେହିପରି ଡୋରଷ୍ଟେପ ସର୍ଭିସ ମଧ୍ୟ ଉପଲବ୍ଧ ରହିଛି। ଡୋରଷ୍ଟେପ ସର୍ଭିସରେ ସମ୍ବନ୍ଧିତ ଅଫିସିଆଲ କ୍ଲାଇଣ୍ଟ ଆପଣଙ୍କ ଘରକୁ ଯାଇ କେଓ୍ଵାଇସୀ ଅପଡେଟ କରିଥାନ୍ତି। ଯଦି କୌଣସି ଆକାଉଣ୍ଟଧାରୀ କୌଣସି ଅନ୍ୟ ସହରରେ ରହୁଥାନ୍ତି, ତାହେଲେ ବି ଆପଣ ନିକଟସ୍ଥ ବ୍ୟାଙ୍କ ଯାଇ କେଓ୍ଵାଇସୀ ଅପଡେଟ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.