DRDO ରେ ବମ୍ପର ନିଯୁକ୍ତି, ଜାଣନ୍ତୁ କ’ଣ ଦରକାର ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା
ଚାକିରି ଖୋଜୁଛନ୍ତି ? ତେବେ ତୁରନ୍ତ କରନ୍ତୁ ଆବେଦନ। ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO)ରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ତୁରନ୍ତ ଆବେଦନ କରନ୍ତୁ। DRDO ର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ପକ୍ଷରୁ ଗ୍ରାଜୁଏଟ୍ ଅପରେଣ୍ଟିସ୍, ଟେକ୍ନିସିଆନ୍ (ଡିପ୍ଲୋମା) ଅପରେଣ୍ଟିସ୍ ଓ ଆଇଟିଆଇ ୧୫୦ ପଦ ପାଇଁ ଆବେଦନ ମାଗିଛନ୍ତି।
୨୫ ଜାନୁଆରୀରୁ ଏଥିପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ୭ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ରହିଛି।
ପଦବୀ ବିବରଣୀ: ୧୫୦
ଗ୍ରାଜୁଏଟ ଆପରଣ୍ଟିସ୍: ୪୦
ଟେକ୍ନିକାଲ ଡିପ୍ଲୋମା ଆପରଣ୍ଟିସ: ୬୦
ଡିଆରଡିଓ ଆଇଟିଆଇ: ୫୦
ବୟସ ସୀମା: ୧୮ ବର୍ଷରୁ ଅଧିକ ହୋଇଥିବା ପ୍ରାର୍ଥୀ ଏହି ପଦବୀରେ ଅନଲାଇନ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା: ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଏବଂ କେମିକାଲ ଡିଗ୍ରୀ ରଖିଥିବା ଜରୁରୀ। ବାଣିଜ୍ୟ ଏବଂ ବିଜ୍ଞାନରେ ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
ଜାଣନ୍ତୁ କେମିତି କରିବେ ଆବେଦନ :
ପ୍ରଥମେ rac.gov.in କୁ ଯାଆନ୍ତୁ।
ତା’ ପରେwhat’s new ସେକ୍ସନକୁ ଯାଇ କ୍ଲିକ କରନ୍ତୁ।
DRDP GTRE apprentice Degree/Diploma/ITI Trainee Recruitment2022-23 ଉପରେ କ୍ଲିକ କରନ୍ତୁ।
ତା’ ପରେ ଆପ୍ଲାଏ ହିଅର ଉପରେ କ୍ଲିକ କରନ୍ତୁ।
ପରେ ଆପ୍ଲିକେସନ ଡିଟେଲ ଭରି ରେଜିଷ୍ଟ୍ରେସନ ପ୍ରୋସେସ ପୁରା କରନ୍ତୁ।
ଆପ୍ଲିକେସନ ଫିସ୍ ଭରିବା ପରେ ଫର୍ମକୁ ସବମିଟ୍ କରନ୍ତୁ।
ଫର୍ମ ଡାଉନଲୋଡ କରି ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
https://drive.google.com/file/d/1oUI_9biyCMSKk05P3vt6EEV7eY_iLphf/view