ବ୍ୟବସାୟ ଓ ଅର୍ଥନୀତି

ଗାଡି ଚାଳକ ସାବଧାନ! ଏଣିକି ଚାଲାଣ କଟାଯିବନି, ସିଧା ୨ ବର୍ଷ ପାଇଁ ହେବ ଜେଲ

ଦିନକୁ ଦିନ ଟ୍ରାଫିକ ନିୟମ ଖୁବ କଡାକଡି ହେଉଛି । ବିଭିନ୍ନ କାଗଜପତ୍ର ସାଙ୍ଗକୁ ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଚାଲାଣ କାଟୁଛନ୍ତି ଟ୍ରାଫିକ ପୋଲିସ । ଏହା ସତ୍ତେ ମଧ୍ୟ ଅନେକ ଅମାନିଆ ଲୋକ ଏହି ନିୟମକୁ ଭାଙ୍ଗୁଥିବାର ଦେଖାଯାଉଛି । ଫଳରେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କର ମଧ୍ୟ କ୍ଷତି ଘଟାଉଛନ୍ତି ଏମାନେ । ତେଣୁ ଏହି କାରଣ ଯୋଗୁଁ ଟ୍ରାଫିକ ନିୟମ ଆହୁରି କଡାକଡି କରାଯାଉଛି । କିନ୍ତୁ ଏଣିକି ଅମାନିଆ ଗାଡି ଚାଳକଙ୍କ ପାଇଁ ଚାଲାଣ କଟାଯିବନି, ବରଂ ଭୁଲ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ଖାସ୍ କରି ରାସ୍ତାରେ ଗାଡି ଚଳାଇବା ସମୟରେ ମଦ୍ୟପାନ କରିବାକୁ ଟ୍ରାଫିକ ନିୟମ ଅନୁସାରେ ଏକ ବଡ ଅପରାଧ ଭାବରେ ଗଣାଯାଇଥାଏ । କାରଣ ଏହା ସଡକ ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ । ତେଣୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ । ନଚେତ ଏହି ଭୁଲ ପାଇଁ ଏବେ ଚାଲାଣ ବଦଳରେ ବଡ ଦଣ୍ଡ ଦିଆଯାଇପାରେ ।
ନିୟମ ଅନୁସାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ କେସରେ ଫସିଲେ ଡ୍ରାଇଭରଙ୍କୁ ୨ ବର୍ଷର ଜେଲଦଣ୍ଡ ମଧ୍ୟ ମିଳିପାରେ । ଏହାବ୍ୟତୀତ ଏଭଳି ମାମଲାରେ ନିଜ ଜୀବନ ସହିତ ଆହୁରି କିଛି ଜୀବନକୁ ମଧ୍ୟ ବିପଦ ହୋଇପାରେ ଡ୍ରିଙ୍କ ଡ୍ରାଇଭ । ତେଣୁ ମଦ୍ୟପାନ କରି ଗାଡି ଚଳାଇବାର ପରିଣାମକୁ ଦୃଷ୍ଟିରେ ରଖି ବିଭିନ୍ନ ନିୟମ ପ୍ରସ୍ତୁତ କରାଯାଇଛି ।

ପ୍ରଥମ ଥର ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ଧରା ପଡିଲେ, ଡ୍ରାଇଭରଙ୍କୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବା ସହ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ । ଏହାପରେ ଯଦ ଦ୍ୱିତୀୟ ଥର ପାଇଁ ମଦ ପିଇ ଗାଡିଚଳାଉଥିବା ବେଳେ ଟ୍ରାଫିକ ପୋଲିସଙ୍କ ହବୁଡରେ ପଡନ୍ତି, ତେବେ ଚାଲାଣର ରାଶି ସହିତ ଜେଲ ଦଣ୍ଡ ମଧ୍ୟ ବୃଦ୍ଧି ହୋଇପାରେ ।

ଦ୍ୱିତୀୟ ଥର ସମାନ ଭୁଲ କଲେ ଚାଳକଙ୍କୁ ୧୫ ହଜାର ଟଙ୍କାର ଜରିମାନା ଏବଂ ୨ ବର୍ଷର ଜେଲ ଆଦେଶ ହୋଇପାରେ । ତେବେ ସାଧାରଣତଃ ପୋଲିସ ଚାଲାଣ ହିଁ କାଟିଥାନ୍ତି । କିନ୍ତୁ ପୋଲିସଙ୍କ ନିକଟରେ ମାମଲା ରୁଜୁ କରି ଜେଲ ପଠାଇବାର ଶକ୍ତି ରହିଥାଏ । ତେଣୁ ଯଦି ଆପଣ ଏପରି କରୁଛନ୍ତି ଏବଂ ଟ୍ରାଫିକ୍ ନିୟମ ଉଲଙ୍ଘନ କରୁଛନ୍ତି ତାହେଲେ ସମୟ ଥାଉ ଥାଉ ସାବଧାନ ହୋଇଯାନ୍ତୁ ।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

20 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

28 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

34 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

43 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

45 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

52 mins ago