ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ, ୧ ଜୁଲାଇରୁ ବଦଳିବ ଏହି ନିୟମ

କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦା ସାଧାରଣ ଲୋକଙ୍କ ପାଇଁ ହେବ। ଏଥିପାଇଁ ଆଉ କାହାରିକୁ ଆରଟିଓର ଚକ୍କର କାଟିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାର ଏନେଇ ନୂଆ ନିଷ୍ପତ୍ତି ବାହାର କରିିଛନ୍ତି। ଆଉ ବେଶି ଡେରି ନକରି ଶୀଘ୍ର  ଏହା ସମ୍ପର୍କରେ..

ଯଦି ଆପଣ ନିଜ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା କିମ୍ବା ରିନ୍ୟୁ କରିବାକୁ ପ୍ଳାନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ର ସରକାର ଏବେ ଡ୍ରାଇଭିଂ ଲାଇସେନ୍ସ କୁ ନେଇ ନୂଆ ନିୟମ ବାହାର କରିଛନ୍ତି। ଏହାର ଫାଇଦା ସାଧାରଣ ଲୋକ ଉଠାଇପାରିବେ। ଏହି ନିୟମ ଲାଗୁ ହେବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ରିଜନାଲ ଟ୍ରାନ୍ସପୋର୍ଟ ଅଫିସକୁ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପ୍ରୋସେସକୁ ଆହୁରି ସହଜ କରିଦିଆଯାଇଛି।

ଡ୍ରାଇଭିଂ ଲାଇସେନ୍ସ ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାର ଡ୍ରାଇଭିଂ ଟେଷ୍ଟ ଆରଟିଓ ଯାଇ ଦେବାର ଆବଶ୍ୟକତା ନାହିଁ। କେନ୍ଦ୍ରୀୟ ସଡ଼କ ପରିବହନ ଓ ହାଇେଓ୍ଵ ମନ୍ତ୍ରାଳୟ ତରଫରୁ ଏହି ନିୟମକୁ ଆସନ୍ତା ୧ ଜୁଲାଇ ୨୦୨୨ରୁ ଲାଗୁ କରାଯିବ। ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ େଓ୍ଵଟିଂ ଲିଷ୍ଟର ଆଉ ସମସ୍ୟା ରହିବ ନାହିଁ। କୋଟି କୋଟି ଲୋକ ଏହି ଅସୁବିଧାରୁ ମୁକ୍ତି ପାଇବେ ।

ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ଏବେ ଆରଟିଓରେ ଆଉ ଟେଷ୍ଟ ଦେବାର ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣ ଡିଏଲ ପାଇଁ ଏବେ ଯେକୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ରେ ରେଜିଷ୍ଟ୍ରେସନ କରିପାରିବେ। ଏଠାରୁ ଟ୍ରେନିଂ ନେବା ପରେ ଆପଣ ଙ୍କୁ ସେଠାରେ ଟେଷ୍ଟ ପାସ କରିବାକୁ ହେବ। ଟେଷ୍ଟ ପାସ କରିବା ପରେ ଏହି ସ୍କୁଲ ତରଫରୁ ଏକ ସାର୍ଟିଫିକେଟ ଜାରି କରାଯିବ । ଏହି ସାର୍ଟିଫିକେଟ କୁ ଆଧାର କରି ଆପଣଙ୍କର ଡିଏଲ ତିଆରି ହୋଇଯିବ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରାଳୟ ତରଫରୁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଉଭୟ ଥିଓରି ଓ ପ୍ରାଟିକ୍ଟାଲ ଦୁଇଟି ସେକ୍ସନ ରହିବ। ଲାଇଟ ମୋଟର ହ୍ଵିକିଲ ପାଇଁ କୋର୍ସର ଅବଧି ୪ ସପ୍ତାହ ରହିବ। ଯାହାକି ୨୯ ଘଣ୍ଟା ଚାଲିବ। ପ୍ରାକ୍ଟିକାଲ ପାଇଁ ଆପଣଙ୍କୁ ସଡ଼କ, ହାଇେଓ୍ଵ, ସହର ରାସ୍ତା, ଗାଁ ରାସ୍ତା, ରିଭର୍ସିଂ ଓ ପାର୍କିଂ ଆଦି ପ୍ରାକ୍ଟିକାଲ ପାଇଁ ୨୧ ଘଣ୍ଟା ର ସମୟ ଦିଆଯିବ। ବାକି ୮ ଘଣ୍ଟା ଥିଓରି ପଢ଼ାଯିବ।

ଏବେ ଜାଣନ୍ତୁ ଟ୍ରେନିଂ ସେଣ୍ଟର ପାଇଁ ଥିବା ଗାଇଡ଼ଲାଇନ:

ସଡ଼କ ଓ ପରିବହନ ମନ୍ତ୍ରାଳୟ ତରଫରୁ ଟ୍ରେନିଂ ସେଣ୍ଟର୍ସ ପାଇଁ କିଛି ଗାଇଡ଼ଲାଇନ୍ସ ଓ ସର୍ତ୍ତ ରହିଛି । ସେସବୁକୁ ଜାଣି ନିଅନ୍ତୁ..

-ଦୁଇ ଚକିଆ, ତିନି ଚକିଆ ଓ ହାଲକା ମୋଟର ଗାଡ଼ିର ଟ୍ରେନିଂ ସେଣ୍ଟର୍ସ ପାଇଁ ଅତି କମ ରୁ ଗୋଟିଏ ଏକର ଜମି ଥିବା ଆବଶ୍ୟକ। ମାଲବହନ ଗାଡ଼ି ପାଇଁ ଟ୍ରେନି ଂ ସେଣ୍ଟ ର ପାଖରେ ଦୁଇ ଏକର ଜମି ଥିବା ଜରୁରୀ।

-ଟ୍ରେନରଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପାସ ହୋଇଥିବା ଆବଶ୍ୟକ। ଏହାସହ ତାଙ୍କ ପାଖରେ ୫ ବର୍ଷର ଡ୍ରାଇଭି ଂ ଏକ୍ସପିରିଏନ୍ସ ଥିବା ଜରୁରୀ।

-ଡ୍ରାଇଭିଂ ସେଣ୍ଟର୍ସ ପାଠ୍ୟକ୍ରମ କୁ ୨ ଟି ଥିଓରି ଓ ପ୍ରାକ୍ଟିକାଲରେ ଭାଗ କରାଯାଇଛି।
-ଟ୍ରେନିଂ ସେଣ୍ଟର ରେ ବାୟୋମାଟ୍ରିକ ସିଷ୍ଟମ ରହିବା ଜରୁରୀ।
– ମିଡ଼ିଅମ ଓ ହେବି ଭେଇକିଲ ପାଇଁ ୬ ସପ୍ତାହରେ ୩୮ ଘଣ୍ଟା କୋର୍ସ କରିବାକୁ ପଡ଼ିବ। ଏଥିରେ ୮ ଘଣ୍ଟା ଥିଓରି ଓ ୩୦ ଘଣ୍ଟା ପ୍ରାକ୍ଟିକାଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.