ସେପ୍ଟେମ୍ୱର ୩୦ଯାଏ ବଢ଼ିଲା ଡ୍ରାଇଭିଂ ଲାଇସେନ୍ସ,ଆରସି ଏବଂ ଫିଟନେସ୍ ସାର୍ଟିଫିକେଟର ବୈଧତା ଅବଧି

ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଫିଟନେସ୍ ସାର୍ଟିଫିକେଟ୍ ସମେତ ଅନ୍ୟ ମୋଟର ଯାନ ଦଲିଲର ବୈଧତାକୁ ସରକାର ପୁଣି ଥରେ ବୃଦ୍ଧି କରିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରକୁ ଧ୍ୟାନରେ ରଖି ଏହି ସମସ୍ତ ଡକ୍ୟୁମେଣ୍ଟ ବର୍ତ୍ତମାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ । ଏହାପୂର୍ବରୁ, ଏହି ସମସ୍ତ ଡକୁମେଣ୍ଟର ବୈଧତା ଜୁନ୍ ୩୦ ରେ ସମାପ୍ତ ହେବାକୁ ଯାଉଥିଲା ।

ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଏହି ଡକ୍ୟୁମେଣ୍ଟଗୁଡିକ ସେପ୍ଟେମ୍ବର ୩୦, ୨୦୨୧ ରେ ଶେଷ ହେବ । ବର୍ତ୍ତମାନ ଲକଡାଉନ୍ ପ୍ରତିବନ୍ଧକ ହେତୁ ଏହାର ରେନ୍ୟୁ ହୋଇପାରିବ ନାହିଁ  ।  ଏ ସଂପର୍କରେ ସମସ୍ତ ସଂପୃକ୍ତ ବିଭାଗକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ କୁହାଯାଇଛି ଯେ ଏହି କାରଣରୁ ପରିବହନ ସମ୍ବନ୍ଧୀୟ ସେବାରେ ନାଗରିକମାନେ କୌଣସି ସମସ୍ୟାରେ ଯେପରି ସମ୍ମୁଖୀନ ନ ହେବେ ।

ଅନ୍ୟପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଡ୍ରାଇଭିଂ ଲାଇସେନ୍ସ, ଆରସି ଏବଂ ଫିଟନେସ୍ ସାର୍ଟିଫିକେଟ୍ ଭଳି ଡକୁମେଣ୍ଟର ବୈଧତା କୁ ପୁଣି ଥର ବୃଦ୍ଧି କରିଛନ୍ତି । ଏହାପୂର୍ବରୁ, ଏହି ସମସ୍ତ ଡକୁମେଣ୍ଟର ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଏହାର ବୈଧତା ଥିଲା । ସେହିପରି ସଡକ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୩୦ ମାର୍ଚ୍ଚ -୨୦୨୦ , ୯ ଜୁନ୍ -୨୦୨୦, ୨୪ ଅଗଷ୍ଟ -୨୦୨୦, ୨୭ ଡିସେମ୍ବର -୨୦୨୦, ୨୬ ମାର୍ଚ୍ଚ- ୨୦୨୧ରେ ନିର୍ଦ୍ଦେଶ ଜାରି କରଯାଇଥିଲା ।

ସରକାରଙ୍କ କହିବା ଅନୁଯାୟୀ ଲକଡାଉନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଏବଂ ଉତ୍ପାଦନ ସୁରୁଖୁରୁରେ ଚାଲିବା ଉଚିତ, ତେଣୁ ଏହି କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି । ଏଭଳି ପରିସ୍ଥିତି ରେ ଯେତେବେଳେ ମୋଟର ଯାନର ରେନ୍ୟୁ ପାଇଁ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାର ଏହାକୁ ଦୃଷ୍ଟି ରେ ରଖି ଏହାର ଅବଧି କୁ ବଢାଇବା ପାଇଁ ନିଷ୍ପତି ନେଇଛନ୍ତି ।

ସୂଚନା ଅନୁଯାୟୀ ବର୍ତ୍ତମାନ ୟୁପି ସମେତ କେତେକ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ କେବଳ ନୂତନ ଲାଇସେନ୍ସ ଦିଆଯାଉଛି । ଲାଇସେନ୍ସ ରେନ୍ୟୁଆଲ ,ଲର୍ଣ୍ଣିଙ୍ଗ ଲାଇସେନ୍ସକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.