ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ, ଏମିତି କଲେ ୨୫ହଜାର ଟଙ୍କା ଜରିମନା ସହ ଭୋଗିବେ ୩ ବର୍ଷର ଜେଲ ଦଣ୍ଡ

ଯାତାୟତ ନିୟମ ଅନୁସାରେ ମୋଟରବାହନ ଚଲାଇବା ପାଇଁ କେତେକ ନିୟମ ରହିଛି। ଯାହାକୁ ମାନି ଗାଡ଼ି ଚଲାଇଲେ ଆପଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କିନ୍ତୁ ଯଦି ଆପଣ ଜାଣିକି ବି ଭୁଲ କରୁଛନ୍ତି , ନିୟମର ଅବମାନନା କରୁଛନ୍ତି ତେବେ ଟ୍ରାଫିକ ଦଣ୍ଡ ଭୋଗିବାକୁ ଆପଣ ବାଧ୍ୟ।

ଯାତାୟତ ନିୟମ ଅନୁସାରେ ମୋଟର ବାହନ ଚଲାଇବା ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାର ନ୍ୟୂନତମ ସମୟ ୧୮ ବର୍ଷ। କିନ୍ତୁ ଅନେକ ଥର ଏହାକୁ ଭଙ୍ଗ ହେଉଥିବାର ଦେଖିବାକୁ ମିଳେ। ଖାମଖିଆଲି ଭାବେ ଅନେକ ଜଣ ଏହାକୁ ନମାନି କମ ବୟସରର ପିଲାଙ୍କୁ ଗାଡ଼ି ଚଲାଇବାକୁ ଦେଇଥାନ୍ତି। ଏସମସ୍ତ ନାବାଳକ ଅଧିକତର ଭାବେ ସ୍କୁଲ ଯାଉଥିବା ଛାତ୍ର ହୋଇଥାନ୍ତି। ତେବେ ପଢ଼ିବା ସମୟରେ ମଧ୍ୟ ଏସବୁକୁ ନେଇ ପିଲାଙ୍କୁ ସଚେତନ କରାଯାଏ। କିନ୍ତୁ ଏହାପରେ ବି ନିୟମର ଖୁଲମଖୁଲା ଉଲଘଂନ ହୁଏ । ଏମାନେ ବୁଝିପାରନ୍ତି ନାହିଁ କିନ୍ତୁ ଏମାନେ ନିଜ ଜୀବନକୁ ବିପଦରେ ପକାଇଥାନ୍ତି। ତେଣୁ ଏକ ଦ୍ୱାୟିତ୍ୱବାନ ବାପା ମାଆ ହିସାବରେ ଲୋକଙ୍କର ଏହା ମୁଖ୍ୟ କାମ ଯେ ସେନିଜ ପିଲାକୁ ଏହା ସମ୍ପର୍କରେ ବୁଝାଇବା। ମନିଇଚ୍ଛା ଯେପରି ଏହି ନିୟମ ନଭାଙ୍ଗେ।

ଯଦି ଆପଣଙ୍କ ପିଲା ୧୮ ବର୍ଷରୁ କମ। ତେବେ ତାକୁ ଗାଡ଼ି କିମ୍ବା ମୋଟରସାଇକେଲ ଚଲାଇବାକୁ ଦିଅନ୍ତୁ ନାହିଁ। ଏମିତିରେ ଆପଣଙ୍କ ପିଲା ଦୁର୍ଘଟଣାର ଶିକାର ହୋଇପାରେ। ଆପଣଙ୍କ ପାଖରେ ଗାଡ଼ିର ବୀମା ପଲିସି ଥିଲେ ବି ଏହା କିଛି କାମ ରେ ଆସିବ ନାହିଁ। କାହିଁକି ନା ଆପଣ କ୍ଲେମ କରିପାରିବେ ନାହିଁ। କାରଣ ନାବାଳାକ ଗାଡ଼ି ଚଲାଇ ଦୁର୍ଘଟଣାର ଶିକାର ହେଲେ ତାଙ୍କପାଇଁ ବୀମାର ଫାଇଦା ଲାଗୁ ହେବ ନାହିଁ। ତେଣୁ କ୍ଲେମ କରିପାରିବେ ନାହିଁ।

ଏହାବ୍ୟତିତ ଯଦି କୌଣସି ନାବାଳକ ଗାଡ଼ି ଚଲାଇବା ସମୟରେ ଧରାପଡୁଛି ତେବେ ତାଙ୍କ ବାପା ମାଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏମିତିରେ ୨୫ହଜାର ଟଙ୍କାର ଜରିମନା ଲାଗିପାରେ। ଏହାସହିତ ୩ ବର୍ଷର ଜେଲ ଦଣ୍ଡ ମଧ୍ୟ ଭୋଗିବାର ସମ୍ଭାବନା ରହିଛି।

ତେଣୁ ଯଦି ଆପଣଙ୍କ ପିଲା ନାବାଳକ ତେବେ ତାଙ୍କୁ ଆଦୋ ଗାଡ଼ି ଚଲାଇବାକୁ ଦିଅନ୍ତୁ ନାହିଁ। ନିଜ ପିଲାର ଜୀବନକୁ ସୁରକ୍ଷିତ ରଖିବା ସହିତ ତାକୁ ସଚେତନ କରାନ୍ତୁ। ଏହାସହିତ ନିଜେ ମଧ୍ୟ ଜେଲ ଦଣ୍ଡ ଭୋଗିବାରୁ ବଞ୍ଚନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.