ନିଶା କରିଥିଲେ ପତ୍ନୀ ନୁହଁ ବରଂ ରୋକିବ କାର , ଏବେ ଏହି ଖାସ ଫିଚର ହେବାକୁ ଯାଉଛି ଆରମ୍ଭ

ନୂଆଦିଲ୍ଲୀ : ସାଧାରଣତଃ ନିଶା କରି ଘରେ ପହଞ୍ଚିଲେ ପୁରୁଷଙ୍କୁ ସବୁଠାରୁ ଅଧିକ ଭୟ ପତ୍ନୀଙ୍କର ହିଁ ରହିଥାଏ। କାରଣ ନିଶା କରିବା ଦ୍ବାରା ପୁରୁଷଙ୍କ ଉପରେ ସବୁଠାରୁ ଅଧିକ ରାଗିଥାନ୍ତି ପତ୍ନୀ। ଏନେଇ ବହୁ କାଳରୁ ଅନେକ ବାକ୍ୟ ମଧ୍ୟ ରହିଛି। କିନ୍ତୁ ଆଜି ପତ୍ନୀଙ୍କ ରାଗ ଶାନ୍ତ କରିବା କଥା ନୁହଁ ବରଂ ଆଗକୁ ଆପଣଙ୍କ ରାଗି ପତ୍ନୀଙ୍କ ସାଥ ଦେବାପାଇଁ ଏକ କାରରେ ଆସୁଥିବା ଫିଚର ବିଷୟରେ ଆମେ କହିବାକୁ ଯାଉଛୁ। ଆଜ୍ଞା ହଁ, ଏପରି ଏକ ଖାସ ଟେକ୍ନୋଲୋଜି ଆସୁଛି ଯେଉଁଥିରେ ଯଦି ଡ଼୍ରାଇଭର ସିଟରେ ଆପଣ ନିଶାକରି ବସୁଛନ୍ତି ତେବେ ଆପଣଙ୍କ ଗାଡ଼ି ଆଉ ଚାଲିବ ନାହିଁ।

drank

ଏହି ଟେକ୍ନୋଲୋଜିର ଆରମ୍ଭ ନିଶା କରି ହେଉଥିବା ର୍ଦୁଘଟଣାକୁ ରୋକିବା ପାଇଁ ଆରମ୍ଭ କରାଯାଇଛି। ଏନେଇ କୋରବା ଆଇଟି କଲେଜର ଜଣେ ବିଦ୍ୟାର୍ଥି ଆଲକୋହଲ ସେନ୍ସିଂ ପ୍ରଣାଳୀ ଆରମ୍ଭ କରିଛନ୍ତି। ଏହାର ନାମ ଆଲକୋହଲ ସେନ୍ସିଂ ପ୍ରୋଜେକ୍ଟ ଉଇଥ୍ ଇଞ୍ଜିନ ଲକିଂ ଦିଆଯାଇଛି। ଏଥିରେ ଯଦି ଜଣେ ବ୍ୟକ୍ତି ନିଶା ଗ୍ରହଣ କରି ଗାଡ଼ି ଚଲାଇବାକୁ ଚେଷ୍ଠା କରୁଥିଲେ ଆପେଆପେ ଗାଡ଼ିଟିର ଇଞ୍ଜିନ ବନ୍ଦ ହୋଇଯିବ ଏବଂ ତାହା ଆଗକୁ ଗଡ଼ିବନି।

ଏହି ପ୍ରୋଜେକ୍ଟଟି ଖାସ ବଟମ ଦ୍ବାରା ଆରମ୍ଭ ହୋଉଥିବା କାର ମାନଙ୍କ ପାଇଁ ରହିଛି। ଯେଉଁଗୁଡ଼ିକ ମାଇକ୍ରୋଣ୍ଟୋଲର ଉପରେ ଆଧାରିତ ହୋଇଥାଏ। ଏଥିରେ କାର ଡ଼୍ରାଇଭିଂ ସିଟ ପାଖରେ ଆଲକୋହଲ ସେନ୍ସର ସହ ଏଲଇଡ଼ି ସ୍କିନ୍ ଏବଂ ବଜର ରହିବ। ଫଳରେ ଆଲକୋହଲ ନେଇଥିବା ବ୍ୟକ୍ତି ଡ୍ରାଇଭିଂ ସିଟରେ ବସିବା ପରେ ସେନ୍ସର ଆକ୍ଟିଭ ହେବା ପରେ ସେଠାରେ ଥିବା ବଜର ବାଜିବା ସହ ଏଲଇଡ଼ିରେ ଆପଣ କେତେ ମାତ୍ରାରେ ନିଶା ନେଇଛନ୍ତି ତାହା ଦେଖାଇବ।

drunk-driving

ଏହି ନୂତନ ଫିଚର ଯେ ଖାଲି ଡ୍ରାଇଭରଙ୍କୁ ଗାଡ଼ି ଚଲାଇବାରୁ ରୋକିବ ତାହା ନୁହଁ ଏହା ବାଦ୍ ଯଦି ଚାଳକ ଜଣଙ୍କ ଦବରଜସ୍ତି ଗାଡ଼ି ଚଲାନ୍ତି ତେବେ ତାଙ୍କ ପରିବାର ଏବଂ ପୋଲିସ ନିକଟରେ ସୂଚନା ମଧ୍ୟ ଦେବ। ତେବେ ବିଦ୍ୟାର୍ଥିଙ୍କ ଦ୍ବାରା ପ୍ରସ୍ତୁତ ଏହି ଟେକ୍ନୋଲୋଜିକୁ ସଂପୂର୍ଣ୍ଣ ରୁପେ କେବେ ପ୍ରୟୋଗ କରାଯିବା ସେନେଇ କୌଣସି ସୂଚନା ରହିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.