ଓଡିଶାରେ ଖାଲିପଡିଛି ୧୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ, ଜାନୁଆରୀ ୩ରୁ କରନ୍ତୁ ଆବେଦନ

ନୂଆ ବର୍ଷରେ ଖୁସି ଖବର। ଶିକ୍ଷକ ହେବାକୁ ଇଚ୍ଛା ରଖିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡିଶା ଶିକ୍ଷା ଭର୍ତ୍ତି ୨୦୨୨ର ନୋଟିଫିକେସନ ଜାରି ହୋଇଛି। ଏହା ଅଧିନରେ ଓଡିଶାରେTGT ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ଭର୍ତ୍ତି ହେବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟ dseodisha.inକୁ ଯାଇ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ୩ ଜାନୁଆରୀ ୨୦୨୨ରୁ ଆରମ୍ଭ ହେବ।।

ପଦବୀ ବିବରଣୀ: ୧୧,୪୦୩

TGT Arts: ୩୩୦୮

TGT Science(PCM): ୨୩୭୦

TGT Science (CBZ): ୧୫୪୪

ହିନ୍ଦୀ ଶିକ୍ଷକ: ୧୭୫୩

ସଂସ୍କୃତ ଶିକ୍ଷକ: ୧୧୮୮

ତେଲୁଗୁ ଶିକ୍ଷକ: ୨୨

PET: ୧୨୧୮

ଜରୁରୀ ତାରିଖ : ୩ ଜାନୁଆରୀରୁ ଆରମ୍ଭ ହୋଇ ୩୧ ଜାନୁଆରୀ ୨୦୨୨ରେ ସମାପ୍ତ ହେବ।

ଆବେଦନ ଶୁଳ୍କ: ସାମାନ୍ୟ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଶୁଳ୍କ ରହିଛି।

ଶିକ୍ଷାଗତ ଯୋଗ୍ୟତା: ଏହି ସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି ବା ସଂସ୍ଥାରୁ ସମ୍ବନ୍ଧୀତ ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ଅତିକମରେ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ ହୋଇଥିବା ଜରୁରୀ।କେମିତି ହେବ ଚୟନ:

ଏହି ଭର୍ତ୍ତି ପାଇଁ ଚୟନ ପାଇଁ ପ୍ରଥମେ ଅନଲାଇନ ପରୀକ୍ଷା ହେବ। ସଂସ୍କୃତ ଶିକ୍ଷକ, ହିନ୍ଦୀ ଶିକ୍ଷକ, ତେଲୁଗୁ ଶିକ୍ଷକ ଏବଂ ଫିଜିକାଲ ଏଜୁକେସନ ଶିକ୍ଷକ ପାଇଁ ଭର୍ତ୍ତି କରାଯିବ। ଏହି ଭର୍ତ୍ତି ଚୁକ୍ତିଭିତ୍ତିକ ହେବ। ଶିକ୍ଷକ ଭର୍ତ୍ତି ନୋଟିଫିକେସନ ୨୪ ଡିସେମ୍ବର ୨୦୨୧କୁ ଆସିଥିଲା।

ପରୀକ୍ଷା: ଏହି ପଦବୀ ପାଇଁ ପରୀକ୍ଷା ସମ୍ଭବତଃ ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://dseodisha.in/

https://dseodisha.in/Advertisement%20No%2021212%20Dt%2013.08.2021.pdf

https://dseodisha.in/Advertisement%20No%2021212%20Dt%2013.08.2021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.