ମହଙ୍ଗା ହେଉଛି ସୁନା ଦର, କିଣିବା ପୂର୍ବରୁ ଭାବିବାକୁ ପଡୁଛି ବାରମ୍ବାର

୮୦ ହଜାର ଟପିଲା ସୁନା ଦର ।  ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଇଥିବାରୁ ପୁଣି ଥରେ ସୁନା ମହଙ୍ଗା ହୋଇଛି ।  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୦ ହଜାର ୦୭୦ ଟଙ୍କା ରହିଛି ।  ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୩, ୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୦, ୦୭୦ ଟଙ୍କା ରହିଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୩,୪୦୦ ଟଙ୍କା ଓ ୮୦, ୦୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୩,୫୫୦ ଟଙ୍କା ଓ ୮୦, ୨୨୦ ଟଙ୍କା ରହିଛି ।  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୩,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୦, ୦୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୩,୪୦୦ ଟଙ୍କା ଓ ୮୦, ୦୭୦ ଟଙ୍କା ରହିଛି ।  ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୩,୫୦୦ ହଜାର ଟଙ୍କା ହୋଇଛି ।

You might also like