ବିବାହ ସିଜନରେ ଗ୍ରାହକଙ୍କ ବଢ଼ିଲା ଚିନ୍ତା, ୮୦ ହଜାର ଟପିଲା ସୁନା ଦର

୮୦ ହଜାର ଟପିଲା ସୁନା ଦର । ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଇଥିବାରୁ ପୁଣି ଥରେ ସୁନା ମହଙ୍ଗା ହୋଇଛି । ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ୮୦ହଜାର ୦୭୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ଦାମ ୭୩ହଜାର ୩୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାର କିଲୋ ପିଛା ଦାମ ୧ହଜାର ଟଙ୍କା ବୃଦ୍ଧି ପାଇଛି। ସୁନାର ମୁଲ୍ୟରେ ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୯ ହଜାର ୯୬୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୩, ୧୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୯, ୯୬୦ ଟଙ୍କା ରହିଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୩,୧୦୦ ଟଙ୍କା ଓ ୭୯, ୯୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୩,୪୫୦ ଟଙ୍କା ଓ ୮୦, ୧୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୩,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୯, ୯୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୩,୧୦୦ ଟଙ୍କା ଓ ୮୦, ୯୬୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୧,୦୦,୦୦୦ ହଜାର ଟଙ୍କା ହୋଇଛି ।