ଆସିଲା ଖୁସି ଖବର ! ଏହି କାର୍ଡଧାରୀଙ୍କ ପାଖକୁ ଆସିବ ୧୦୦୦ ଟଙ୍କା, ଫଟାଫଟ୍‌ ଜାଣନ୍ତୁ କେବେ ମିଳିବ ଫାଇଦା

ଇ-ଶ୍ରମ କାର୍ଡଧାରକଙ୍କ ପାଇଁ ଆସିଲା ବଡ ଖୁସି ଖବର। ଯଦି ଆପଣଙ୍କ ପାଖରେ ମଧ୍ୟ ଏହି କାର୍ଡ ରହିଛି ତାହେଲେ ଆପଣଙ୍କ ଖାତାକୁ ଜଲଦି ଆସିବାକୁ ଯାଉଛି ଟଙ୍କା। ହଁ ଆଜ୍ଞା ସରକାର ଭରିବେ ଆପଣଙ୍କ ଆକାଉଣ୍ଟରେ ଟଙ୍କା। ଏହି କାର୍ଡଧାରକଙ୍କୁ ପ୍ରତି ମାସ ୫୦୦ ଟଙ୍କା ଲେଖାଏଁ ଦିଆଯାଉଛି। ଯଦି ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇବାକୁ ଯାଉଛନ୍ତି, ତେବେ ତୁରନ୍ତ ରେଜିଷ୍ଟ୍ରେସନ କରନ୍ତୁ।

ତାପୂର୍ବରୁ ଆସନ୍ତୁ ଜାଣିନେବା କେଉଁ କେଉଁ ଲୋକ ଏହି କ୍ୟାଟେଗରୀରେ ଆସୁଛନ୍ତି।

ରାସ୍ତା କଡ଼ର ବିକ୍ରେତା, ଧୋବୀ, ରିକ୍ସା ଚାଳକ, ଠେକା ଚାଳକ, ଟେଲର, ମୋଚୀ, ଫଳ ବିକ୍ରେତା, ପନିପରିବା ବିକ୍ରେତାଙ୍କ ସମେତ ଅନେକ ଲୋକ ଇ-ଶ୍ରମ କାର୍ଡ ବର୍ଗରେ ଅନ୍ତର୍ଭୁକ୍ତ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧ କୋଟି ଲୋକ ଇ-ଶ୍ରମିକ ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ୍‌ କରାଇସାରିଲେଣି।

ସୂଚନା ଅନୁଯାୟୀ ସରକାର ଖୁବ ଶୀଘ୍ର ୫୦୦ ଟଙ୍କା ପରବର୍ତ୍ତୀ କିସ୍ତି ଆକାଉଣ୍ଟକୁ ଟ୍ରାନ୍ସଫର କରିପାରନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ରାଶି ସିଧାସଳଖ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି । ଯଦି ଆପଣ ମଧ୍ୟ ୫୦୦ ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ୩୦ ଜାନୁଆରୀ ପର୍ଯ୍ୟନ୍ତ ଏଥିରେ ପଞ୍ଜୀକୃତ କରିପାରିବେ । ଏହା ବ୍ୟତୀତ, ଯେଉଁମାନେ ପୂର୍ବରୁ ପଞ୍ଜୀକୃତ କରିଛନ୍ତି ସେମାନେ ନିଜର ଭେରିଫିକେସନ୍‌ କରାଇ ନିଅନ୍ତୁ। ଏହି ମାସର ନଆସିଲେ ଆପଣଙ୍କ ଆକାଉଣ୍ଟକୁ ଏକାସାଙ୍ଗରେ ୨ ମାସର ୧୦୦୦ ଟଙ୍କା ଆସିପାରେ ।

ଏହି କାର୍ଡ ପାଇଁ କିଏ ଆବେଦନ କରିପାରିବେ ଜାଣନ୍ତୁ

>>ଇ-ଶ୍ରମ କାର୍ଡ ପାଇଁ ଆବେଦନ କରୁଥିବା ନାଗରିକଙ୍କ ବୟସ ୧୬ ରୁ ୫୯ ବର୍ଷ ମଧ୍ୟରେ ହେବା ଉଚିତ୍ ।
>> ଉକ୍ତ ବ୍ୟକ୍ତି ଅସଂଗଠିତ କ୍ଷେତ୍ର ଶ୍ରେଣୀରେ ଆସିବା ଉଚିତ୍ ।
>> ଏହା ବ୍ୟତୀତ ଅନ୍ୟ କୌଣସି ସରକାରୀ ଯୋଜନା ସହିତ ଜଡିତ ନହୋଇଥିବା ଉଚିତ ।
>> ଏହା ସହିତ ଇପିଏଫଓ କିମ୍ବା ଏନପିଏସର ସଦସ୍ୟ ନହୋଇଥିବା ଉଚିତ୍ ।
ମିଳିଥାଏ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା

ଏହି ଯୋଜନାରେ ପଞ୍ଜୀକୃତ ହିତାଧିକାରୀଙ୍କର ଆକସ୍ମିକ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ମିଳିଥାଏ । ଏହା ବ୍ୟତୀତ ଆଂଶିକ ଅକ୍ଷମତା ଉପରେ ୧ ଲକ୍ଷ ଏବଂ ଦୁର୍ଘଟଣା କଭରେଜ୍ ସୁବିଧା ମିଳିଥାଏ । ଏହି ଯୋଜନାରେ ଆବେଦନ କରିବାକୁ, ଆପଣ ଅଫିସିଆଲ୍ ୱେବସାଇଟ୍ https://eshram.gov.in/ କୁ ଭିଜିଟ କରି ସମସ୍ତ ସୂଚନା ସମ୍ପୂର୍ଣ୍ଣ ଭାବେ ପାଇପାରିବେ।