ସାଧାରଣ ଜନତାଙ୍କ ପାଇଁ ପୁଣି ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛନ୍ତି ମୋଦି ସରକାର । କୁଆଡେ ନଯାଇ ବାସ୍ ଘରେ ବସି ପଆନ୍ତୁ ୭୫ ହଜାର ଟଙ୍କା । ଆଜ୍ଞା ହଁ ଖବରଟି ସମ୍ପୂର୍ଣ୍ଣ ସତ । ହେଲେ ଏଥିପାଇଁ କରିବାକୁ ପଡିବ ଏହି ଛୋଟ କାମ । ଆପଣଙ୍କୁ ଘରେ ବସି ଗୋଟିଏ ଲୋଗୋ ତିଆରି କରିବାକୁ ପଡିବ । ଯଦି ଆପଣଙ୍କ ଲୋଗା ଭଲ ପ୍ରମାଣିତ ହେଲା ତେବେ ମୋଦି ସରକାର ଆପଣଙ୍କୁ ପୁରସ୍କାର ସ୍ବରୂପ ଦେବ ୭୫ ହଜାର ଟଙ୍କା ।
ପ୍ରକୃତରେ ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ନିଜର ଲୋଗୋ ପରିବର୍ତ୍ତନ କରୁଛି । ହେଲେ ନୂଆ ଲୋଗୋ ପାଇଁ କୌଣସି ପ୍ରଫେସନାଲ୍ ବ୍ୟକ୍ତିଙ୍କୁ ଦେବା ପରିବର୍ତ୍ତେ ସାଧାରଣ ଜନତାଙ୍କୁ ସୁଯୋଗ ଦେଉଛନ୍ତି ମୋଦି ସରକାର ।
ଯଦି ଆପଣ ବି ଏହି ଆୟୋଜନରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ରହିଛି ୧୧ ଡିସେମ୍ବର ସଂଧ୍ୟା ୬ ପର୍ୟ୍ୟନ୍ତ ସମୟ ଅଛି । ଯେତେବେଳେ ଆପଣ ଏଣ୍ଟ୍ରି ସବମିଟ୍ କରିବେ ସେତେବେଳେ ଆପଣଙ୍କୁ ଗୋଟିଏ ଛୋଟ ଇଣ୍ଟ୍ରୋ ମଧ୍ୟ ଦେବାକୁ ପଡିବ । ଏହି ଇଣ୍ଟ୍ରୋରେ ଆପଣଙ୍କୁ ଲୋଗୋ ବିଷୟରେ କହିବାକୁ ପଡିବ । ଏହା ସହ ଏକଥା ମଧ୍ୟ କହିବାକୁ ପଡିବ କେମିତି ଏହା ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନକୁ ପ୍ରଦର୍ଶିତ କରୁଛି ।
କେମିତି କରିବେ ଆବେଦନ :
ନିଜର ଏଣ୍ଟ୍ରି ପଠାଇବା ପୂର୍ବରୁ ମନେ ରଖନ୍ତୁ MyGov.in ରେ ଆପଣଙ୍କ ପ୍ରୋଫାଇଲ୍ ଅପ ଟୁ ଡେଟ୍ ହୋଇଥିବା ଆବଶ୍ୟକ । ଯଦି ଏପରି ହୋଇନଥିବା ତେବେ ଆପଣଙ୍କ ଏଣ୍ଟ୍ରିକୁ ନେବ ନାହିଁ । ତେବେ ଏହି ଆୟୋଜନ ବିଷୟରେ ଅଧିକ ସୂଚନା ପାଇଁ www.upsc.gov.in ୱେବସାଇଟ୍ ଯାଆନ୍ତୁ । ଯଦି କୌଣସି ସମସ୍ୟା ହେଉଛି ତେବେ [email protected] ପର୍ସନାଲ୍ ମେଲ୍ ପଠାଇ ପାରନ୍ତି । ଏହା ବ୍ୟତୀତ ରେ ୦୧୧ – ୨୩୩୮୨୪୧୫ କଲ୍ କରି ସୁଚନା ପାଇପାରିବେ ।