ଘରେ ବସି କରିପାରିବେ ମାସକୁ ୧୦ହଜାର ଟଙ୍କା ରୋଜଗାର, ଯଦି ଆପଣାଇବେ ମୋଦି ସରକାରଙ୍କ ଏହି ଯୋଜନା

କଣ ଆପଣଙ୍କ ଟାଇପିଙ୍ଗ୍ ସ୍ପିଡ୍ ଭଲ ଅଛି ? ଆଉ ଘରେ ବସି ଅନଲାଇନ୍ କାମ କରିବାର ସଉକ୍ ବି ରଖୁଛନ୍ତି ? କିନ୍ତୁ ଟ୍ୟାଲେଣ୍ଟ ଥାଇ ମଧ୍ୟ ରୋଜଗାର କରିବାକୁ ସୁଯୋଗ ପାଉନାହାଁନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ପରି ଲୋକଙ୍କ ପାଇଁ ଘରେ ବସି ରୋଜଗାର କରିବାର ମଉକା ଦେଉଛନ୍ତି ମୋଦି ସରକାର । ବାସ୍, ସରକାରଙ୍କ ପାଇଁ ଡାଟା ଏଣ୍ଟ୍ରି କରି ଟଙ୍କା ରୋଜଗାର କରିପାରିବେ ।

କେମିତି କରିବେ ରୋଜଗାର :
ମୋଦି ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ବିଷୟରେ ଜାଣିଥିବେ । କିନ୍ତୁ ଡିଜିଟାଇଜ୍ ଇଣ୍ଡିଆ ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ଏହାର ଫାଇଦା କେମିତି ଉଠାଇବେ ଅନେକ ଲୋକଙ୍କୁ ଏହାକୁ ଜଣାନାହିଁ । ମୋଦି ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ଆପଣ ପ୍ରତିମାସରେ ଘରେ ବସି ପାଇପାରିବେ ୧୦ ହଜାର ଟଙ୍କା । ତେବେ ଏଥିପାଇଁ ଆପଣଙ୍କ ନିକଟରେ କେବଳ ଲାପଟପ୍, ଇଣ୍ଟରନେଟ୍ ଏବଂ ଟାଇପିଙ୍ଗ୍ ଜ୍ଞାନ ଥିବା ଆବଶ୍ୟକ ।

ପ୍ରକୃତରେ ସରକାର ପୁରୁଣା ଫାଇଲକୁ ଡିଜିଟାଇଜେସନ୍ କରିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ସରକାର କାମ କରୁଥିବା ଲୋକଙ୍କୁ ଟଙ୍କା ମଧ୍ୟ ଦେଉଛି । ଯଦି ଆପଣ ବି ସରକାରଙ୍କୁ ସାହାଯ୍ୟ କରିବା ସହ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ https://digitizeindia.gov.in/ ଯାଇ ପଞ୍ଜୀକରଣ କରନ୍ତୁ । ପଞ୍ଜୀକରଣ ସମୟରେ ନିଜର ମୋବାଇଲ୍ ନମ୍ବର, ଆଧାର କାର୍ଡ ଏବଂ ମେଲ୍ ଆଇଡି ସମେତ ଅନେକ ତଥ୍ୟ ଦେବାକୁ ପଡିବ । ଏହା ପରେ ଆପଣ ଡାଟା ଏଣ୍ଟ୍ରି କାମ ଆରମ୍ଭ କରିପାରିବେ ।

ଆପଣଙ୍କୁ ସରକାରୀ ଫାଇଲ୍ ଗୁଡିକ ଇମେଜ୍ ଫର୍ମାଟରେ ମିଳିବ । ଯାହାକୁ ଆପଣ ଟେକ୍ସଟ ଏବଂ କଳମରେ ପ୍ରସ୍ତୁତ କରିବାକୁ ପଡିବ । ଆଉ ଏକ କଥା ଜାଣିବା ଜରୁରୀ ଯେ ଫାଇଲ୍ସର ଗୋପନୀୟତାକୁ ବଜାୟ ରଖିବା ପାଇଁ ଆପଣଙ୍କ ସାମ୍ନାରେ ଗୋଟିଏ ଗୋଟିଏ ଶବ୍ଦ ଆସିବ । ଏହି କାମ ପାଇଁ ଆପଣଙ୍କୁ ରିୱାର୍ଡ ପଏଣ୍ଟ ମିଳିବ । ଯାହାକୁ ଆପଣ ରିଡିମ୍ କରି ଟଙ୍କା ପାଇପାରିବେ । ଗୋଟିଏ ରିୱାର୍ଡ ପଏଂଟ୍ ପାଇଁ ଦୁଇ ପଇସା ମିଳିବ । ତେବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.