୨୪୩ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି କଲା ECIL, ଆଇଟିଆଇ ପାସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ (ECIL) ନିକଟରେ ହାଇଦରାବାଦରେ ଟ୍ରେଡ଼ ଅପରେଟିଙ୍ଗସ ପଦର ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି ।  ଇଛୁକ ମାନେ ଅଫିସିଆଲ ୱେବସାଇଟ http://www.ecil.co.in କୁ ଯାଇ ଏବାବଦରେ ଅଧିକ ତଥ୍ୟ ବାବଦରେ ଜାଣିପାରିବେ ।  ଏନେଇ ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

କହିରଖିବା ଉଚିତ ହେବକି, କମ୍ପାନୀ ପକ୍ଷରୁ ସମୁଦାୟ ୨୪୩ ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ହୋଇଛି ।  ଯାହା ମଧ୍ୟରୁ ଇଲେକ୍ଟ୍ରି ସିଆନ ପଦ ପାଇଁ ୩୦ଟି, ଇଲେକ୍ଟ୍ରୋନିକ ମେକାନିକ ପାଇଁ ୭୦
ଟି, ଫିଚର ପାଇଁ ୬୫ଟି, ବେଲଡ଼ର ପାଇଁ ୧୫ଟି, ଟର୍ଣ୍ଣର ପାଇଁ ୧୦ ସମେତ ଅନ୍ୟାନ ପଦ ପାଇଁ ନୋଟିଫିକେସନ ଦିଆଯାଇଛି ।  ଟ୍ରେଡ଼ ଅପରେଟିଙ୍ଗସ ପଦ ପାଇଁ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ପ୍ରତିମାସ ୭୭୦୦ରୁ ୮୦୫୦ ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମିଳିବ ।  ଟ୍ରେଡ଼ ଅପରେଟିଙ୍ଗସ ପଦ ପାଇଁ ଆଶାୟୀଙ୍କ ପାଖରେ ଆଇଟିଆଇ ସାର୍ଟିଫିକେଟ ଥିବା ନିହାତି ଦରକାର ।

ଯେବେକି ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।  ଯେବେକି ଓବିସି କ୍ୟାଟେଗୋରୀ ପାଇଁ ୩ ବର୍ଷ ଓ ଏସସି/ଏସଟି କ୍ୟାଟେଗୋରୀ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ରିହାତି ଦିଆଯାଇଛି ।  ଆଇଟିଆଇର ମାର୍କ ଅନୁସାରେ ହିଁ ଚୟନ କରାଯିବ ।  ସର୍ଟଲିଷ୍ଟରେ ଆସିଥିବା ଆଶାୟୀଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ ସେପ୍ଟେମ୍ବର ୨୦ ରୁ ୨୫ ତାରିଖ ମଧ୍ୟରେ କରାଯିବ ।  ଏନେଇ ଇମେଲ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଜଣାଇ ଦିଆଯିବ ।

Leave A Reply

Your email address will not be published.