ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶରେ ଜିଲ୍ଲା ଓ ତଳ କୋର୍ଟରେ ପଡି ରହିଥିବା ମାମଲାରେ ଓଡ଼ିଶାର ହାର ସର୍ବାଧିକ

ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ। ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଦେଶରେ ତଳ କୋର୍ଟରେ କେତେ ସମୟ ଧରି ମାମଲା ପଡି ରହୁଛି, ଏହାର ହିସାବ ଦେଖିଲେ ଓଡ଼ିଶାରେ ଏ ସଂଖ୍ୟା ଦେଶରେ ସବୁଠାରୁ ଅଧିକ। ଗୋଟିଏ ବର୍ଷରେ ଫୈସଲା ହାରରେ ମଧ୍ୟ ଓଡ଼ିଶର ସ୍ଥାନ ଭଲ ନାହିଁ।

ଦେଶରେ ନ୍ୟାୟିକ ବ୍ୟବସ୍ଥାରେ ପଡି ରହୁଥିବା ମାମଲା, ଚିନ୍ତାର କାରଣ। ବର୍ଷବର୍ଷ ଧରି କ୍ଲିଅର ହୋଇ ପାରୁନାହିଁ ଅନେକ କେସ। ସର୍ଭେରେ କୁହାଯାଇଛି, ଦେଶରେ ୩ କୋଟି ୫୦ ଲକ୍ଷ ମାମଲା ପଡି ରହିଛି। ଯେତେ ମାମଲା ପଡି ରହିଛି, ସେଥିରୁ ୮୭.୫ ପ୍ରତିଶତ କେବଳ ଜିଲ୍ଲା ଓ ତଳ କୋର୍ଟରେ ପଡ଼ି ରହିଛି। ଜିଲ୍ଲା ଓ ତଳ କୋର୍ଟଗୁଡିକରେ ପଡି ରହିଥିବା ମାମଲା ଭିତରେ ୬୪ ପ୍ରତିଶତ ଏକ ବର୍ଷରୁ ଅଧିକ ସମୟ ଧରି ପଡି ରହିଛି।

ହାରାହାରି ଭାବେ ଦେଖିଲେ ଦେଶରେ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଗୁଜରାଟରେ ପଡିରହିଥିବା ମାମଲା ସଂଖ୍ୟା ଅଧିକ। ଏହି ପ୍ରସଙ୍ଗରେ ଦେଶରେ ଓଡ଼ିଶା ସବୁଠାରୁ ଆଗରେ ରହିଛି। ଅର୍ଥାତ ଗୋଟିଏ ମାମଲାର ହାରାହାରି ୫ ବର୍ଷ ପଡି ରହୁଛି। ଦେଶରେ ଏହା ୩ରୁ ୪ ବର୍ଷ ରହିଛି। ମାମଲାଗୁଡିକର ଆଭରେଜ ଡିସପୋଜାଲ ଟାଇମ ଦେଖିଲେ,ବିହାର, ଗୁଜରାଟ,ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅଧିକ ସମୟ ଲାଗୁଛି। ଏଥିରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।

ଆହୁରି ପଢନ୍ତୁ ଉତ୍ତରପ୍ରଦେଶ ସରକାରଙ୍କ ନୂଆ ନିୟମ: ବୋଲବମ ଯାତ୍ରାରେ କେବଳ ବାଜିବ…

ଦେଶରେ ଗୋଟିଏ ବର୍ଷରେ ମାମଲାର ଫୈସଲା ହାର ଶତ ପ୍ରତିଶତ ହାସଲ କରି ହେଉ ନାହିଁ। ୨୦୧୫ରେ ୮୬.୧ ପ୍ରତିଶତ ଥିଲା। ୨୦୧୭ରେ ବୃଦ୍ଧି ପାଇ ୯୦.୫ ପ୍ରତିଶତ ହୋଇଥିଲା। ପୁଣି ୨୦୧୮ରେ ହ୍ରାସ ପାଇ ୮୮.୭ ପ୍ରତିଶତରେ ପହଞ୍ଚିଥିଲା। ରାଜ୍ୟୱାରୀ ଦେଖିଲେ, କ୍ଲିଅରାନ୍ସ ରେଟ୍‌ ଓଡ଼ିଶାରେ କମ ରହିଛି। ବିହାରରେ ୫୫.୫୮, ଓଡ଼ିଶା ୬୨.୧୮ ଓ ପଶ୍ଚିମବଙ୍ଗର କ୍ଲିଅରାନ୍ସ ରେଟ୍‌ ୭୮.୬୩ ପ୍ରତିଶତ ରହିଛି। ତେଣୁ ଏହି ରାଜ୍ୟଗୁଡିକରେ ଅଧିକ ଜଜ୍‌ ନିଯୁକ୍ତି ନେଇ ସର୍ଭେରେ ପ୍ରସ୍ତାବ ଦିଆଯାଇଛି।

ଆହୁରି ପଢନ୍ତୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ…

ଶତ ପ୍ରତିଶତ ମାମଲାର ଫୈସଲା ପାଇଁ ତଳ କୋର୍ଟରେ ଖାଲି ପଡିଥିବା ୨୨୭୯ ବିଚାରପତି ପଦବୀ ପୁରଣ କରିବାକୁ ପଡିବ। ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ଏହାସହ ହାଇକୋର୍ଟରେ ଖାଲିପଡିଥିବା ୯୩ ବିଚାରପତି ଓ ସୁପ୍ରିମକୋର୍ଟରେ ଗୋଟିଏ ପଦବୀ ପୁରଣ କରିବାକୁ ପଡିବ। ଏହାସହ ପଡ଼ି ରହିଥିବା ମାମଲାଗୁଡିକ କ୍ଲିଅର କରିବାକୁ ତଳ କୋର୍ଟରେ ୨୫ ପ୍ରତିଶତ, ହାଇକୋର୍ଟରେ ୪ ପ୍ରତିଶତ ଏବେ ସୁପ୍ରିମକୋର୍ଟରେ ୧୮ ପ୍ରତିଶତ କାର୍ଯ୍ୟଦକ୍ଷତା ବଢାଇବାକୁ ପଡିବ।

 

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

5 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

24 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

40 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

49 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

57 mins ago