ସାଧାରଣ ବଜେଟ୍‌ ପୂର୍ବରୁ ସଂସଦରେ ଉପସ୍ଥାପନ ହେଲା ବର୍ଷ ୨୦୧୯-୨୦ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ସାଧାରଣ ବଜେଟ୍‌ ପୂର୍ବରୁ ସଂସଦରେ ଉପସ୍ଥାପନ ହୋଇଛି ବର୍ଷ ୨୦୧୯-୨୦ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ । ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରିପୋର୍ଟରେ ଦର୍ଶାଯାଇଛି ଆର୍ଥିକ ବର୍ଷ, ୨୦୨୦-୨୧ ପାଇଁ ଦେଶର ଅଭିବୃଦ୍ଧି ହାର ୬ରୁ ୬.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୧୯-୨୦ ବର୍ଷ ପାଇଁ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବା ଅନୁମାନ କରାଯାଇଛି । ସର୍ଭରେ କୁହାଯାଇଛି ସକରାରଙ୍କୁ ବିତ୍ତୀୟ ନିଅଣ୍ଟ ଟାର୍ଗେଟ୍‌ କୋହଳ କରିବାକୁ ପଡିବ। ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ରାଜସ୍ୱ ସଂଗ୍ରହ କମିଛି। ଏହାସହ ନିବେଶ ବୃଦ୍ଧି ପାଇଁ ସରକାରଙ୍କୁ ବହୁ ଟିକସ ପ୍ରୋତ୍ସାହନ ଦେବାକୁ ପଡିବ ।

subhramanyam

ତେଣୁ ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ୩.୮ ପ୍ରତିଶତକୁ ବଢିପାରେ। ବଜେଟରେ ଏହି ହାର ୩.୩ ପ୍ରତିଶତ ରଖାଯାଇଥିଲା। ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ସର୍ଭେରେ ପରାମର୍ଶ ରହିଛି। ରିଅଲ ଇଷ୍ଟେଟ୍‌ କଂପାନୀମାନେ ତାଙ୍କର ବିକ୍ରି ନ ହୋଇ ପଡି ରହିଥିବା ଘରର ମୂଲ୍ୟ ହ୍ରାସ ପାଇଁ ପରାମର୍ଶ ଦିଆଯାଇଛି। ଅଧିକ ସଂଖ୍ୟାରେ ଘର ବିକ୍ରୀ ହେଲେ ବ୍ୟାଙ୍କଗୁଡିକରେ ବକେୟା ଭରଣା କରାଯାଇ ପାରିବ। ବାଣିଜ୍ୟ କ୍ଷେତ୍ରରେ ସର୍ଭେର ଚେତାବନୀ, ବିଶ୍ୱରେ ଦେଖା ଦେଇଥିବା ବାଣିଜ୍ୟିକ ସଙ୍କଟ ଦ୍ୱାରା ଭାରତର ରପ୍ତାନୀ ବହୁଳମାତ୍ରାରେ ପ୍ରଭାବିତ ହେବ। ଅଭିବୃଦ୍ଧି ହ୍ରାସ ପାଇଥିବାରୁ ଯୁବ ପୀଢିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ବଡ଼ ଚ୍ୟାଲେଞ୍ଜ ହେବ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ବି. ସୁବ୍ରମଣ୍ୟମ କହିଛନ୍ତି, ଭାରତୀୟ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ରହିଛି । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ ଅର୍ଥନୀତି ମାନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.