ବିନା ଡ଼ିଗ୍ରୀରେ ମଧ୍ୟ କରିପାରିବେ ରୋଜଗାର , ଏମିତି କରନ୍ତୁ ଆରମ୍ଭ

ଆଜିର ସମୟରେ କୌଣସି ଚାକିରୀ କରିବା ପାଇଁ ସେହି ସମ୍ବନ୍ଧୀୟ କୋର୍ସ କରିବା ନିହାତି ଜରୁରୀ। ନିଶ୍ଚିତ ଭାବେ ଟ୍ରେନିଂ ଏବଂ କାର୍ଯ୍ଯ କରିବା କ୍ଷମତା ସହ ଉଚିତ ଶିକ୍ଷା ଥିବା ମଧ୍ୟ ଜରୁରୀ। ଯଦି କୌଣସି ବ୍ଯକ୍ତି କିଛି କାମକୁ ଭଲ ଭାବେ କରିପାରନ୍ତି ତେବେ ତାଙ୍କ ପାଇଁ ସୁଯୋଗର କୌଣସି ଅଭାବ ନଥାଏ। ଆଜି ଆମେ ଏପରି କିଛି ରୋଜଗାର ଉପାୟ ବିଷୟରେ କହିବା ପାଇଁ ଯାଉଛୁ ଯେଉଁଥିରେ କୌଣସି ପ୍ରକାରର ଡ଼ିଗ୍ରୀର ଆବଶ୍ଯକତା ରହିନାହିଁ।

ସଭିର୍ସ ବିଜନେସର ଆରମ୍ଭ :

ବିଜନେସ କରିବା ସହ ଲାଭ ଉଠାଇବାର ସବୁଠାରୁ ସହଜ ଉପାୟ ହେଉଛି ସର୍ଭିସ ବିଜନେସ। ଏଥିପାଇଁ ଆପଣଙ୍କୁ ଭଳ ସମ୍ବନ୍ଧ କିମ୍ବା  ୱେବସାଇଟର କୌଣସି ଆବଶ୍ଯକତା ରହିନାହିଁ। ଏଥିପାଇଁ ଖାଲି ଅପଣଙ୍କର ଭଲ ସ୍କିଲ ଥିବା ଦରକାର। ଆପଣ ଘରେ ବସି ନିଜର ସ୍କିଲ ସହ କନଟ୍ରାକ୍ଟ ମାକ୍ରେଟିଂ , ୱେବ ଡ଼ିଜାଇନ୍ ଏବଂ ସୋସିଆଲ ମିଡ଼ିଆ କ୍ଷେତ୍ରରେ କାମ ଆରମ୍ଭ କରିପାରିବେ।

make-money

ରିୟଲିଷ୍ଟେଟରେ ଇନଭେଷ୍ଟ :

ଯଦି ଆପଣଙ୍କ ପାଖରେ ଟଙ୍କା ରୋଜଗାର କରିବାର କ୍ଷମାତା ରହିଛି ତେବେ ରିୟଲିଷ୍ଟେଟ୍ ଇନଭେଷ୍ଟ ଆପଣଙ୍କ ପାଇଁ ବହୁତ ଭଲ। ଆପଣଙ୍କ ପାଖରେ ଯଦି ବହୁତ ଟଙ୍କା ରହିଛି ଏବଂ କୌଣସି ଡ଼ିଗ୍ରୀ ନାହିଁ ତେବେ ଏହା ହେଉଛି ଆପଣଙ୍କ ପାଇଁ ବହୁତ ଭଲ ବିଜନେସ। ଏହି ବିଜନେସ ଆପଣଙ୍କୁ ଜିରୋରୁ ହିରୋ କରିପାରିବ। ଖାଲି ଆପଣଙ୍କୁ ସଠିକ୍ ଭାବେ ମୁଣ୍ଡ ଖଟାଇବା ଦରକାର।

ଖାଇବା ପ୍ରସ୍ତୁତ କରିବା :

ଭଲ ଖାଇବା ପ୍ରସ୍ତୁତ କରିବା ଏକ କଳା। ଏଥିପାଇଁ କୌଣସି ପ୍ରକାରର ଶିକ୍ଷା ଆବଶ୍ଯକତା ନାହିଁ। ଭଲ ଏବଂ ସ୍ବାଦିଷ୍ଟ  ଖାଇବା ପ୍ରସ୍ତୁତ କରିବା ଜାଣିଥିଲେ ଆପଣ କୌଣସି ଭଲ ହୋଟେଲରେ ସେଫ୍ ଭାବେ ରହିବା ସହ ନିଜର ମଧ୍ୟ କୌଣସି ରେସ୍ତୋରାଁ  ଖୋଲିପାରିବେ। ଏଥିରେ ଆପଣ ବହୁତ ଭଲ ମଧ୍ୟ  ରୋଜଗାର କରିପାରିବେ।

ନିଶ୍ଚିତ ପଢ଼ନ୍ତୁ : PFକୁ ନେଇ କୌଣସି ସମସ୍ୟା ଅଛି କି ? ଚିନ୍ତା କରନ୍ତୁ ନାହିଁ, ପ୍ରତିମାସ ୧୦ ତାରିଖ ସୁଦ୍ଧା EPFO କରିବ ସମାଧାନ

ନିଜ ଜିନିଷ ଭଡ଼ାରେ ଲଗାଇବା ଆରମ୍ଭ କରିବା :

ଏବେ ସାଧାରଣତଃ ଲୋକ ଜିନିଷ କିଣି ଟଙ୍କା ଖର୍ଚ୍ଚ କରିବା ବଦଳରେ କିଛି ସମୟ ପାଇଁ ତାହାକୁ ଭଡ଼ାରେ ନେଇ ବ୍ଯବହାର କରିବା ଆରମ୍ଭ କରିଥାନ୍ତି । ଏପରିକି ଏହା ଦ୍ବାରା ଅନେକ ୱେବସାଇଟ ମଧ୍ୟ ବହୁତ ଭଲ ରୋଜଗାର କରୁଛନ୍ତି। ଏଥିପାଇଁ କୌଣସି ପ୍ରକାରର ଷ୍ଟୋର କରିବା ଦରକାର ନାହିଁ ଖାଲି ଆପଣଙ୍କ ପାଖରେ ଭଲ କନଟାକ୍ଟ ଥିବା ଦରକାର। ଆପଣ ନିଜର କ୍ଯାମେରା, କାର, କୁଲର ଏବଂ ଫ୍ରିଜ୍ ଆଦି ଭଡ଼ାରେ ଦେଇପାରିବେ।

ଡ଼ାନ୍ସ ଏବଂ ମ୍ଯୁଜିକ୍ ଇନଷ୍ଟକ୍ଟର :

ଏଥିରେ ଉଦ୍ଭୟ ଡ଼ିଗ୍ରୀ ଥିବା ଏବଂ ଡ଼ିଗ୍ରୀ ନଥିବା ଲୋକ ମଧ୍ୟ କରିପାରିବେ। ଏଥିପାଇଁ ଆପରଙ୍କର ମ୍ଯୁଜିକ୍ ଏବଂ ଡ଼ାନ୍ସର ଭଲ ଜ୍ଞାନଥିବା ଦରକାର। ଏହା ପରେ ଆପଣ ମୋଟା ଅଙ୍କର ଟଙ୍କା ରୋଜଗାର କରିବା ସହ ନାମ ମଧ୍ୟ କରିପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.