ଆସିବ Hyundaiର ନୂଆ ଇଭି, ସିଙ୍ଗଲ ଚାର୍ଜରେ ୯୦୦ କିଲୋମିଟର ରେଞ୍ଜ ଦେବ ଏହି ଇଲେକ୍ଟ୍ରିକ୍‌ କାର

ସମଗ୍ର ବିଶ୍ୱରେ ଇଲେକ୍ଟ୍ରିକ୍‌ ଗାଡ଼ିର ବହୁତ ଚାହିଦା ରହିଛି । ପେଟ୍ରୋଲ ଏବଂ ଡିଜଲେ କାର ବ୍ୟତୀତ ବଜାରରେ ଇଲକେ୍ଟ୍ରିକ୍ କାର୍ ଲଞ୍ଚ କରାଯାଉଛି । Hyundai କମ୍ପାନୀ ଇଲକେ୍ଟ୍ରିକ୍ କାର ପ୍ରସ୍ତୁତ କରିବାରେ ଲାଗିପଡ଼ିଛି । ଏହା ବ୍ୟତୀତ ଗାଡ଼ିଗୁଡ଼ିକୁ ହାଇବ୍ରିଡ୍ ମୋଡରେ ଆଣିବା ପାଇଁ Hyundai କମ୍ପାନୀ ପ୍ରସ୍ତୁତ ହେଉଛି । ୨୦୩୦ ସୁଦ୍ଧା ୫.୫୫ ମିଲିୟନ ଗାଡ଼ିର ବିକ୍ରି ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ୫.୫୫ ମିଲିୟନ କାରରେ ୨ ମିଲିୟନ ଇଲେକ୍ଟ୍ରିକ୍‌ କାର୍‌ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି ।

Hyundai ମୋଟର ଏକ ନୂଆ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ନୂଆ ଇଲକେ୍ଟ୍ରିକ୍ କାରକୁ ଥରେ ଚାର୍ଜ କଲେ ୯୦୦ କିଲୋମିଟରରୁ ଅଧିକ ରେଞ୍ଜ ଦେବ । ୨୦୩୦ ସୁଦ୍ଧା ୨୧ଟି ଇଲେକ୍ଟ୍ରିକ୍‌ କାର ପ୍ରଡକ୍ସନ୍‌ କରିବା ନେଇ କମ୍ପାନୀ ଲକ୍ଷ୍ୟ ରଖିଛି । ଏହା ସହିତ କମ୍ପାନୀ ଏହି ଇଲେକ୍ଟ୍ରିକ୍‌ କାରରେ ବ୍ୟବହାର ହେବାକୁ ଥିବା ବ୍ୟାଟରେୀର ମୂଲ୍ୟ ହ୍ରାସ କରିବାକୁ ମଧ୍ୟ ଧ୍ୟାନ ଦେଉଛି ।

Hyundai ମୋଟର ଭାରତରେ ଏସୟୁଭି ସହିତ ଇଲେକ୍ଟ୍ରିକ୍‌ ମଡେଲ ମଧ୍ୟ ଆଣିବ । କ୍ରେଟା ଇଭି ହୁଣ୍ଡାଇର ସବୁଠାରୁ ବଡ କାର ମଧ୍ୟରୁ ଗୋଟିଏ ହୋଇପାରେ । କ୍ରେଟା ଇଭି ବ୍ୟତୀତ ଅନେକ ନୂଆ ମଡେଲ ଭାରତୀୟ ବଜାରରେ ଦଖେିବାକୁ ମିଳିବ ।

କ୍ରଟୋ ଇଭିର ପ୍ରଡକ୍ସନ ଚଳିତ ର୍ବଷ ଆରମ୍ଭ ହୋଇପାରେ । ଏହି ଇଲକେ୍ଟ୍ରିକ୍ କାର ଆସନ୍ତା ର୍ବଷ ୨୦୨୫ରେ ଭାରତୀୟ ବଜାରରେ ଏଣ୍ଟ୍ରି କରିବ । Hyundai ଏଭଳି ଇଭିଏସ୍ ଉପରେ କାମ କରୁଛି ଯାହାଦ୍ୱାରା ଲୋକଙ୍କୁ ଚାର୍ଜ କରିବା ପାଇଁ ଚିନ୍ତା କରବାକୁ ପଡ଼ିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like