MG Cyberster ହେଉଛି ଏକ ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ କାର୍ ଯାହାକୁ MG ମୋଟର ଡେଭଲପ୍ କରିଛି । ଏହା ହାଇ ପରଫର୍ମାନ୍ସ ଇଲେକ୍ଟ୍ରିକ୍ ଇଭି, ଯାହା ଯୁବପିଢ଼ିଙ୍କୁ ଧ୍ୟାନରେ ରଖି ଖାସ୍ ଭାବେ ଡିଜାଇନ୍ କରାଯାଇଛି । ଏହି କାର ଭାରତରେ ଆସିବା ପରେ ହଇଚଇ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଏହାର ବିକ୍ରି ଆସନ୍ତା ବର୍ଷ ଆରମ୍ଭ ହୋଇପାରେ ।
MG Cybersterର ଡିଜାଇନ୍ ବହୁତ ଆକର୍ଷଣୀୟ ଏବଂ ଆଧୁନିକ ରହିଛି । ଏଥିରେ ସ୍ପୋର୍ଟସ୍ କାର୍ ଏଲିମେଣ୍ଟସ୍ ସହିତ ଫ୍ୟୁଚରିଷ୍ଟିକ୍ ଟଚ୍ ଦିଆଯାଇଛି । ଯେପରିକି ସାର୍ପ ଲାଇନ୍ସ, ଏରୋଡାଇନାମିକ୍ ସେପ୍ ଏବଂ ଲୋ-ରାଇଡିଂ ପ୍ରୋଫାଇଲ୍ । ଏଥିରେ ଏକ ଉନ୍ନତ ଏଲଇଡି ଲାଇଟିଂ ସିଷ୍ଟମ ରହିଛି, ଯେଉଁଥିରେ ପତଳା ହେଡଲାଇଟ୍ ଏବଂ ପଛରେ ଏକ ଫ୍ଲୋଟିଂ ଲାଇଟବାର୍ ସାମିଲ ଅଛି । MG Cyberster ମଧ୍ୟ ଏକ କନଭର୍ଟିବଲ ଡିଜାଇନରେ ସାମ୍ନାକୁ ଆସିଛି । ଏହି କାର ୩.୨ ସେକେଣ୍ଡରେ ଘଣ୍ଟା ପ୍ରତି ୦ ରୁ ୧୦୦ କିଲୋମିଟର ବେଗରେ ଚାଲିବ ।
MG Cybersterରେ ୭୭ kWh ଲିଥିୟମ୍-ଆୟନ ବ୍ୟାଟେରୀ ପ୍ୟାକ୍ ରହିବ । ଏହା ଗୋଟିଏ ଚାର୍ଜରେ ୫୭୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେବାରେ ସକ୍ଷମ ହେବ । Cybersterର ଲମ୍ବ ୪,୫୩୩ ମିମି, ମୋଟେଇ ୧,୯୧୨ ମିଲିମିଟର ଏବଂ ଉଚ୍ଚତା ୧,୩୨୮ ମିଲିମିଟର ହେବ ।