ଏହି ଉପାୟ ଆପଣାଇଲେ ବିଜୁଳି ଖର୍ଚ୍ଚ କମ ଆସିବ, ଜାଣନ୍ତୁ

ଆଗକୁ ଆସୁଛି ଖରା ଦିନ। ଏହି ଦିନ ସମସ୍ତଙ୍କ ମାତ୍ର ଗୋଟିଏ ଟେନସନ ଥାଏ ତାହା ହେଉଛି ବିଜୁଳି ଖର୍ଚ୍ଚ। ଗରମରୁ ରକ୍ଷା ପାଇବା ପାଇଁ ଏହା ଗୋଟିଏ ମାତ୍ର ଉପାୟ ଥାଏ। କିନ୍ତୁ ଏହିଦିନ ଅଧିକ ବିଜୁଳି ଖର୍ଚ୍ଚ ହେବାର ମଧ୍ୟ ଆଶଙ୍କା ଥାଏ।

ତେବେ ଆଜି ଆମେ କହିବୁ ଆପଣ କିପରି ଏହି ସମସ୍ୟାରୁ ମୁକ୍ତିପାଇବେ। ମାନେ ଅଧିକ ବିଜୁଳି ବ୍ୟବହାର କରି ମଧ୍ୟ କମ ବିଲ ଆସିବ। ବିଜୁଳି ବିଲକୁ ଆପଣ କେମିତି ବଜେଟକୁ ଆଣିପାରିବେ ତାହା ଆଜି ଆମେ ଏଠାରେ ଜଣାଇବୁ। ଯାହା ଆପଣଙ୍କ ବିଜୁଳି ବିଲକୁ କମ୍ କରିପାରିବ।

ଆପଣ ଇଲେକଟ୍ରିକ ଏସି ବଦଳରେ ସୋଲାର ଏସି ବ୍ୟବହାର କଲେ ତାହେଲେ ଆପଣଙ୍କ ବିଜୁଳି ବିଲ୍ ଚିନ୍ତା ଅନେକ ମାତ୍ରାରେ ଦୂର ହୋଇପାରିବ। ଧିରେ ଧିରେ ହେଉ ବରଂ ସୌର ଶକ୍ତି ଆଡକୁ ଲୋକମାନେ ଆକର୍ଷିତ ହେଉଛନ୍ତି। ମାର୍କେଟରେ ସୋଲାର ଏସି ରେଞ୍ଜ୍ ଆସିସାରିଛି। ଏହାକୁ ଆପଣ ସୌର ଶକ୍ତିରୁ ଚଲାଇପାରିବେ।

electricity bill
pc: the guardian

ଇଲେକଟ୍ରିକ ଏସି ଭଳି ସୋଲାର ଏସିକୁ ବି ଏକ ଟନ, ୧.୫ ଟନ୍ ଏବଂ ୨ ଟନର କ୍ଷମତାରେ କିଣାଯାଇହେବ। ଆପଣ ନିଜ ଆବଶ୍ୟକ ଅନୁସାରେ ଏସିର ଚୟନ କରିପାରିବେ। ସୋଲାର ଏସିର ଦାମ୍ ସାମାନ୍ୟ ଇଲେକଟ୍ରିକ ଏସି ତୁଳନାରେ ଅଧିକ ହୋଇଥାଏ। ସେମିତି ଯଦି ଆପଣ ସୋଲାର ଏସି ନେଉଛନ୍ତି ତାହେଲେ ବିଜୁଳି ବିଲ୍ ଆପଣଙ୍କର ନଆସିବା ସହ ସମାନ ହୋଇଯିବ। ଅନୁମାନ କରାଯାଉଛି ଯେ ସୋଲାର ଏସି ଦ୍ୱାରା ଆପଣଙ୍କର ବିଜୁଳି ବିଲ୍ ୯୦ ପ୍ରତିଶତ କମ୍ ହୋଇପାରିବ।

ଆପଣ ରାତି ଏବଂ ଦିନ ସାରା ଏସି ଚଲାଇଛନ୍ତି, ତାହେଲେ ଅତିକମରେ ୧୦ ରୁ ୧୨ ୟୁନିଟ ବିଜୁଳି ଖର୍ଚ୍ଚ ହେବ। ୭ ଟଙ୍କା ପ୍ରତି ୟୁନିଟ ହିସାବରେ ଆପଣଙ୍କର ଗୋଟେ ଦିନର ବିଲ୍ ହେବ ୭୦-୮୪ ଟଙ୍କା। ତାହେଲେ ମାସକୁ ହେଲା ପାଖାପାଖି ୨୧୦୦ ଟଙ୍କାରୁ ୨୫୦୦ ଟଙ୍କା। ଏବେ ଯଦି ଆପଣ ସୋଲାର ଏସି ଚଲାଉଛନ୍ତି ତାହେଲେ ଆପଣଙ୍କୁ ବିଜୁଳି ବିଲ ବହୁତ କମ୍ ଆସିବ।