ଇଲେକ୍ଟ୍ରିସିଟି ମିଟରରେ ଲଗାନ୍ତୁ ଏହି ଖାସ୍‌ ଡିଭାଇସ୍‌, ଘରର ବିଜୁଳି ବିଲକୁ ଆଦୌ ବଢ଼ିବାକୁ ଦେବନି, ଦାମ ରହିଛି ଖୁବ ଶସ୍ତା

ଯଦି ଆପଣ ପ୍ରତି ମାସରେ ବିଜୁଳି ବିଲ ଦେଖି ଚିନ୍ତାରେ ପଡ଼ୁଛନ୍ତି ମାନେ ଯଦି ଆପଣଙ୍କ ବିଜୁଳି ବିଲ ଅଧିକ ଆସୁଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢ଼ିଆ ଖବର। ଯାହାକୁ ଜାଣିଲେ ଆପଣ ଖୁସି ହୋଇଯିବେ। ଆମେ ଆପଣଙ୍କୁ ଏମିତି ଏକ ଡିଭାଇସ୍‌ ସମ୍ପର୍କରେ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବିଜୁଳି ବିଲ୍‌ କମ ଆସିବ।

ତେବେ ଖରା ହେଉ ଅବା ବର୍ଷା। ବିଜୁଳି ବିଲ ଚିନ୍ତା ସବୁ ମାସରେ ସମସ୍ତଙ୍କୁ ଚିନ୍ତାରେ ପକାଇଥାଏ। ଖରାରେ ଏସି ଓ ଥଣ୍ଡାରେ ହିଟର ବିଲ ବଢ଼ାଇଦିଏ। ଯଦି ଆପଣ ବି ବଢ଼ୁଥିବା ବିଜୁଳି ବିଲ କୁ ନେଇ ଚିନ୍ତାରେ ଅଛନ୍ତି ।ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ। ଏମିତିରେ ଏକ ସହଜ ଟ୍ରିକ ଆପଣାନ୍ତୁ। ଏହାପରେ ଆପଣ ବିଜୁଳି ବିଲ କୁ ହଜାର ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇପାରିବେ। ଏହି ଟ୍ରିକରେ ଆପଣଙ୍କୁ ଏସି କିମ୍ବା ହିଟର ଏସବୁର ବ୍ୟବହାରକୁ କମ କରିବାକୁ ମଧ୍ୟ ପଡ଼ିବ ନାହିଁ।

ଆମେ Electric saver Device ସମ୍ପର୍କରେ କହୁଛୁ । ଏହାକୁ ଆପଣ ଇଲେକଟ୍ରିସିଟି ମିଟର ପାଖରେ ଫିଟ କରିପାରିବେ। ଏହାପରେ ଆପଣଙ୍କ ବିଜୁଳି ବିଲ କମ ଆସିବ। ଏମିତିରେ ଆପଣଙ୍କୁ ୪ଟି ଅପସନ ଦିଆଯିବ। ଯେଉଁଥିରୁ ଆପଣ ସିଲେକ୍ଟ ମଧ୍ୟ କରିପାରିବେ।

ଆମେ ଏକ ପ୍ରଡକ୍ଟ ସମ୍ପର୍କରେ କହୁଛୁ। ଏହା ହେଉଛି maxx power saver turbo electricity saving device । ଏହାକୁ ଫିଟ କଲେ ବିଲ ପାଖାପାଖି ୪୦% କମିଯିବ। ଏହା ଦେଖିବାକୁ ଛୋଟ। ଏହାକୁ ଆପଣ ଖୁବ ସହଜରେ ଫିଟ କରାଇପାରିବେ। ଏହାକୁ ଆପଣ ଆମାଜନରେ ୧୯୯୯ ଟଙ୍କାରେ କିଣିପାରିବେ। କିନ୍ତୁ ୮୩% ଡିସକାଉଣ୍ଟ ପରେ ଆପଣ ଏହାକୁ ମାତ୍ର ୩୪୯ ଟଙ୍କା ରେ କିଣି ଘରକୁ ଆଣିପାରିବେ।

ଦ୍ୱିତୀୟରେ ଅଛି wellberg Power Saver New updated Electrici ty Saving Device। ଏହାକୁ ଆପଣ ୫୦୦ ଟଙ୍କାରୁ କମରେ କିଣିପାରିବେ। ଏହା ଦେଖିବାକୁ ଷ୍ଟାଇଲିସ୍‌ । ଏହା ବିଜୁଳି ବିଲ କମ କରିବା ସହ ଘରେ ଥିବା ସମସ୍ତ ଇଲେକଟ୍ରୋନିକ ଡିଭାଇସରେ ହେଉଥିବା ଭୋଲଟେଜ ଫ୍ଲକଚୁଏସନ କୁ ରୋକିଥାଏ। ଏହାକୁ ଆପଣ ଅମାଜାନରେ ୯୯୯ ଟଙ୍କା ବଦଳରେ ମାତ୍ର ୪୯୯ ଟଙ୍କାରେ କିଣିପାରିବେ।

ପରେ ରହିଛି HATIM’s Orginal intelligent Electricity Saver Device। ଏହାକୁ ଆପଣ ୫୯୯ ଟଙ୍କାରେ କିଣିପାରିବେ। ଏହି ଡିଭାଇସ୍‌ 90V-250V ୟୁନିଟରେ ବଜାରକୁ ଆସିଛି। ଏହାକୁ ଆପଣ ନିଜ ଘରର ଥିବା ମେନ ଇଲେକଟ୍ରି ବୋର୍ଡ ପାଖରେ ପ୍ଲଗ କରିପାରିବେ।

ଲିଷ୍ଟର ପରେ ରହିଛି MD Proelectra Saving Device । ଏହାକୁ ବ୍ୟବହାର କଲେ ଘରେ କମ କିମ୍ବା ଅଧିକ ଭୋଲଟେଜକୁ ଏହା କଣ୍ଟ୍ରୋଲ କରିଥାଏ। ଏହାକୁ ଘର ସହ କମର୍ସିଆଲ ଭାବେ ବ୍ୟବହାର କରିପାରିବେ। ଏହାର ଦାମ ୨୨୦୦ ଟଙ୍କା ଥିବା ବେଳେ ଅମାାଜନରେ ଏହାକୁ ଆପଣ ୭୯୯ ଟଙ୍କାରେ କିଣିପାରିବେ।

ଆପଣ ଯଦି ଚାହିଁବେ ତେବେ ଏହାରି ମଧ୍ୟରୁ କେଉଁ ଗୋଟିଏ ଡିଭାଇସ୍‌ କୁ ଆପଣାଇପାରିବେ। ଆଉ ନିଜ ଘରର ବିଜୁଳି ବିଲ୍‌ କୁ କଣ୍ଟ୍ରୋଲ କରିପାରିବେ।

Leave A Reply

Your email address will not be published.