ବ୍ୟବସାୟୀଙ୍କୁ ସରକାର ଦେଲେ ଗୁଡ଼୍ ନ୍ୟୁଜ୍, SBI ରିପୋର୍ଟରୁ ସାମ୍ନାକୁ ଆସିଲା ସୂଚନା

କୋଭିଡ ମହାମାରୀ ସମୟରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ଆରମ୍ଭ କରାଯାଇଥିବା ଏମରଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ ବା ଇସିଏଲଜିଏସରୁ ୧୪.୬ ଲକ୍ଷ ଏମଏସଏମଇ ୟୁନିଟ୍ ସଞ୍ଚୟ କରିବାରେ ସାହାଯ୍ୟ ମିଳିଲା । ଏହି କ୍ଷୁଦ୍ର ଉଦ୍ୟୋଗଗୁଡିକୁ ୨.୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣର ଲାଭ ମିଳିଛି । ଏସବିଆଇ ରିସର୍ଚ୍ଚର ଏକ ବିଶ୍ଳେଷଣ ଅନୁଯାୟୀ, ଏହି ଅତିରିକ୍ତ କ୍ରେଡିଟ ଫ୍ଲୋରୁ ଏମଏସଏମଇ ୟୁନିଟ୍ ଉପରେ ପ୍ରାୟ ୧୨ ପ୍ରତିଶତ ଋଣ ଏନପିଏ ହେବାରୁ ବଞ୍ଚିଗଲା ।

ଏମଏସଏମଇକୁ ୨.୨ ଲକ୍ଷ କୋଟି ଋଣ ଦିଆଯାଇଛି

ଯଦି ଲୋକଙ୍କ କଥା କହିବା ତାହେଲେ ଏହା ଅତି କମରେ ୬.୬ କୋଟି ଲୋକଙ୍କ ଜୀବିକା ରକ୍ଷା କରିଛି । ଇସିଏଲଜିଏସରୁ ଏମଏସଏମଇକୁ ଋଣ ପାଇବାରେ ସାହାଯ୍ୟ ମିଳିଛି ଏବଂ ଏହାଦ୍ୱାରା ଅତିକମରେ ୧୪.୬ ଲକ୍ଷ ୟୁନିଟକୁ ନିଜ ବ୍ୟବସାୟରେ ବଜାୟ ରଖିବା ପାଇଁ ସାହାଯ୍ୟ ମିଳିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ମୁଖ୍ୟ ଅର୍ଥନୀତିଜ୍ଞ ସୋମିଆ କାନ୍ତି ଘୋଷ କହିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ଏମଏସଏମଇକୁ ୨.୨ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି ।

୬.୬ କୋଟି ଲୋକଙ୍କର ଜୀବିକା ବଞ୍ଚିଗଲା

ଏହାର ଅର୍ଥ ହେଉଛି ଏହି ଯୋଜନାରେ ଏମଏସଏମଇ ଉପରେ ବକାୟା ପ୍ରାୟ ୧୨ ପ୍ରତିଶତର ଋଣ ହେବାରୁ ରୋକିବାରେ ସାହାଯ୍ୟ ମିଳିଛି । ଏହା ସହିତ ୬.୬ କୋଟି ଲୋକଙ୍କ ଜୀବିକା ବଞ୍ଚିଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏମଏସଏମଇ ୟୁନିଟର ଆକାର ମଧ୍ୟ ବୃଦ୍ଧି ପାଇଛି ଏବଂ ଅନେକ ୟୁନିଟର କାରବାର ୨୫୦ କୋଟି ଟଙ୍କା ସୀମା ଅତିକ୍ରମ କରିଛି ଏବଂ ସେମାନେ ନୂତନ ସଂଜ୍ଞା ପରିଭାଷାରେ ମଧ୍ୟମ ଉଦ୍ୟୋଗ ବର୍ଗରେ ଆସିଛନ୍ତି ।

ଏମଏସଏମଇ ପରିଭାଷାରେ ବର୍ଷ ୨୦୨୦ରେ ପରିବର୍ତ୍ତନ କରାଯାଇଥିଲା । ଏହି ପରିବର୍ତ୍ତନ ସହିତ ସମସ୍ତ ଏମଏସଏମଇ ଉଦ୍ୟଗ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ଅନୁଯାୟୀ ଏହାଦ୍ୱାରା ମୋଟ ୧.୩୩ କୋଟି ଏମଏସଏମଇ ପାଖରେ ଉଦ୍ୟଗୀର ପ୍ରମାଣପତ୍ର ରହିଛି । ସହିପରି ଅନ୍ୟପଟେ ଜିଏସଟି ପଞ୍ଜୀକରଣ କେବଳ ୧.୪୦ କୋଟି ରହିଛି । ରିପୋର୍ଟ ମୁତାବକ ଉଦ୍ୟଗୀ ପୋର୍ଟାଲ ଏମଏସଏମଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ ତାହାକୁ ସଂଗଠିତ କରିବା ବ୍ୟବସ୍ଥା ଆଣିବାରେ ପ୍ରଶସ୍ତ କରିପାରେ । ଦେଶରେ ପ୍ରାୟ ୬.୪ କୋଟି ଏମଏସଏମଇ ରହିଛନ୍ତି, ଯେବେକି ଚୀନର ଏହି ସଂଖ୍ୟା ରହିଛି ୧୪ କୋଟି ।