ବ୍ୟବସାୟ ଓ ଅର୍ଥନୀତି

SBI Credit Card ୟୁଜର୍ସଙ୍କ ପାଇଁ ଜରୁରୀ ଖବର, ୧ ଡିସେମ୍ବରରୁ EMI ଟ୍ରାଞ୍ଜାକ୍ସନ ହୋଇଯିବ ମହଙ୍ଗା

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ଘୋଷଣା କରିଛି କି, କାର୍ଡଧାରୀଙ୍କୁ EMI ଟ୍ରାଞ୍ଜାକ୍ସନ ପାଇଁ ୯୯ ଟଙ୍କାର ପ୍ରୋସେସିଙ୍ଗ୍‌ ଫିସ୍‌ ଏବଂ ଏହା ଉପରେ ଟ୍ୟାକ୍ସ ଭରିବାକୁ ପଡ଼ିବ। ଏହି ନୂଆ ନିୟମ ୧ ଡିସେମ୍ବର ୨୦୨୧ରୁ ଲାଗୁ ହେବ। ବ୍ୟାଙ୍କ ନିଜର ସମସ୍ତ ଗ୍ରାହକଙ୍କୁ ଇମେଲ୍‌ ଜରିଆରେ ଏ ନେଇ ସୂଚନା ଦେଇଛି। ଏଥି ସହିତ ବ୍ୟାଙ୍କ ଗ୍ରାହକମାନଙ୍କୁ ଏହି ନିୟମ ବିଷୟରେ ଅଧିକ ଜଣାଇବା ପାଇଁ ଏହାର ଅଫିସିଆଲ େଓ୍ଵବ୍‌ସାଇଟ ଭିଜିଟ୍‌ କରିବା ପାଇଁ ମଧ୍ୟ ଏକ ଲିଙ୍କ୍‌ ପଠାଇଛି। ଏହି ପ୍ରୋସେସିଙ୍ଗ୍‌ ଫିସ୍‌ କ୍ରେଡିଟ୍‌ କାର୍ଡରୁ ଇଏମ୍‌ଇ କ୍ରୟ ଉପରେ କାର୍ଡରେ ଚାର୍ଜ ହୋଇଥିବା ସୁଧ ରାଶିର ଅତିରିକ୍ତ। ପ୍ରୋସେସିଙ୍ଗ୍‌ ଫିସ୍‌ କେବଳ ସେହି କାରବାର ପାଇଁ ଆଦାୟ କରାଯିବ, ଯାହା ସଫଳତାର ସହ EMI କାରବାରରେ ରୂପାନ୍ତରିତ ହୋଇଛି। EMI ଟ୍ରାଞ୍ଜାକ୍ସନ କ୍ୟାନ୍ସଲ ହେବା ସ୍ଥିତିରେ ପ୍ରୋସେସିଙ୍ଗ୍‌ ଫିସ୍‌ ପେରସ୍ତ କରି ଦିଆଯିବ। କହି ରଖୁଛୁ କି, ଅଧିକାଂଶ ବ୍ୟାଙ୍କ ଲମ୍ବା ସମୟରୁ EMI ଦେଣନେଣ ପାଇଁ ପ୍ରୋସେସିଙ୍ଗ୍‌ ଫିସ୍‌ ଚାର୍ଜ କରୁଛନ୍ତି।

SBICPSL ସ୍ପଷ୍ଟ କରିଛି ଯେ ୧ ଡିସେମ୍ବର ପୂର୍ବରୁ କରା ଯାଇଥିବା କୌଣସି ବି ଟ୍ରାଞ୍ଜାକ୍ସନ ଉପରେ ଏହି ପ୍ରୋସେସିଙ୍ଗ୍‌ ଚାର୍ଜ ମୁକ୍ତ କରାଯିବ। ଖୁଚୁରା ଆଉଟଲେଟ୍‌ରେ କ୍ରୟ କରିବା ସମୟରେ କମ୍ପାନୀ ଚାର୍ଜ ସ୍ଲିପ୍‌ ମାଧ୍ୟମରେ କାର୍ଡଧାରୀଙ୍କୁ EMI ଟ୍ରାଞ୍ଜାକ୍ସନ ଉପରେ ପ୍ରୋସେସିଙ୍ଗ୍‌ ଚାର୍ଜ ବିଷୟରେ ସୂଚନା ଦେବ। ଉଦାହରଣ ସ୍ୱରୂପ, ଆପଣ କୌଣସି ଇ-କମର୍ସ ପ୍ଲାଟଫର୍ମରୁ EMI ସ୍କିମ୍‌ ଅଧୀନରେ ମୋବାଇଲ ଫୋନ କିଣୁଛନ୍ତି। ଯଦି ଆପଣ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡର ଉପଯୋଗ କରି ପେମେଣ୍ଟ କରୁଛନ୍ତି, ତା’ ହେଲେ କମ୍ପାନୀ ଆପଣଙ୍କଠାରୁ ପ୍ରୋସେସିଙ୍ଗ୍‌ ଶୁଳ୍କ ରୂପରେ ୯୯ ଟଙ୍କା ଅଧିକ ଚାର୍ଜ କରିବ। ଏହି ଶୁଳ୍କ ଆପଣଙ୍କ କ୍ରେଡିଟ୍‌ କାର୍ଡ ଷ୍ଟେଟ୍‌ମେଣ୍ଟରେ EMI ରାଶି ରୂପେ ଦେଖାଯିବ।

ସୂଚନାଥାଉ କି, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପେନ୍‌ସନଭୋଗୀ ୧ ନଭେମ୍ବରରୁ video life certificate service ଜରିଆରେ ଭିଡିଓ କଲ୍‌ କରି ନିଜର ଜୀବନ ପ୍ରମାଣ ପତ୍ର ଜମା କରି ପାରିବେ। ଏମିତି ବ୍ୟକ୍ତି, ଯାହାଙ୍କର ଏସ୍‌ବିଆଇରେ ଆକାଉଣ୍ଟ ଅଛି, ସେମାନେ ଏହି ସେବାର ଲାଭ ଉଠାଇ ପାରିବେ। ବ୍ୟକ୍ତିଙ୍କ ପାଖରେ ଥିବା ନିଜ ମୋବାଇଲ ନମ୍ବର ଆଧାର ସହିତ ପଞ୍ଜୀକୃତ ହେବା ଦରକାର ଏବଂ ପେନ୍‌ସନ ଆବେଦନରେ ମଧ୍ୟ ଏହି ନମ୍ବର ଥିବା ଦରକାର। ଏସ୍‌ବିଆଇ ତରଫରୁ କୁହାଯାଇଛି କି, ଏହି ସୁବିଧା ପେନ୍‌ସନଭୋଗୀ (ପରିବାର ପେନ୍‌ସନଭୋଗୀଙ୍କ ବ୍ୟତୀତ)ଙ୍କ ପାଇଁ ଉପଲବ୍ଧ ରହିଛି।

Roshni

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

15 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

28 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

37 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

40 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago