EPF କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ନୂଆ ଅପଡେଟ, ଜାଣନ୍ତୁ କିପରି ପାଇବେ ନୂଆ ରାଶି

କର୍ମଚାରୀ ମାନଙ୍କ ପେନସନଙ୍କ ସ୍କିମକୁ ନେଇ ଆସିଲା ଏବେ ଏକ ବଡ଼ ସୂଚନା। ରିଟାୟରମେଣ୍ଟ ପରେ ମିଳୁଥିବା ପେନସନ ଉପରେ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ନିର୍ଦ୍ଦିଷ୍ଟ ସୀମା ବା ଲିମିଟରେ ମିଳୁଥିବା ଏବେ ଆମାଉଣ୍ଟକୁ ବଢ଼ାଯାଇଛି। ମାନେ ଏବେ କର୍ମଚାରୀଙ୍କୁ ରିଟାୟରମେଣ୍ଟ ପରେ ମିଳିବ ଦୁଇଗୁଣା ଅଧିକ ପେନସନ।

Employee pension schemରେ ଲାଗୁ ହୋଇଥିବା ନିର୍ଦ୍ଦିଷ୍ଟ ଆମାଉଣ୍ଟର ସୀମାକୁ ହଟାଇ ଦିଆଯିବ। ଏହାକୁ ନେଇ ସୁପ୍ରିମକୋର୍ଟରେ ଏବେ ଶୁଣାଣୀ ଚାଲିଛି। ଏମିତି କୁହାଯାଉଛି ଯେ ଖୁବ ଶୀଘ୍ର ଏହାକୁ ନେଇ ନିଷ୍ପତ୍ତି ନିଆଯିବ। ଯାହାର ସିଧା ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିବ ।

ତେବେ ଆମେ ଏବେ ଏହାକୁ ନେଇ ପୂରା ତଥ୍ୟ କହିବୁ। ଏବେ ପର୍ଯ୍ୟନ୍ତ ସବୁ ପେନସନ୍‌ ଯୋଗ୍ୟ ବେତନ ମାସକୁ ୧୫ ହଜାର ଟଙ୍କା ଯାଏଁ ସୀମିତ ରହିଛି। ଆପଣଙ୍କ ସାଲେରୀ ଯାହା ହେଉ ନା କାହିଁକି ପେନସନର କ୍ୟାଲକୁଲେସନ ୧୫ ହଜାର ଟଙ୍କା ଉପରେ ହିଁ ହେଉଛି। ତେଣୁ ଏହି ଲିମିଟ କୁ ହଟାଇବା ପାଇଁ ଏକ ମାମଲା କୋର୍ଟରେ ଚାଲିଛି।

ସୁପ୍ରିମ କୋର୍ଟ ଗତ ବର୍ଷ ୧୨ ଅଗଷ୍ଟକୁ ଭାରତ ସଂଘ ଓ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ତରଫରୁ ଏକ ପ୍ରସ୍ତାବ ଦେଇଥିଲେ। ଯାହାର ଶୁଣାଣୀ ସ୍ଥଗିତ ରହିଛି। ଏଥିରେ କୁହାଯାଇଛି ଯେ, କର୍ମଚାରୀଙ୍କ ପେନସନକୁ ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ରଖାଯିବ ନାହିଁ।

ଏବେ ଜାଣନ୍ତୁ EPSକୁ ନେଇ କଣ ନିୟମ ରହିଛି:

ପ୍ରାଇଭେଟ ସେକ୍ଟରରେ ଚାକିରି କରିବା ପରେ କର୍ମଚାରୀ EPFର ଅନ୍ତର୍ଭୁକ୍ତ ହୋଇଥାନ୍ତି। ଏହା ସହ EPSର ମଧ୍ୟ ଲାଭ ମିଳିଥାଏ। କର୍ମଚାରୀ ନିଜ ସାଲେରୀର ୧୨% ଭାଗ EPF ପାଇଁ ଦେଇଥାଏ। ଏହି ଟଙ୍କା ତାଙ୍କ କମ୍ପାନୀ ତରଫରୁ ମଧ୍ୟ ଦିଆଯାଏ। ତେବେ ଏହାର ଏକ ଅଂଶ ମାନେ ୮.୩୩% EPSକୁ ଦିଆଯାଏ। ଏହିଭଳି ଭାବେ ମୋଟ ପେନସନ ଯୋଗ୍ୟ ବେତନରୁ ୧୫ ହଜାର ଟଙ୍କା ମିଳିଥାଏ। ମାନେ ପ୍ରତି ମାସରେ ପେନସନର ଭାଗ (୧୫,୦୦୦*୮.୩୩%) ୧୨୫୦ ଟଙ୍କା ହୋଇଥାଏ।

ଶେଷରେ କର୍ମଚାରୀଙ୍କ ରିଟାୟରମେଣ୍ଟ ପରେ ଏହି ସଞ୍ଚିତ ଟଙ୍କା ତାଙ୍କୁ ଦିଆଯାଏ। ଯଦି ଆପଣ ୬ ମାସ କିମ୍ବା ତା ଠାରୁ ଅଧିକ ସମୟ କାମ କରିଛନ୍ତି ତେବେ ତାହାକୁ ୧ ବର୍ଷ ମନାଯିବ। ମାନେ ଆପଣ ୧୪ ବର୍ଷ ୭ ମାସ କାମ କଲେ ତାହାକୁ ୧୫ ବର୍ଷ ମନାଯିବ। ଆଉ ଯଦି ଆପଣ ୧୪ ବର୍ଷ ୫ ମାସ କାମ କରନ୍ତି ତେବେ ତାହାକୁ ୧୪ ବର୍ଷ ହିଁ ଧରାଯିବ। ଏବେ ଇପିଏସ୍‌ ର ମାକ୍ସିମମ ପେନସନ ୭,୫୦୦ ଟଙ୍କା ରହିଛି। ଯଦି ୧୫ହଜାର ଲିମିଟ ହଟାଇ ଦିଆଯାଇ ବେସିକ ସାଲେରୀ ୨୦ ହଜାର ଟଙ୍କା ହୋଇଯିବ ତେବେ ନିୟମ ମୁତାବିକ ଆପଣଙ୍କୁ ୮,୫୭୧ ଟଙ୍କା ପେନସନ ମିଳିବ।

ଏଥିପାଇଁ କିଛି ସର୍ତ୍ତ ରହିଛି ଜାଣି ନିଅନ୍ତୁ:

*ପେନସନ୍‌ ପାଇଁ ଇପିଏଫ ସଦସ୍ୟ ହେବା ଜରୁରୀ।
*୧୦ ବର୍ଷ ପର୍ଯ୍ୟନ୍ତ କାମ କରିଥିବା ଜରୁରୀ।
*କର୍ମଚାରୀଙ୍କୁ ୫୮ବର୍ଷ ବୟସ ହେବା ପରେ ତାଙ୍କୁ ଏହି ପେନସନ ମିଳିବ।
*ଆପଣ ଚାହିଁଲେ ୫୦ବର୍ଷ ପରେ ମଧ୍ୟ ଆପ୍ଲାଏ କରିପାରିବେ।
*ଏଥିପାଇଁ ଆପଣଙ୍କୁ 10D ଫର୍ମ ଭରିବାକୁ ହେବ।
*କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ପେନସନ ମିଳିବ।
* ସର୍ଭିସ ସମୟ ୧୦ ବର୍ଷରୁ କମ ଥିଲେ ତାଙ୍କୁ ୫୮ ବର୍ଷରେ ହିଁ ଏହି ଆମାଉଣ୍ଟ ମିଳିବ।

Leave A Reply

Your email address will not be published.