ESIC Recruitment 2022: କର୍ମଚାରୀ ରାଜ୍ୟ ବୀମା ନିଗମର ବିଭିନ୍ନ ପଦରେ ନିଯୁକ୍ତି ସୁଯୋଗ; ମେ’ ୧୦ରେ ଇଣ୍ଟରଭ୍ୟୁ

କର୍ମଚାରୀ ରାଜ୍ୟ ବୀମା ନିଗମ (Employees State Insurance Corporation) ସିନିୟର ରେଜିଡେଣ୍ଟ୍‌ ସମେତ ଖାଲି ପଡ଼ିଥିବା ବିଭିନ୍ନ ପଦ ପାଇଁ ନିଯୁକ୍ତି ଆହ୍ଵାନ କରିଛି। ଏହି ପଦଗୁଡ଼ିକ ପାଇଁ ଆବେଦକମାନଙ୍କର ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ। ଆସନ୍ତା ମେ’ ୧୦ରେ ଇଣ୍ଟରଭ୍ୟୁ ଆୟୋଜନ କରାଯିବ। ESICର ନିଯୁକ୍ତି ସମ୍ବନ୍ଧିତ ଅଧିକ ସୂଚନା ଜାଣିବା ପାଇଁ ଆଶାୟୀମାନେ ଏହାର ଅଫିସିଆଲ େଓ୍ଵବ୍‌ସାଇଟ esic.nic.inରେ ଜାରି ନିଯୁକ୍ତି ନୋଟିଫିକେସନ ଯାଞ୍ଚ କରି ପାରିବେ। କହି ରଖୁଛୁ, କର୍ମଚାରୀ ରାଜ୍ୟ ବୀମା ନିଗମ, ସିନିୟର ରେଜିଡେଣ୍ଟ୍‌ର ୨୯ ପଦ, ଚୁକ୍ତିଭିତ୍ତିକ ସିନିୟର ରେଜିଡେଣ୍ଟ୍‌ର ୧୩ ପଦ, ଫୁଲ୍‌-ଟାଇମ୍‌ ଚୁକ୍ତିଭିତ୍ତିକ ସ୍ପେଶାଲିଷ୍ଟର ୨ ପଦ ଏବଂ ଫୁଲ୍‌-ଟାଇମ୍‌ ଚୁକ୍ତିଭିତ୍ତିକ ସୁପର ସ୍ପେଶାଲିଷ୍ଟ୍‍ର ଗୋଟିଏ ପଦ ପାଇଁ ଆବେଦନ ଗ୍ରହଣ କରୁଛି।

ଏମିତି ହୋଇପାରିବେ ଇଣ୍ଟରଭ୍ୟୁରେ ସାମିଲ

ଆଶାୟୀମାନଙ୍କୁ ପ୍ରଥମେ ନୋଟିଫିକେସନ ସହ ଜାରି ଆବେଦନ ଫର୍ମ ଭରିବାକୁ ପଡ଼ିବ। ଏହାପରେ ସେମାନେ ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ନିର୍ଦ୍ଧାରିତ ତାରିଖରେ ସାମିଲ ହୋଇପାରିବେ। ମୋଟ ୨୩ଟି ଖାଲି ପଦରେ ନିଯୁକ୍ତି ପାଇଁ ଆବେଦନ ମଗାଯାଇଛି। ନିଯୁକ୍ତି ସମ୍ବନ୍ଧିତ ଅଧିକ ସୂଚନା ଜାଣିବା ପାଇଁ ଆଶାୟୀମାନେ ଅଫିସିଆଲ େଓ୍ଵବ୍‌ସାଇଟରେ ଜାରି ବିଜ୍ଞପ୍ତି ଚେକ୍‌ କରି ପାରିବେ।

ଶିକ୍ଷାଗତ ଯୋଗ୍ୟତା

ସିନିୟର ରେଜିଡେଣ୍ଟ୍‌ ପଦ ପାଇଁ ଆବେଦକଙ୍କ ପାଖରେ କୌଣସି ବି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧିତ ବିଷୟରେ ଡିଗ୍ରୀ କିମ୍ବା ଡିପ୍ଲୋମା ସାର୍ଟିଫିକେଟ୍‌ ଥିବା ଦରକାର। ସେହିପରି ଫୁଲ୍‌-ଟାଇମ୍‌ ଚୁକ୍ତିଭିତ୍ତିକ ସ୍ପେଶାଲିଷ୍ଟ ପଦ ପାଇଁ ଆବେଦକଙ୍କ ପାଖରେ ଏମ୍‌ବିବିଏସ୍‌ ଡିଗ୍ରୀ ସାଙ୍ଗକୁ ସମ୍ବନ୍ଧିତ ବିଷୟରେ ଡିପ୍ଲୋମା କିମ୍ବା ଡିଗ୍ରୀ ସାର୍ଟିଫିକେଟ୍‌ ଥିବା ଜରୁରୀ। ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧିତ ଅଧିକ ସୂଚନା ପାଇଁ ଆଶାୟୀମାନେ ଅଫିସିଆଲ ନୋଟିଫିକେସନ ଯାଞ୍ଚ କରି ପାରିବେ।

ବୟସ ସୀମା

ପାର୍ଟ-ଟାଇମ୍‌ ଚୁକ୍ତିଭିତ୍ତିକ ସ୍ପେଶାଲିଷ୍ଟ ପଦ ପାଇଁ ଆବେଦକଙ୍କ ବୟସ ୬୯ରୁ ଅଧିକ ବର୍ଷ ହୋଇ ନ ଥିବା ଦରକାର। ଯେତେବେଳେ କି, ଅନ୍ୟାନ୍ୟ ପଦ ପାଇଁ ଆବେଦକଙ୍କ ବୟସ ୪୫ରୁ ଅଧିକ ବର୍ଷ ହୋଇ ନ ଥିବା ଦରକାର। ଆବେଦକଙ୍କ ବୟସର ହିସାବ ମେ’ ୧୦ରୁ କରାଯିବ।

ଏହି ତାରିଖ ଉପରେ ଧ୍ୟାନ ରଖନ୍ତୁ

ଇଣ୍ଟରଭ୍ୟୁ ତାରିଖ: ମେ’ ୧୦, ୨୦୨୨

ରିପୋର୍ଟିଂ ସମୟ: ସକାଳ ୯ଟାରୁ ୧୧ଟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.