ମୋବାଇଲ ଫୋନ କିଣିବା ପାଇଁ କର୍ମଚାରୀଙ୍କୁ ବାର୍ଷିକ ମିଳିବ ୨ ଲକ୍ଷ ଟଙ୍କା; ଘୋଷଣା କଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ନିଜ ଅଧିକାରୀମାନଙ୍କୁ ବଡ଼ ଉପହାର ଦେବାକୁ ଘୋଷଣା କରିଛି। ପବ୍ଲିକ ସେକ୍ଟରର ଦ୍ୱିତୀୟ ସବୁଠୁ ବୃହତ୍‌ ବ୍ୟାଙ୍କ ନିଜର ଶୀର୍ଷ ପ୍ରବନ୍ଧନଙ୍କୁ ମୋବାଇଲ ହ୍ୟାଣ୍ଡସେଟ୍‌ କିଣିବା ନିମନ୍ତେ ବାର୍ଷିକ ୨ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି।

ରିପୋର୍ଟ ମୁତାବକ, କର୍ମଚାରୀ କଲ୍ୟାଣ ଲାଭ ମାନଦଣ୍ଡଗୁଡ଼ିକୁ ସଂଶୋଧନ କରାଯାଇଛି। ଏହା ଅନୁସାରେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶୀର୍ଷ ପ୍ରବନ୍ଧନଙ୍କୁ ୨ ଲକ୍ଷ ଟଙ୍କାର ହ୍ୟାଣ୍ଡସେଟ୍‌ ଭତ୍ତା ଦିଆଯିବ। ଯେଉଁ ଅଧିକାରୀମାନଙ୍କୁ ଏହି ଲାଭ ମିଳିବ, ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ପ୍ରବନ୍ଧ ନିର୍ଦ୍ଦେଶକ (MD) ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ (Executive Director)।

ପିଏନ୍‌ବିରେ ଏମ୍‌ଡି ଏବଂ ସିଇଓଙ୍କ ସହାୟତା ପାଇଁ ୪ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି। ରିପୋର୍ଟରେ କୁହାଯାଇଛି, ଏହି ଶୀର୍ଷ ଅଧିକାରୀମାନଙ୍କୁ ମୋବାଇଲ ହ୍ୟାଣ୍ଡସେଟ୍‌ କିଣିବା ପାଇଁ ପ୍ରତିବର୍ଷ ୨ ଲକ୍ଷ ଟଙ୍କା ମିଳିବ। ପିଏନ୍‌ବି ବୋର୍ଡର ନିର୍ଣ୍ଣୟ ଅନୁସାରେ, ସଂଶୋଧିତ ମାନଦଣ୍ଡ ୧ ଏପ୍ରିଲରୁ ଲାଗୁ ହୋଇଛି।

ଏହା ବ୍ୟତୀତ ବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧକଙ୍କ ପାଇଁ ମୋବାଇଲ ଫୋନ କ୍ରୟର ମାନଦଣ୍ଡକୁ ପୂର୍ବ ସ୍ତରରେ ବଜାୟ ରଖାଯାଇଛି। ନିର୍ଦ୍ଦେଶନାମା ଅନୁସାରେ, ସିଜିଏମ୍‌ଙ୍କ ପାଇଁ ହ୍ୟାଣ୍ଡସେଟ୍‌ ଭତ୍ତା ବାର୍ଷିକ ୫୦,୦୦୦ ଟଙ୍କା ଏବଂ ଜିଏମ୍‌ଙ୍କ ପାଇଁ ୪୦,୦୦୦ ଟଙ୍କା ନିର୍ଦ୍ଧାରିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.