ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା
EPFO ମାଧ୍ୟମରେ ସଞ୍ଚୟ କରାଯାଇଥିବା ଅର୍ଥ ଲୋକଙ୍କ ବିପଦ ସମୟରେ ସାହାଯ୍ୟ କରିଥାଏ । ପ୍ରତିବର୍ଷ PF ପାଣ୍ଠିରେ ରଖାଯାଥିବା ଟଙ୍କା ଉପରେ ସୁଧ ମଧ୍ୟ ଆସିଥାଏ ।ଏବେ ବାହାଘର ପାଇଁ ଇପିଏଫଓରୁ ଟଙ୍କା ଉଠାଇବା ହେବ ଆହୁରି ସହଜ, ମାନିବାକୁ ହେବ କେବଳ ଏହି ସର୍ତ୍ତ ।
ଜଣେ କର୍ମଚାରୀଙ୍କ ଚାକିରି ସମୟର ବଡ଼ ପୁଞ୍ଜି ହେଉଛି EPFO । ପ୍ରାଇଭେଟ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପେନସନ ପାଇବାର ସବୁଠୁ ଭଲ ମାଧ୍ୟମ ହୋଇଥାଏ ପ୍ରୋଭିଡେଣ୍ଟ ଫଣ୍ଡ। କାହିଁକି ନା ଏହି ଯୋଜନାରେ ଆପଣଙ୍କୁ ପେନସନ ପାଇଁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ଯେଉଁ ସଂସ୍ଥାରେ କାମ କରୁଥିବେ ତାଙ୍କ ଦ୍ୱାରା ଆପଣଙ୍କ ପେନସନ ପାଇଁ ଟଙ୍କା ଦିଆଯାଏ। କାରଣ ଆପଣ ଯେଉଁ ୧୨% ପିଏଫ ଡିଡକ୍ଟ କରିଥାନ୍ତି ତାହା ପିଏଫ ଖାତାରେ ଜମା ହୋଇଥାଏ। ସେମିତି ଯେଉଁ କମ୍ପାନୀ ୧୨% ଆମାଉଣ୍ଟ ଜାମ କରିଥାଏ ସେଥିରେ ଅଧିକତମ ଭାଗ ପେନସନ ଖାତାରେ ଜମା ହୋଇଥାଏ। କିନ୍ତୁ ଏହା ସମସ୍ତଙ୍କ ଖାତାଧାରକଙ୍କୁ ମିଳିନଥାଏ। ଏଥିପାଇଁ କିଛି ମାନଦଣ୍ଡ ରହିଛି। ଯାହାକୁ ପୁରା କରିବାକୁ ପଡ଼ିଥାଏ।
ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ହେଉଛି ଜଣେ ଚାକିରି କରୁଥିବା ବ୍ୟକ୍ତିଙ୍କ ସଞ୍ଚୟ କରିବାର ଏକ ବଡ଼ ପଦ୍ଧତି । EPFO ମାଧ୍ୟମରେ ସଞ୍ଚୟ କରାଯାଇଥିବା ଅର୍ଥ ଲୋକଙ୍କ ଅତ୍ୟନ୍ତ ଦରକାରୀ ସମୟରେ ଆସିଥାଏ । ଯାହା କି ବିପଦ ସମୟରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତିବର୍ଷ PF ପାଣ୍ଠିରେ ରଖାଯାଥିବା ଟଙ୍କା ଉପରେ ସୁଧ ମଧ୍ୟ ଆସିଥାଏ ।
ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । ଏବେ EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ।
ଦିଆଯାଇଥିବା ସୂଚନା ଅନୁସାରେ PF ପ୍ରତ୍ୟାହାର ନିୟମାବଳୀ ଅନୁଯାୟୀ ଜଣେ ଆକାଉଣ୍ଟଧାରୀ ଏହି ଟଙ୍କା ଉଠାପାରିବେ । ହେଲେ ଏଥିପାଇଁ କିଛି ନିୟମ ରହିଛି । ଯାହା ନିଜେ ଆକାଉଣ୍ଟଧାରୀ EPFO ଅଧିକାରୀଙ୍କ ସହ ପରାମର୍ଶ ନେବାପରେ ଏନେଇ ପଦକ୍ଷେପ ନେପାରିବେ ।
ଇପିଏଫ୍ଓ ଅନୁଯାୟୀ, ସଦସ୍ୟମାନେ ସେମାନଙ୍କ ପାଣ୍ଠିରେ ରଖାଯାଇଥିବା ମୋଟ ରାଶିର ୫୦% ପ୍ରତ୍ୟାହାର କରିପାରିବେ । ତଥାପି ଏହାର ଏକ ମାନଦଣ୍ଡ ରହିଛି। ପ୍ରୋଭିଡେଣ୍ଟ ପାଣ୍ଠିର ୭ ବର୍ଷର ସଦସ୍ୟତା ରହିବା ଉଚିତ୍ । ଆପଣ ସୁବିଧାଜନକ ଭାବରେ PF ପାଣ୍ଠି ପ୍ରତ୍ୟାହାର କରିପାରିବେ । EPFO କହିଛି ଯେ ଆପଣ କେବଳ ୭୨ଘଣ୍ଟା ପରେ ଅନଲାଇନରେ ଟଙ୍କା ଉଠାଇ ପାରିବେ ।
୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ବଜେଟ୍ରେ ସରକାର EPFO ପ୍ରତ୍ୟାହାର ଉପରେ କିଛି ପରିବର୍ତ୍ତନ କରିଛନ୍ତି । EPFO ପ୍ରତ୍ୟାହାର ଉପରେ TDS ୩୦%ରୁ ୨୦%କୁ ହ୍ରାସ ପାଇବ ବୋଲି କୁହାଯାଇଛି । କିଛି ଆକାଉଣ୍ଟ୍ ଧାରକ ଯାହାର ପାନ୍ କାର୍ଡ ସେମାନଙ୍କ PF ଆକାଉଣ୍ଟରେ ଅପଡେଟ୍ ହୋଇନାହିଁ, ଏହି ବିଜ୍ଞପ୍ତିରୁ ଲାଭ ପାଇବେ। ଯଦି EPFO ର ରେକର୍ଡରେ କାହାର ପାନ୍ କାର୍ଡ ଅପଡେଟ୍ ହୋଇନଥାଏ, ତେବେ ଟଙ୍କା ପ୍ରତ୍ୟାହାର ଉପରେ ସେମାନଙ୍କୁ 30 ପ୍ରତିଶତ ହାରରେ TDS ଦେବାକୁ ପଡ଼ୁଥିଲା, କିନ୍ତୁ ବର୍ତ୍ତମାନ ଏହା ବଦଳରେ ସେମାନଙ୍କୁ 20 ପ୍ରତିଶତ TDS ଦେବାକୁ ପଡିବ।