ଆପଣଙ୍କ ପିଏଫ ଟଙ୍କା ଉପରେ ଆସିପାରେ ସଙ୍କଟ, ଇପିଏଫଓ ତରଫରୁ ଜାରି କରାଗଲା ସତର୍କତା

ଚାକିରିଆଙ୍କ ପାଇଁ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସବୁଠୁ ଗୁରୁତ୍ୱପୂର୍ଣ ହୋଇଥାଏ । ଏହା ବ୍ୟକ୍ତିର ଭବିଷ୍ୟତକୁ ଏକ ପ୍ରକାର ସୁରକ୍ଷିତ କରି ରଖିଥାଏ । ଏଥିରେ ତାଙ୍କ ଜମା ହେବା ସହ ଟଙ୍କା ଉପରେ ସୁଧ ମଧ୍ୟ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତିକି ଆପଣଙ୍କର ଗୋଟିଏ ମାତ୍ର ଭୁଲ ଆପଣଙ୍କ ପିଏଫ ଫଣ୍ଡ ଉପରେ ଏକ ବିରାଟ ସଙ୍କଟ ଆଣିପାରେ ବୋଲି । ଏମିତିକି ଆପଣଙ୍କ ଟଙ୍କା ମଧ୍ୟ ଅନ୍ୟ ହାତକୁ ଚାଲିଯାଇପାରେ । ନିଜ ଖାତା ଧାରକ ମାନଙ୍କୁ ବଡ ଫ୍ରଡ଼ ଠାରୁ ବଞ୍ଚାଇବା ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ସମୟ ସମୟରେ ବିଭିନ୍ନ ଆଲର୍ଟ ମାନ ଜାରି କରିଥାଏ । ଆସନ୍ତୁ ସେହି ଆଲର୍ଟ ଗୁଡିକ ଉପରେ ଏକ ନଜର ପକାଇବା ।

epfo logo

୧. ସର୍ବ ପ୍ରଥମେ ଇପିଏଫଓ ନିଜ ଗ୍ରାହକ ମାନଙ୍କୁ ଫର୍ଜି ଫୋନ କଲ ଗୁଡ଼ିକରୁ ସତର୍କ ରହିବାକୁ ଚେତାବନୀ ଦେଇଛି । କାରଣ କେବେ ମଧ୍ୟ ଏହା କୌଣସି ଜରୁରୀ ତଥ୍ୟ ଯେପରିକି ଆଧାର ନମ୍ବର, ପ୍ୟାନ ନମ୍ବର,ଯୁଏଏନ ନମ୍ବର ଓ ବ୍ୟାଙ୍କ ଡିଟେଲସ ଫୋନ ମାଧ୍ୟମରେ ଇପିଏଫଓ ମାଗିନଥାଏ ।

୨. ଏହା ସହ ଏହା ବିଭିନ୍ନ ପ୍ରକାର ଫେକ ୱେବ ସାଇଟ ମାନଙ୍କ ଠାରୁ ନିଜକୁ ଦୁରେଇ ରଖିବା ପାଇଁ ନିଜ ଗ୍ରାହକ ମାନଙ୍କୁ ପରାମର୍ଶ ଦେଇଛି ।

୩. ଯଦି ଆପଣ ଏହି ଇପିଏଫଓର ଚେତାବନୀ ଗୁଡିକୁ ଅଣଦେଖା କରନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ବହୁ ହଇରାଣ ହେବାକୁ ପଡିପାରେ । ଖାଲି ସେତିକି ନୁହେଁ ଆପଣଙ୍କୁ ଏବାବଦରେ ଏକ ବଡ ଫର୍ଜିର ମଧ୍ୟ ସାମ୍ନା କରିବାକୁ ମଧ୍ୟ ପଡିପାରେ ।

୪. ଏକ ସୂଚନା ଅନୁଯାୟୀ ଏବେ ସୁଦ୍ଧା ଏପିଏଫଓର ପ୍ରାୟ ୬ କୋଟି ଖାତା ଧାରକ ଅଛନ୍ତି ।

ଏହା ସହ ପଢନ୍ତୁ: ଜାନୁଆରୀ ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନସେବା ଆରମ୍ଭ

ବିଗତ କିଛି ଦିନ ଧରି ଅନଲାଇନ ଫ୍ରଡ଼ ଗୁଡିକର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ୟାଙ୍କ ଠୁ ଆରମ୍ଭ କରି ମୋବାଇଲ ୱାଲେଟ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କୁ ସତର୍କ କରିବା ପାଇଁ ହିଁ ଇପିଏଫଓ ତରଫରୁ ହିଁ ସତର୍କତା ଜାରି କରାଯାଇଛି । ଏମିତିକି ପେଟିଏମର ନିର୍ମାତା ବିଜୟ ଶେଖର ଶର୍ମା ମଧ୍ୟ ବିଭିନ୍ନ ଫ୍ରଡ଼ ଠାରୁ ବଞ୍ଚିବା ପାଇଁ ନିଜ ଗ୍ରାହକ ମାନଙ୍କୁ ସତର୍କ ହୋଇ ରହିବା ପାଇଁ କହିଛନ୍ତି । ଏହା ସହ ଫର୍ଜି ଏସଏମଏସ ମାନଙ୍କ ଠାରୁ ମଧ୍ୟ କିଛିଟା ଦୂରତ୍ୱ ରଖିବା ମଧ୍ୟ ଉଚିତ । କାରଣ ଏହି ଏସଏମଏସ ଗୁଡିକରେ ଆପଣଙ୍କ ପେଟିଏମ ଆକାଉଣ୍ଟକୁ ବନ୍ଦ କରିବା ନେଇ ଭୁଲ ତଥ୍ୟ ମାନ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.