EPFO: ଆପଣଙ୍କର ଇପିଏଫ୍‌ ଆକାଉଣ୍ଟ ଅଛି କି; ତେବେ ଆପଣବି ପାଇପାରିବେ ୭ ଲକ୍ଷ ଟଙ୍କାର ସୁବିଧା, ଜାଣନ୍ତୁ କିପରି

ଭବିଷ୍ୟ ନିଧିବା ଇପିଏଫ୍ର ଅେନକ ସୁବିଧା ରହିଛି । ଏଥିରେ ଆବଶ୍ୟକ ସମୟରେ କର୍ମଚାରୀମାନେ ଟଙ୍କା ଉଠାଇ ପାରନ୍ତି ଏହା ସହ ୧୫ ବର୍ଷ ପୂରଣ ହେବା ପରେ ଜଣେ ପେନସନ୍‌ ପାଇଁ ଯୋଗ୍ୟ ହୋଇଥାଏ । ବେସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏହା ବେଶ୍‌ ଲାଭ ଦାୟକ । ଏବେ ଇପିଏଫ୍‌ କଟୁଥିବା କର୍ମଚାରୀଙ୍କ ପାଇଁ ଆଉ ଏକ ଭଲ ଖବର । ଏଥିରେ ଇପିଏଫ୍‌ରେ ସଦସ୍ୟ ଥିବା କିମ୍ବା ଇପିଏଫ୍‌ ଆକାଉଣ୍ଟ ଥିବା କର୍ମଚାରୀଙ୍କୁ ଏହି ୭ ଲକ୍ଷ ଟଙ୍କାର ସୁବିଧା ମିଳୁଛି ।

ଏଥିପାଇଁ କେବଳ ଏକ ଫର୍ମ ପୂରଣ କରିବା ପାଇଁ ପଡିବ । ଏଥିରେ ପେନସନ୍‌ ସହ ଜୀବନବୀମାର ସୁବିଧା ଦିଆଯାଉଛି । ଇପିଏଫ୍‌ରେ ଏହି ଜୀବନବୀମା ପାଇଁ କୌଣସି ଅତିରିକ୍ତ ଟଙ୍କା ନିଆଯାଉନାହିଁ । ନିଜର ଅଫିସିଆଲ୍‌ ଆକାଉଣ୍ଟରେ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏକଥା ଉଲ୍ଲେଖ କରାଯାଇଛି । EDLI ସ୍କିମ୍‌ ଜରିଆରେ ଏହାକୁ କରାଯାଇଛି । କୌଣସି ନୋମିନେସନ୍‌ ନଥିଲେ ଏହା , ମିଳିବ କିନ୍ତୁ ଏଥିପାଇଁ ଆବଶ୍ୟକୀୟ ପ୍ରମାଣ ପତ୍ର ଦେଖାଇବା ପାଇଁ ପଡିବ ।

କିପରି କରିବେ ଜାଣନ୍ତୁ –

ଏଥିପାଇଁ ଆପଣ EPFO ଅଫିସିଆଲ୍‌ ଓ୍ୱେବସାଇଟ୍‌ https://www.epfindia.gov.in/କୁ ଯାଆନ୍ତୁ ।

ସେଠାରେ ‘Services’ ଅପସନ୍‌ରେ କ୍ଲିକ୍‌ କରନ୍ତୁ

ପରେ ‘For Employees’ ରେ କ୍ଲିକ୍‌ କରନ୍ତୁ

ସେଠାରେ UAN ନମ୍ବର ଏବ୍‌ ଅନ୍‌ଲାଇନ୍‌ ସର୍ଭିସେସ୍‌ରେ କ୍ଲିକ୍‌ କରନ୍ତୁ ।

ଏହାପରେ ମ୍ୟାନେଜ୍‌ ଏବଂ ଇ ନୋମିନେସନ୍‌କୁ ଯାଆନ୍ତୁ ।

ସେଠାରେ ଆପଣ ଯେଉଁ ବ୍ୟକ୍ତିଙ୍କୁ ନୋମିନେଟ୍‌ କରିବା ପାଇଁ ଚାହୁଛନ୍ତି ତାଙ୍କର ନାଆଁ ଆଧାର ନମ୍ବର ଏବଂ ଜନ୍ମ ତାରିଖ ଦିଅନ୍ତୁ ।

ଏପରି କରି ଆପଣ ଜଣଙ୍କରୁ ଅଧିକ ନୋମିନି ସଂଯୋଗ କରି ପାରିବେ ।

ଏହାପରେ ପିଏଫ୍‌ ନୋମିନେସନ୍‌ ଉପରେ କ୍ଲିକ୍‌ କରନ୍ତୁ ଏଥିରେ ଓଟିପି ଆପଣଙ୍କ ମୋବାଇଲ୍‌ ନମ୍ବରେର ଆସିବ ତାକୁ ଦେବାପରେ ଏହା ଆକ୍ଟିଭେଟ୍‌ ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.