ପେନସନ ଫଣ୍ଡ ମ୍ୟାନେଜମେଣ୍ଟ ଇପିଏଫଓ ଇ-ନୋମିନେସନ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ପିଏଫ ଖାତା ଧାରକଙ୍କ ପରିବାରକୁ ସୋସିଆଲ ସିକ୍ୟୁରିଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଏହାରି ମଧ୍ୟରୁ ଅନେକ ଇପିଏଫ ଖାତାଧାରକ ଅଛନ୍ତି ଯେଉଁମାନେ ଏବେ ପର୍ଯ୍ୟନ୍ତ ନୋମିନୀ ଆଡ କରିନାହାଁନ୍ତି। ଯଦି ଆପଣ ମଧ୍ୟ ଏବେ ପର୍ଯ୍ୟନ୍ତ ନୋମିନୀ ଆଡ କରିନାହାଁନ୍ତି ତେବେ ଆପଣଙ୍କର ଅନେକ କ୍ଷତି ହୋଇପାରେ। ସେହି ପରି ଯଦି ଆପଣ ଥରେ ନୋମିନୀ ଆଡ କରିଦେବେ ତେବେ ଆପଣଙ୍କ ଅନେକ ଫାଇଦା ହେବ।
କେଉଁ ସବୁ ଫାଇଦା ହେବ ଜାଣନ୍ତୁ:
-ପିଏଫ ଖାତାଧାରକ ନୋମିନୀ ଆଡ ନକରିବା ଫଳରେ ଅନେକ ଅସୁ ବିଧା ହୋଇପାରେ। ଏମିତିରେ ଆପଣ ଆକାଉଣ୍ଟରୁ ଟଙ୍କା ବାହାର କରିବା କଷ୍ଟ ହୋଇଯିବ। ଏହି ପରିସ୍ଥିତିରେ ଖାତାଧାରକ କେବଳ ମେଡିକାଲ କିମ୍ବା କୋଭିଡ ୧୯ ଆଡଭାନ୍ସ ପାଇଁ ଟଙ୍କା ବାହାର କରିପାରିବେ। ଅନ୍ୟ କାମ ପାଇଁ ଟଙ୍କା ବାହାର କରିବା ତାଙ୍କ ପାଇଁ ମୁସ୍କିଲ ହୋଇଯିବ। ଯଦି କୌଣସି ଅନ୍ୟ ଆବଶ୍ୟକତା ପଡୁଛି ତେବେ ବି ଆପଣ ଟଙ୍କା ବାହାର କରିପାରିବେ ନାହିଁ। ଯଦି ଏମିତି ଅସୁବିଧା ର ସାମ୍ନା କରିବାକୁ ଚାହୁଁ ନାହାଁନ୍ତି ତେବେ ଶୀଘ୍ର ଇ-ନୋମିନେସନ କରିନିଅନ୍ତୁ।
-ଏହା ଅନ୍ୟ କାମ ପାଇଁ ମଧ୍ୟ ସୁବିଧା ଯୋଗାଇଥାଏ। ଏଥିରେ ଏମ୍ପଲୟି ପେନସନ ସ୍କିମ ଏବଂ ଏମ୍ପଲୟି ଡିପୋଜିଟ ଲିଙ୍କଡ ଇନସୁରାନ୍ସ ସ୍କିମ ରହିଛି ପ୍ରମୁଖ। ଯଦି ଆପଣ ଇ-ନୋମିନେସନ କରିବେନି ତେବେ ଆପଣ ଏହି ସୁବିଧାର ଫାଇଦା ଉଠାଇବେ ନାହିଁ। ସବୁଠୁ ବଡ଼ କଥା ହେଉଛି ଇନୋମିନେସକ କରିବା ଦ୍ୱାରା ପରିବାର ସମସ୍ତ ସଦସ୍ୟଙ୍କ ସୁରକ୍ଷା କଭର ମିଳିଥାଏ। ଯଦି କାହାର କିଛି ଖରାପ ଘଟିଛି ତେବେ ପିଏଫ ଟଙ୍କା କୁ କ୍ଲେମ କରି ଆପଣ ଆର୍ଥିକ ସହାୟତା ପାଇପାରିବେ।
ଏବେ କେମିତି କରିବେ ଅପ୍ଲାଏ ଜାଣନ୍ତୁ:
-ସର୍ବ ପ୍ରଥମେ ଇପିଏଫଓର ଅଧିକାରିକ େଓ୍ଵବସାଇଟକୁ ଯାଆନ୍ତୁ।
– ଏବେ ଆପଣ ୟୁଏଏନ ଏବଂ ପାସଓ୍ଵାର୍ଡ ସାହାଯ୍ୟରେ ଲଗଇନ କରନ୍ତୁ।
-ମ୍ୟାନେଜ ସେକସନକୁ ଯାଇ ଲିଙ୍କ ଇନୋମିନେସନ ରେ କ୍ଳିକ କରନ୍ତୁ।
-ଏବେ ନୋମିନୀ ନାମ, ଫଟୋ ଏବଂ ଅନ୍ୟ ସମସ୍ତ ତଥ୍ୟକୁ ଭରନ୍ତୁ।
-ଏକରୁ ଅଧିକ ନୋମିନୀ ଆଡ କରିବା ପାଇଁ ଆଡ ନ୍ୟୁ ବଟନ ରେ କ୍ଳିକ କରନ୍ତୁ।
-ସେଭ ଫ୍ୟାମିଲି ଡିଟେଲ୍ସରେ କ୍ଲିକ କରି ପ୍ରୋସେସକୁ ପୂରା କରନ୍ତୁ।