ପ୍ରୋଭିଡେଣ୍ଟ ଫଣ୍ଡ ଜମାକାରୀଙ୍କୁ ଦୀପାବଳି ଉପହାର

ନୂଆଦିଲ୍ଲୀ : ଇପିଏଫ୍ଓ ବା ପ୍ରୋଭିଡେଣ୍ଟ ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର । ସରକାର ଏହି ଖାତାଧାରୀଙ୍କ ଖାତାରେ ସୁଧ ବାବଦ ଅର୍ଥ ଜମା କରିବା ଆରମ୍ଭ କରିଛନ୍ତି । କିଛି ଲୋକଙ୍କର ୨୦୧୮-୧୯ ବର୍ଷ ପାଇଁ ୮.୬୫ ହାରରେ ସୁଧ ବାବଦ ଅର୍ଥ ଦିଆଯାଇଛି । ଇପିଏଫ୍ଓ ସୁଧ ବାବଦରେ ମୋଟ୍ ୫୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲଇ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।